ବୈଜ୍ଞାନିକ ପଦ୍ଧତିରେ ପ୍ରଭୁ ରାମଚନ୍ଦ୍ରଙ୍କ ଜନ୍ମ ତାରିଖ ଗଣନା

ପ୍ରଭୁ ରାମଚନ୍ଦ୍ର ଜନ୍ମ ନେଇଥିବା କଥା ସତ୍ୟ ବୋଲି ପୁଣି ଥରେ ନୂତନ ଗବେଷଣାରୁ ପ୍ରାପ୍ତ ତଥ୍ୟରୁ ଜଣାପଡ଼ିଛି। ବୈଜ୍ଞାନିକ ପଦ୍ଧତିରେ ଗଣନା କରାଯିବା ପରେ ତାଙ୍କର ବାସ୍ତବ ଜନ୍ମ ତାରିଖ ନିର୍ଦ୍ଧାରିତ ହୋଇଛି।

‘ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସାଇଣ୍ଟିଫିକ୍‌ ରିସର୍ଚ ଅନ୍‌ ବେଦସ୍‌’ କହିବାନୁସାରେ, ଖ୍ରୀଷ୍ଟପୂର୍ବ ୫୧୧୪ ଜାନୁଆରି ୧୦ ତାରିଖ ଦିନ ଅଯୋଧ୍ୟାରେ ପ୍ରଭୁ ରାମଚନ୍ଦ୍ରଙ୍କର ଜନ୍ମ ହୋଇଥିଲା ବୋଲି ପ୍ଲାନେଟାରିୟମ୍‌ ସଫ୍ଟେଓ୍ଵର୍‌ ଗଣନା କରିଛି। ଭାରତୀୟ ପଞ୍ଜିକା ଅନୁସାରେ, ଜନ୍ମ ସମୟ ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୧ଟା ମଧ୍ୟରେ। ସେ ଦିନ ଥିଲା ଚୈତ୍ର ମାସର ଶୁକ୍ଳପକ୍ଷ।

ପ୍ଲାନେଟାରିୟମ୍‌ ସଫ୍ଟେଓ୍ଵର୍‌ ଯୋଗେ ଏହି ପ୍ରତିଷ୍ଠାନ ଭାରତୀୟ ପୁରାଣର ବହୁ ଘଟଣାବଳୀର ସମୟ ନିରୂପଣ କରିବାରେ ସମର୍ଥ ହୋଇଛି। ଏହି ସବୁ ପୌରାଣିକ ଘଟନା ଖ୍ରୀଷ୍ଟପୂର୍ବ ୨୦୦୦ରେ ସଙ୍ଘଠିତ ହୋଇଥିଲା। ବ୍ରହ୍ମାଣ୍ଡରେ ଗ୍ରହ ଓ ନକ୍ଷତ୍ରମାନଙ୍କର ସ୍ଥିତି ଜାଣିବା ନିମନ୍ତେ ନାସା ଏବଂ ନେହେରୁ ପ୍ଲାନେଟାରିୟମ୍‌ ମଧ୍ୟ ଏହି ସଫ୍‌ଟ୍‌େଓ୍ଵର୍‌ ବ୍ୟବହାର କରୁଛନ୍ତି।

Image Courtesy of The Speaking Tree

‘ଆଇ-ସର୍ଭ’ର ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ, ବାଲ୍ମୀକ ରାମାୟଣରେ ବର୍ଣ୍ଣିତ ଗ୍ରହାବସ୍ଥିତି ଅଧ୍ୟୟନ କରି ସେମାନେ ପ୍ରଭୁ ଶ୍ରୀରାମଙ୍କ ଜନ୍ମ ତାରିଖ ନିରୂପଣ କରିଛନ୍ତି। ପ୍ଲାନେଟାରିୟମ୍‌ ସଫ୍‌ଟେଓ୍ଵର୍‌, କମ୍ପ୍ୟୁଟର୍‌, ସ୍ପେସ୍‌ ଇମେଜରି, ଅଣ୍ଡର୍‌ଓ୍ଵାଟର୍‌ ଏକ୍ସପ୍ଲୋରେସନ୍‌ ଏବଂ ରେଡିଓ କାର୍ବନ୍‌ ଡେଟିଙ୍ଗ୍‌ ଭଳି ବୈଜ୍ଞାନିକ ଉପକରଣ ଏବଂ କୌଶଳ ଯୋଗେ ରାମାୟଣରେ ବର୍ଣ୍ଣିତ ଚରିତ୍ରମାନଙ୍କର ଅସ୍ତିତ୍ୱ ଏବଂ ଘଟନାବଳୀର ପ୍ରାସଙ୍ଗିକତା ସ୍ପଷ୍ଟ କରୁଛି।

ବୈଜ୍ଞାନିକମାନେ କେବଳ ରାମାୟଣରେ ବର୍ଣ୍ଣିତ ପ୍ରଭୁ ରାମଚନ୍ଦ୍ରଙ୍କ ଜନ୍ମ କଥା ନୁହେଁ, ବନବାସର ୧୩ଶ ବର୍ଷରେ ଖରଦୁଷଣଙ୍କ ସହ ସେ ଲଢ଼ିଥିବା କଥା ମଧ୍ୟ ଜାଣିବାକୁ ପାଇଛନ୍ତି।

ସମ୍ବନ୍ଧିତ ଖବର