ନୂଆଦିଲ୍ଲୀ: ଆଜିକାଲି ଯୁଗରେ ଡାକଘରୁ ଚିଠି ଆସିବା ଏକ ସ୍ବପ୍ନ ପରି। ମୋବାଇଲ୍ ଯୁଗରେ ଚିଠି ଦିଆନିଆ ପୂରାପୂରି ବନ୍ଦ୍ ହୋଇଯାଇଛି ବୋଲି କହିଲେ କିଛି ଭୁଲ୍ ହେବନାହିଁ। ହେଲେ ଥରେ ଭାବନ୍ତୁ ତ, ଆପଣକୁ ଯଦି କେହି ଆପଣଙ୍କ ଠିକଣାରେ ଲେଖା ହୋଇଥିବା ପ୍ରାୟ ୮୦ ବର୍ଷ ତଳର ଚିଠି ଦିଅନ୍ତି ତ କିପରି ଅନୁଭବ କରିବେ? ଏପରି ଏକ ମାମଲା ସାମ୍ନାକୁ ଆସିବା ପରେ ଏବେ ସମସ୍ତେ ଚକିତ ହୋଇଛନ୍ତି।

Advertisment

ଆମେରିକାରୁ ଏପରି ଏକ ମାମଲା ଏବେ ନଜରକୁ ଆସିଛି। ୧୯୪୩ ମସିହାରେ ଦମ୍ପତି ଲୁଇସ୍ ଓ ଲାବେନଙ୍କୁ ଲେଖା ଯାଇଥିବା ଏକ ପତ୍ର ଡାକଘରୁ ମିଳିଥିଲା। ପତ୍ରଟି ମିଳିବା ପରେ ଡାକଘର କର୍ମଚାରୀ ଖୁବ୍‌ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। କାରଣ ଚିଠି ଥିଲା ୮୦ ବର୍ଷ ତଳର। ସେମାନେ ଚିଠିଟିକୁ ଉଚିତ୍ ସ୍ଥାନରେ ପହଞ୍ଚାଇବାକୁ ଚିନ୍ତା କରିଥିଲେ।

ତାପରେ ଡାକ କର୍ମୀମାନେ ଚିଠିଟିକୁ ନେଇ ଦମ୍ପତିଙ୍କ ଝିଅ ଜେନଟଙ୍କୁ ଦେଇଥିଲେ। ସେ ଯେତେବେଳେ ଚିଠିଟି ପଢ଼ିଲେ ତ ଅତ୍ୟନ୍ତ ଭାବପ୍ରବଣ ହୋଇଗଲେ। କାରଣ ସେ ଜାଣିବାକୁ ପାଇଲେ ଯେ ତାଙ୍କ ପୂର୍ବରୁ ତାଙ୍କ ବାପାମାଆଙ୍କର ଆଉ ଏକ ଝିଅର ମୃତ୍ୟୁ ହେଇଯାଇଛି।

ତାଙ୍କ ପାଇଁ ଏହି କଥା ଏକଦମ ନୂଆ ଥିଲା। ସେ ଜାଣି ନଥିଲେ ଯେ ତାଙ୍କ ବାପାମାଆଙ୍କ ଜୀବନରେ ଏତେ ବଡ଼ ଏକ ଘଟଣା ଘଟିଯାଇଛି। ଚିଠିରେ କେହି ଜଣେ ସମ୍ପର୍କୀୟ କନ୍ୟା ବିୟୋଗ ହେତୁ ସେମାନଙ୍କୁ ସମବେଦନା ଜଣାଇଥିବା ଦେଖିବାକୁ ମିଳିଥିଲା