ବଳିର ଅତ୍ୟାଚାରରେ ଅତିଷ୍ଠ ହୋଇଥିବା  ଦେବଗଣଙ୍କୁ କି ପରାମର୍ଶ ଦେଲେ ବିଷ୍ଣୁ 

ଥରେ ଐରାବତରେ ବସି ଭ୍ରମଣ କରୁଥିବାବେଳେ ଦେବରାଜ ଇନ୍ଦ୍ରଙ୍କର ମହର୍ଷି ଦୁର୍ବାସାଙ୍କ ସହିତ ସାକ୍ଷାତ ହୁଏ। ସେ ଇନ୍ଦ୍ରଙ୍କ ଉପରେ ପ୍ରସନ୍ନ ହୋଇ ତାଙ୍କୁ ନିଜ ବେକରେ ଥିବା ପୁଷ୍ପମାଳା ପ୍ରସାଦ ରୂପେ ଅର୍ପଣ କରିଲେ। ଇନ୍ଦ୍ର ସେହି ମାଳାକୁ ଐରାବତର ମସ୍ତକରେ ପକାଇ ଦେଲେ ଏବଂ ଐରାବତ ନିଜ ଶୁଣ୍ଢରେ ତାଙ୍କୁ ତଳକୁ  ପକାଇ ଦଳି ଦେଲା।ନିଜ ପ୍ରସାଦର ନିୟନ୍ତ୍ରଣ ରଖି ପାରିଲେ ନାହିଁ। ସେ ଶ୍ରୀ ଭ୍ରଷ୍ଟ ହେବା ଲାଗି ଇନ୍ଦ୍ରଙ୍କୁ ଅଭିଯୋଗ ଦେଲେ।

ମହର୍ଷି ଦୁର୍ବାସାଙ୍କ ଅଭିଶାପ କେବେ ବି ଅନ୍ୟଥା  ହୋଇ ନ ଥିଲା। ଶ୍ରୀହୀନ ଇନ୍ଦ୍ର ଦୈତ୍ୟରାଜ ବଳିଙ୍କଠୁଁ ଯୁଦ୍ଧରେ ପରାସ୍ତ ତା’ ପରେ ବଳିଙ୍କର ତିନି ଲୋକ ଉପରେ ଅଧିକାର ହୋଇଗଲା। ସେ ଦେବତାମାନଙ୍କୁ ମଧ୍ୟ ସ୍ୱର୍ଗରୁ ପଳାୟନ କରିବା ପାଇଁ  କହିଲା। ବଳିର ଅତ୍ୟାଚାରରେ ଅତିଷ୍ଠ ହୋଇ ଦେବଗଣ ବ୍ରହ୍ମାଙ୍କ ଶରଣାପନ୍ନ ହେଲେ। ବ୍ରହ୍ମା ସେମାନଙ୍କୁ ବିଷ୍ଣୁଙ୍କ ପାଖକୁ ଯାଇ ବିନତି କରିବା ଲାଗି ପରାମର୍ଶ ଦେଲେ।

photo-oneindia

ତାହା ଅନୁଯାୟୀ ସମସ୍ତ ଦେବତା ବିଷ୍ଣୁଙ୍କୁ  ଏହି ବିପତ୍ତିରୁ ରକ୍ଷା କରିବା ଲାଗି ପ୍ରାର୍ଥନା କରିଲେ। ଭଗବାନ ବିଷ୍ଣୁ କହିଲେ-‘‘ଆପଣମାନେ ଦୈତ୍ୟମାନଙ୍କ ସହିତ ସନ୍ଧି କରି ନିଅନ୍ତୁ ଏବଂ ସେମାନଙ୍କ ସହଯୋଗରେ ମନ୍ଦରାଚଳକୁ ମଥାନପି ତଥା ବାସୁକି ନାଗକୁ ଦଉଡ଼ି ଭାବେ ଗ୍ରହଣ କରି କ୍ଷୀର ସାଗରର ମନ୍ଥନ କରନ୍ତୁ। ସମୁଦ୍ରରୁ ଅମୃତ ବାହାରିବ,ଯାହାକୁ ପାନ କରାଇ ମୁଁ ଦେବତାମାନଙ୍କୁ ଅମର କରି ଦେବି। ତେବେ ଯାଇ ଦେବତା ଦୈତ୍ୟମାନଙ୍କୁ ପରାଜିତ କରି ପୁନଃ ସ୍ୱର୍ଗପ୍ରାପ୍ତ କରି ପାରିବେ।’’

ସମ୍ବନ୍ଧିତ ଖବର