ମହାଭାରତ ଯୁଦ୍ଧ ଘୋଷଣା ହୋଇ ସାରିଥାଏ। ବଡ଼ ଭାଇ ବଳରାମ କୌରବଙ୍କ ପକ୍ଷ ନେଇଥିବା ବେଳେ କୃଷ୍ଣ ତାଙ୍କର ଅତି ପ୍ରିୟ ସଖା ଅର୍ଥାତ କୌରବଙ୍କ ପକ୍ଷରେ ରହିବେ ବୋଲି ନିଷ୍ପତ୍ତି ନେଇଥାନ୍ତି। ବଳରାମ ଜାଣିଥିଲେ ଯେ କୃଷ୍ଣ ଯେଉଁ ପକ୍ଷରେ ରହିବେ ସେ ପକ୍ଷ ହିଁ ବିଜୟ ଲାଭ କରିବ। ସେ କୌରବ ଶହେ ଭାଇଙ୍କ ମଧ୍ୟର ସବୁଠାରୁ ବଡ଼ ଭାଇ ଦୁର୍ଯ୍ୟୋଧନଙ୍କୁ ପାଖକୁ ଡାକିଲେ। ପାଖକୁ ଡାକି କହିଲେ କି ତୁମକୁ କୃଷ୍ଣଙ୍କ ସମର୍ଥନ ଜୟ କରିବାକୁ ହେବ। ଦୁର୍ଯ୍ୟୋଧନ ଆଶ୍ଚର୍ଯ୍ୟ ହୋଇଗଲେ। କୃଷ୍ଣ ପାଣ୍ଡବଙ୍କ ପକ୍ଷ ଛାଡ଼ି କୌରବ ପକ୍ଷକୁ ଆସିବା କ’ଣ ସମ୍ଭବ? ବଳରାମ ବୁଝାଇଲେ ଯେ କୃଷ୍ଣ ମାୟାବୀ ହେଇପାରନ୍ତି, ମାତ୍ର ଖୁବ୍ ନୀତିବାନ୍। ତୁମେ ତାଙ୍କ ଶରଣ ପଶିଲେ ସେ ତୁମକୁ ନିଶ୍ଚୟ ସାହାଯ୍ୟ କରିବେ।
ବଳରାମଙ୍କ ମୁହଁରୁ ଏକଥା ଶୁଣି ଦୁର୍ଯ୍ୟୋଧନ କୃଷ୍ଣ ଶୋଇଥିବା କୋଠରୀ ଭିତରକୁ ଗଲେ। ସେଠାରେ ସେ କୃଷ୍ଣଙ୍କ ମୁଣ୍ଡ ପାଖରେ ଜଗିକରି ବସି ରହିଲେ। କୃଷ୍ଣ ଉଠିବା ମାତ୍ରେ ସେ ତାଙ୍କ ସମର୍ଥନ ମାଗିବେ ବୋଲି ଚିନ୍ତା କରି ବସିଲେ। ସେହି ସମୟରେ ଗୃହକୁ ପ୍ରବେଶ କେଏ କୃଷ୍ଣଙ୍କ ପ୍ରିୟ ସଖା ଅର୍ଜୁନ। ସେ ଯାଇ ତାଙ୍କ ପାଦ ତଳେ ବସିଲେ। କୃଷ୍ଣ ଯେତେବେଳେ ଆଖି ଖୋଲିଲେ ଅର୍ଜୁନ ପାଦ ତଳେ ବସିଥିବାରୁ ପ୍ରଥମେ ତାଙ୍କ ଦେଖିଲେ। ତତ୍କ୍ଷଣାତ କହି ପକାଇଲେ ଯେ ମୁଁ ତୁମ ସହ ସବୁବେଳେ ରହିବି।
ମୁହଁ ତଳକୁ କରି ବସି ରହିଲେ ଦୁର୍ଯ୍ୟୋଧନ। ଦୁର୍ଯ୍ୟୋଧନକୁ ସେଠାରେ ଦେଖି କୃଷ୍ଣଟିକେ ଲଜ୍ଜିତ ଅନୁଭବ କଲେ। ସେ ଜାଣିପାରିଲେ ଯେ ଦୁର୍ଯ୍ୟୋଧନ ପ୍ରଥମେ ଆସିଥିଲେ। ତେଣୁ ଆଶୀର୍ବାଦ ପାଇବାର ଅଧିକାର ପ୍ରଥମେ ତାଙ୍କର। ସେ ଦୁର୍ଯ୍ୟୋଧନକୁ ମନ ଦୁଃଖ ନକରିବା ପାଇଁ କହି ବିଶାଳ ସେନାକୁ ତାଙ୍କ ପକ୍ଷର କରି ଦେଲେ। କେବଳ ମୁଁ ପାଣ୍ଡବଙ୍କ ପକ୍ଷରୁ ଲଢ଼ିଲେ ବି ପୂରା ସେନା ତୁମର ବୋଲି ଦୁର୍ଯ୍ୟୋଧନକୁ ସାନ୍ତ୍ୱନା ଦେଲେ। ଦୁର୍ଯ୍ୟୋଧନ ଆଶ୍ୱସ୍ତ ହୋଇ ଘରକୁ ଫେରିଲେ।