ଭଗବାନ ଶିବ କାହିଁକି ରୁଦ୍ର ରୂପକୁ ତ୍ୟାଗ କରି ବାନର ରୂପରେ ଅବତାର ନେଇଥିଲେ ?

ହନୁମାନଜୀ ହେଉଛନ୍ତି ଶ୍ରୀରାମଙ୍କ ଭକ୍ତ । ଏଣେ ଭଗବାନ ଶଙ୍କର ଓ ନାରାୟଣ  ପରସ୍ପରର ଭକ୍ତ ଅଟନ୍ତି । କିନ୍ତୁ ଯେତେବେଳେ ନାରାୟଣ ନର ରୂପ ଧାରଣ କରି ଶ୍ରୀରାମଙ୍କ  ଅବତାର ଗ୍ରହଣ କରିଲେ, ସେତେବେଳେ ଶିବ ଭଗବାନ ଶ୍ରୀରାମଙ୍କ  ଉପାସନାକରିବାକୁ ଚିିନ୍ତା କଲେ  ସେତେବେଳେ ରୁଦ୍ର ରୂପକୁ ତ୍ୟାଗ କରି ବାନର ରୂପରେ ଅବତାର ନେଇଥିଲେ । ଏହିରୁପରେ   ସେ ସମୁଦ୍ର ଲଂଘି ସୀତାଙ୍କ ଠାବ କରିବା, ଲଙ୍କାପୁରୀ ଦହନ କରିବା, ସଂଜୀବନୀ ବୁଟି ଆଣି ଲକ୍ଷ୍ମଣଙ୍କୁ ପ୍ରାଣଦାନ ଦେବା, ଅଜେୟ ଦୁଷ୍ଟ ରାକ୍ଷସମାନଙ୍କୁ  ବଧ ଭଳି ଅନେକ ଅସମ୍ଭବ  କାର୍ଯ୍ୟ ସଂପାଦନ କରିଥିଲେ ।

ବ୍ରହ୍ମାଦିପୁରାଣ ଅନୁଯାୟୀ ଶ୍ରୀହନୁମାନ ବୃଷାକପି ଅର୍ଥାତ୍‌ ଶିବ-ବିଷ୍ଣୁଙ୍କ ତେଜୋମୟ ଦିବ୍ୟ ବିଗ୍ରହଧାରୀ ଦେବତା ରୂପରେ ନିରୁପିତ ହୋଇଛନ୍ତି ।  ସମସ୍ତ ପୁରାଣ ତଥା ବିବିଧ ରାମାୟଣ ଅନୁସାରେ  ବୈବସ୍ୱତ ମନ୍ଵନ୍ତରରେ ଚବିସତମ ତ୍ରେତୟା ଯୁଗରେ ସେ ଅଂଜନା ନାମ୍ନୀ ଅପ୍‌ସରାଙ୍କଠାରୁ କେସରୀଙ୍କ ପୁତ୍ର ରୂପେ ଅବତୀର୍ଣ୍ଣ ହୋଇଥିଲେ । ଏଥିଲାଗି ହନୁମାନଙ୍କୁ କୁହାଯାଏ କଲ୍ୟାଣକାରୀ ଶିବଙ୍କ ଅବତାର ।

ସମ୍ବନ୍ଧିତ ଖବର