ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏହି ଭିଡିଓଟି ଖୁବ୍ ଭାଇରାଲ ହେବାରେ ଲାଗିଛି। ଏଥିରେ ନଦୀ ପାଣିରେ ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରତିମୂର୍ତ୍ତି ଫୁଲରେ ସଜେଇ ହୋଇଥିବା ଦେଖିବାକୁ ମିଳୁଛି। ଏମିତି ଘଟଣା ପୂର୍ବରୁ କେବେ ଦେଖି ନଥିବା ସୋସିଆଲ ମିଡିଆ ବ୍ୟବହାରକାରୀ ପ୍ରତିକ୍ରିୟା ଦେଇଛନ୍ତି।
ଟୁଇଟରରେ ସେୟାର ହୋଇଥିବା ଏହି ଭିଡିଓରେ ଏକ ନଦୀ ଦେଖିବାକୁ ମିଳୁଛି। ଉକ୍ତ ନଦୀର ପାଣିରେ ସ୍ରୋତ ବି ଥିବା ନଜରକୁ ଆସୁଛି । ଏହି ନଦୀର ସ୍ରୋତ ପାଣିରେ ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରତିମୂର୍ତ୍ତିକୁ ଫୁଲରେ ତିଆରି କରାଯାଇଛି। ଯାହାକି ଦେଖିବାକୁ ଆକର୍ଷଣୀୟ ଲାଗୁଛି। ଆପଣ ଭାବୁ ଥାଇ ପାରନ୍ତି ନଦୀରେ ତ ସ୍ରୋତ ଅଛି କିନ୍ତୁ ଫୁଲଗୁଡ଼ିକ ଯେମିତି ସଜା ଯାଇଛି ସେମିତି ରହୁଛି କିପରି?
Indian artists are truly talented!#art#devotionpic.twitter.com/srxq6rmimW
— Parimal Nathwani (@mpparimal) April 13, 2023
ତେବେ ଆପଣଙ୍କୁ ଜଣାଇ ଦେବାକୁ ଚାହିଁବୁ କି? ଯେତିକି ସ୍ଥାନରେ ଫୁଲରେ ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରତିମୂର୍ତ୍ତୀ ଅଙ୍କା ଯାଇଛି ସେତିକି ସ୍ଥାନରେ ଏକ ଚାଦର ବିଛା ଯାଇଛି। ଆଉ ତାକୁ ଚାରିପାର୍ଶ୍ବରୁ ବାନ୍ଧି ଦିଆଯାଇଛି। ତା’ ଉପରେ ବିଭିନ୍ନ ରଙ୍ଗର ଫୁଲ ବିଛା ଯାଇ ଭଗବାନ ଶ୍ରୀକୃଷ୍ଣଙ୍କ ଆକୃତି ଦିଆଯାଇଛି। ସେଥିପାଇଁ ପାଣିର ସ୍ରୋତ ଉକ୍ତ ଫୁଲକୁ ଭସାଇ ନେଉନାହିଁ।
ଏହି ଅଦ୍ଭୁତ କଳାକୁ ସୋସିଆଲ ମିଡିଆରେ ଭୁରିଭୁରି ପ୍ରଶଂସା କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/୮୧.jpg)