ବେଲପତ୍ର, ଦୁଦୁରା ଓ ଭାଙ୍ଗ ଶିବଙ୍କର ଅତିପ୍ରିୟ; ଜାଣନ୍ତୁ କ’ଣ ସବୁ ଅପ୍ରିୟ: ଭୁଲ୍‌ରେ ବି ଏସବୁରେ କରନ୍ତୁନି ଶିବପୂଜା

ହିନ୍ଦୁ ସଂସ୍କୃତି ଶିବ ଲିଙ୍ଗକୁ ଏପରି କୌଣସି ସ୍ଥାନରେ ସ୍ଥାପନ କରାଯାଏ ନାହିଁ ଯେଉଁଠାରେ ସବୁଦିନ ପୂଜା ସମ୍ଭବ ହୋଇନଥାଏ। କୁହାଯାଏ ଯେ ଶିବ କୋପେ ବର ଦିଅନ୍ତି ନାଇଁ ତ ତପେ ବର ଦିଅନ୍ତି। ମହାଦେବଙ୍କ ରାଗକୁ ବିଷ୍ଣୁଙ୍କର ବି ଭୟ। ଶିବ ପୂଜା କରିବା ବେଳେ ଭକ୍ତମାନେ ଦୁଦୁରା ଫୁଲ, ବେଲ ପତ୍ର, ଭାଙ୍ଗ ଆଦି ଦେଇ ମହାଦେବଙ୍କୁ ତୃପ୍ତ କରାଇବା ପାଇଁ ଚେଷ୍ଟା କରିଥାନ୍ତି। ମାତ୍ର ଶିବ ପୁରାଣରେ ଲେଖାଯାଇଛି ଯେ ଏମିତି କିଛି ଜିନିଷ ରହିଛି ଯାହାକୁ ଶ୍ରଦ୍ଧାଳୁମାନେ ଶିବଙ୍କୁ ଦେବା ଅନୁଚିତ।

ଶିବପୁରାଣରେ ଲେଖା ଅଛି ଯେ ଜଳନ୍ଧର ନାମକ ଅସୁରକୁ ଶିବ ମାରିକରି ଜାଳି ଦେଇଥିଲେ। ଚଳନ୍ଧର ଥିଲେ ତୁଳସୀଙ୍କ ସ୍ୱାମୀ। ଶିବ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିଥିବାରୁ ସେ କେବେ ବି ଶିବଙ୍କ ପୂଜାରେ ଲାଗିବେ ନାହିଁ ବୋଲି ତୁଳସୀ କହିଥିଲେ।

ନଡ଼ିଆ ଶିବଙ୍କୁ ଭୋଗ ଲଗାଯାଏ। ମାତ୍ର ନଡ଼ିଆ ପାଣି ଶିବଙ୍କୁ ପ୍ରଦାନ କରାଯିବା ନେଇ ବାରଣ ରହିଛି। ଆପଣ ନଡ଼ିଆ ଭୋଗ ଲଗାନ୍ତୁ ପଛେ ପାଣିକୁ କିନ୍ତୁ ଶିବଙ୍କ ସଂସ୍ପର୍ଶରେ ଆଣନ୍ତୁ ନାହିଁ। ନହେଲେ ଆପଣଙ୍କ ପୂଜା ସଫଳ ହେବ ନାହିଁ।

ହଳଦୀ ବି ଶିବଙ୍କ ଦେହରେ ଲଗାଯାଏ ନାହିଁ। ହଳଦୀକୁ ମହିଳାମାନଙ୍କ ସୌନ୍ଦର୍ଯ୍ୟ ସକାଶେ ବ୍ୟବହାର କରାଯାଏ। ସୌନ୍ଦର୍ଯ୍ୟଠାରୁ ନିଜକୁ ଦୂରେଇ ରଖୁଥିବାରୁ ଶିବ ହଳଦୀ ଲଗାଇବା ନେଇ ବାରଣ ଲଗାଇଛନ୍ତି। ହଳଦୀ ପରି କୁମ୍‌କୁମ୍‌ ବି ଲଗାଯାଏ ନାହିଁ ମହାଦେବଙ୍କୁ।

ସୋମବାର ଶିବଙ୍କ ପ୍ରିୟ ବାର ହୋଇଥିବାରୁ ଶିବ ଭକ୍ତମାେନେ ଏହି ବାର ମାନି ଚଳିଲେ ମନସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି କଥା ରହିଛି। ଶିବ ଲିଙ୍ଗରେ ଖିର ଢ଼ାଳି ଭକ୍ତମାନେ ଏହି ବାରରେ ମହାଦେବଙ୍କ ମନ ଜିଣିବା ପାଇଁ ଚେଷ୍ଟା କରିଥାନ୍ତି।

ସମ୍ବନ୍ଧିତ ଖବର