ଭଗବାନ ଶିବଶଙ୍କର କାଶୀରେ ଏକ ହଜାର ମନ୍ଵନ୍ତରତକ ଜପ,ହୋମ ଓ ପୂଜନ ଆଦି ଦ୍ୱାରା ଶ୍ରୀରାମଙ୍କ ଆରାଧନା ପୂର୍ବକ ଶ୍ରୀରାମ ମନ୍ତ୍ରର ଜପ କରୁଥିଲେ। ଏଥିରେ ପ୍ରସନ୍ନ ହୋଇ ଭଗବାନ ଶ୍ରୀରାମ ଶଙ୍କରଙ୍କୁ କହିଲେ,‘‘ହେ ପରମେଶ୍ୱର!ଆପଣଙ୍କର ଯାହା ଅଭିଷ୍ଟ ଅଛି,ତାହା ଆପଣ ମୋତେ ମାଗନ୍ତୁ,ମୁଁ ତାହା ଦେବି।’’ଏହା ଶୁଣି ସତ୍ୟାନନ୍ଦ ଚିନ୍ମୟ ଭଗବାନ ଶଙ୍କର ଶ୍ରୀରାମଙ୍କୁ କହିଲେ,‘‘ଭଗବାନ୍‌!ମଣି କର୍ଣ୍ଣିକା ତୀର୍ଥରେ ,କାଶୀ କ୍ଷେତ୍ରରେ ଅଥବା ଗଙ୍ଗାକିମ୍ବା ଗଙ୍ଗାତଟରେ ଯିଏ ପ୍ରାଣତ୍ୟାଗ କରେ,ସେହି ଜୀବକୁ ଆପଣ ମୁକ୍ତି ପ୍ରଦାନ  କରନ୍ତୁ।ଏହାବ୍ୟତୀତ ମୋର ଅନ୍ୟ କୌଣସି ଅଭିଷ୍ଟ ନାହିଁ।

Advertisment

publive-image ph-.ec.quoracdn.net

ଭଗବାନ ଶ୍ରୀ କହିଲେ,‘‘ହେ ଦେବ ଦେବ ମହାଦେବ ଆପଣଙ୍କର ଏହି ପାବନ କ୍ଷେତ୍ରରେ ଯିଏ ବି (ପଶୁ,ପକ୍ଷୀ,ମନୁଷ୍ୟ କୀଟ ପତଙ୍ଗ,ପ୍ରାଣତ୍ୟାଗ କରିବ,ସେ ମୁକ୍ତି ପ୍ରାପ୍ତ କରିବ।ଏ କ୍ଷେତ୍ରରେ ସମସ୍ତ ପ୍ରାଣୀଙ୍କର ମୁକ୍ତିପାଇଁ ମୁଁ ପାଷାଣ ପ୍ରତିମାରେ ମଧ୍ୟ ନିବାସ ଷଡ଼କ୍ଷର ତାରକ ମନ୍ତ୍ର ଦ୍ୱାରା ଯିଏ ବି ଭକ୍ତିପୂର୍ବକ ମୋର ପୂଜା କରିବ ,ମୁଁ ତାଙ୍କୁ ସମସ୍ତ ପାପରୁ ମଧ୍ୟ ମୁକ୍ତ କରିବି। ମୁଁ ଆପଣଙ୍କ ତପସ୍ୟାରେ ସଂପୂର୍ଣ୍ଣ ରୂପେ ପ୍ରସନ୍ନ। ଆପଣ ଯାହା ଚାହିଁବେ,ତାହା ହିଁ ହେବ।ଏଥିପାଇଁ ଆଦୌ ଚିନ୍ତା କରନ୍ତୁ ନାହିଁ।ଆପଣଙ୍କର କିମ୍ବା ବ୍ରହ୍ମାଙ୍କର ମୁଖରୁ  ଯିଏବି  ମୋର ନାମର ଷଡ଼କ୍ଷର ମନ୍ତ୍ରର ଦୀକ୍ଷାଗ୍ରହଣ କରିବ,ସେ ଜୀବଦ୍ଦଶାରେ ମନ୍ତ୍ରସିିଦ୍ଧି ହୋଇଯିବ।ଯେଉଁ ବ୍ୟକ୍ତିର ମୃତ୍ୟୁ କାଳରେ ତା’ର ଡ଼ାହାଣ କାନରେ ଆପଣ  ସ୍ୱୟଂ ମୋର ଏହି ତାରକା ମନ୍ତ୍ରର ଉପଦେଶ ପ୍ରଦାନ କରିବେ,ସେ ନିଶ୍ଚିତ ରୂପେ ମୁକ୍ତିଲାଭ କରିବ।