ଭଗବାନ ଶିବଙ୍କ ଆରାଧନା କରିପାରନ୍ତି ଏପରି….

ଆଜି ହେଉଛି ସୋମବାର। ଅଧିକାଂଶ ଧର୍ମ ପରାୟଣ ବ୍ୟକ୍ତି ଏହି ଦିନ ପ୍ରାୟତଃ ଶିବ ମନ୍ଦିରକୁ ଯାଇଥାନ୍ତି। ଭଗବାନ ଶିବଙ୍କ ଆରାଧନା ଲାଗି ସେମାନେ ତତ୍ପର ହୋଇଥାନ୍ତି। କାରଣ ମହାଦେବଙ୍କ ଭକ୍ତିରେ ଜୀବ ଜଗତ ତାହାର ସମସ୍ତ ପ୍ରକାରର ସୁଖ,ଧନ,ମାନ ସମ୍ମାନ ଆଦିକୁ ପ୍ରାପ୍ତ କରିପାରିଥାଏ। ତେଣୁ ଭଗବାନ ମହାଦେବଙ୍କୁ ପ୍ରସନ୍ନ କରିବାର କେତେକ ସରଳ ଉପାୟ ବିଷୟରେ ଜାଣିବା ଆବଶ୍ୟକ । କାରଣମହାପୁରାଣର କଥା ଅନୁସାରେ ସୃଷ୍ଟିର ଅସ୍ତିତ୍ୱରେ ମହାଦେବ ହିଁ ସେହି ଶକ୍ତି ଥିଲେ,ଯାହାଙ୍କର କି କୌଣସି ଆଦି ବା ଅନ୍ତ ନ ଥିଲା । ଭଗବାନ ଶିବଙ୍କୁ ପ୍ରସନ୍ନ କରିବାର କେତେକ ମାର୍ଗ ରହିଛି ।ସେଥରୁ କେତେକ ହେଲା-

ପ୍ରତିଦିନ ମହାଦେବଙ୍କ ପୂଜାର୍ଚ୍ଚନା ,ଆରତୀ କରିବା ଶ୍ରେଷ୍ଠ ମାର୍ଗ ଅଟେ। ଏହାଦ୍ୱାରା ଅକ୍ଷୟ ପୁଣ୍ୟର ପ୍ରାପ୍ତି ହୋଇଥାଏ। ଆଉ ଯଦି ଆପଣ ପ୍ରତିଦିନ ଏହାକୁ କରି ନପାରନ୍ତି ,ତେବେ ସୋମବାର ଦିନ ନିଶ୍ଚିତ ଭାବରେ  କରନ୍ତୁ;କାରଣ ଏହି ସୋମବାରଟି ହେଉଛି ମହାଦେବଙ୍କର ପ୍ରିୟ ବାର ଅଟେ।

photo-movies sulekha.com

ସମସ୍ତ ମନୋକାମନା ପୂର୍ଣ୍ଣ କରିବା ପାଇଁ ଶିବଲିଙ୍ଗ ଉପରେ ପ୍ରତ୍ୟେକ ଦିନ ଗାଈର କଞ୍ଚା କ୍ଷୀର ଅର୍ପଣ କରନ୍ତୁ। ତାଜା ଦୁଧର ପ୍ରୟୋଗ କରନ୍ତୁ। ଆପଣ କଦାପି ହେଲେ ବି ଡ଼ବା ବନ୍ଦ କ୍ଷୀର କିମ୍ବା ପ୍ୟାକେଟ୍‌ କ୍ଷୀରକୁୁ ଅର୍ପଣ କରନ୍ତୁ ନାହିଁ।

ସୋମବାର ଦିନ ଶ୍ରଦ୍ଧାପୂର୍ବକ ବ୍ରତ ଧାରଣ କରନ୍ତୁ। ଯଦି ପୁରାଦିନ ବ୍ରତ ରଖିବା କଷ୍ଟକର ହୁଏ,ତେବେ ସୂର୍ଯ୍ୟାପ୍ତ ପର୍ଯ୍ୟନ୍ତ ଆପଣ ବ୍ରତ ରଖିପାରନ୍ତି।• ବେଲପତ୍ର,ଦୁଧ,ଗଙ୍ଗାଜଳ ,ଅତର ,ଦେଶି ଘିଅ,ରୋଲି,ମହୁ ଓ ଚନ୍ଦନରେ  ଶିବଲିଙ୍ଗକୁ  ଅଭିଷେକ କରନ୍ତୁୁ। ‘ଓଁମ୍‌ ନମଃ ଶିବାୟ’ର ଜପ ଚାଲୁଥିବା ବେଳେ  ଓ ଉଠିବା-ବସିବା ଭଳି ଯେକୌଣସି ସମୟରେ କରନ୍ତୁ। ସର୍ବଦା ଭଗବାନ ଶିବଙ୍କୁ ସ୍ମରଣ କରିବା ବି ଭଲ ।

ସମ୍ବନ୍ଧିତ ଖବର