ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ହଜାଇ ଥିବା ମନିପର୍ସକୁ ସୁରକ୍ଷିତ ଭାବେ ଏପରି ପାଇଛନ୍ତି ଏହି ବ୍ୟକ୍ତି

ନୂଆଦିଲ୍ଲୀ: ଅନେକ ଥର ସାମଗ୍ରୀ ହଜି ଯିବା ହେତୁ ଆମର ମନଦୁଃଖ ହୋଇଥାଏ। ଯେତେବେଳେ ସେହି ଜିନିଷ ଆମକୁ ପୁଣି ମିଳି ଯାଇଥାଏ ଖୁସିର ଠିକଣା ହିଁ ରହି ନଥାଏ। କିଛି ଏମିତି ଘଟିଛି ରାଏ ରୋଟ୍‌ସଙ୍କ ସହ। ଯିଏକି ଆମେରିକାର ଜାର୍ଜିଆରେ ବସବାସ କରନ୍ତି। ରାଏ ରୋଟ୍‌ସ ନିଜର ମନିପର୍ସକୁ ପାଖାପାଖି ସାତ ଦଶକ ପୂର୍ବେ ହଜାଇ ଦେଇଥିଲେ, ଏବେ ଏତେ ବର୍ଷ ପରେ ପୁଣି ସେ ସେହି ପର୍ସକୁ ଫେରି ପାଇଛନ୍ତି। ଆଶ୍ଚର୍ଯ୍ୟର କଥା ଏହି ମନିପର୍ସରୁ କୌଣସି ବି ସାମଗ୍ରୀ ଏପଟସେପଟ ହୋଇନାହିଁ, ଯେମିତି ହଜାଇ ଥିଲେ ସେମିତି ପାଇଛନ୍ତି। ଏଥିରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ବି ଥିଲା।

ରାଏ ରୋଟ୍‌ସଙ୍କ ବୟସ ପାଖାପାଖି ୧୦୦ବର୍ଷ ହେବ। ତାଙ୍କୁ ସେଦିନର ସମସ୍ତ ଘଟଣା ଏବେ ବି ମନେ ଅଛି। ଯେଉଁଦିନ ତାଙ୍କର ମନିପର୍ସ ହଜିଥିଲା। ସେ ସେହି ଦିନକୁ ମନେ ପକାଇ କହନ୍ତି, ‘ମୁଁ କଲିଫୋର୍ଣ୍ଣିଆରେ ରହୁଥିଲି ଇଲେକ୍ଟ୍ରିକଲ୍‌ ଇନ୍ସପେକ୍ଟର ଥିଲି। ଉହାଯାହାଜ ଯାଞ୍ଚ କରିବା ମୋର କାମ ଥିଲା। ସେତେବେଳେ ଦ୍ୱିତୀୟବିଶ୍ୱ ଯୁଦ୍ଧ ହୋଇଥିଲା। ମୁଁ ଓ ମୋର ଅନ୍ୟ ସାଥୀମାନେ ବିମାନରେ ଥିଲେ। ହଠାତ୍‌ ପେକେଟ ଦେଖିଲା ବେଳକୁ ମନିପର୍ସ ନଥିଲା, ମନିପର୍ସ କେଉଁଆଡେ ଗଲା ବୋଲି ମୋର ସାଥୀଙ୍କୁ ପଚାରିଥିଲି କିନ୍ତୁ କେହି କିଛି ଜାଣି ନାହାନ୍ତି ବୋଲି କହିଥିଲେ।’

ଆଶ୍ଚର୍ଯ୍ୟର କଥା ହେଉଛି, ଏହି ମନିପର୍ସ ଜଣେ ଯୁରୋପୀୟ ବ୍ୟକ୍ତିଙ୍କ ହାତରେ ଲାଗିଥିଲା। ଏହି ବ୍ୟକ୍ତିଙ୍କ ନାମ ଏଡଗର ଓ୍ଵାରେନ୍‌ ବର୍ଡସ୍‌ । ସେ ଇଂଲଣ୍ଡର ଡର୍ବିଶାୟରସ୍ଥିତ ରୟାଲ ଏୟାରଫୋର୍ସରେ କାର୍ଯ୍ୟ କରୁଥିଲେ। ରୋଟ୍‌ସଙ୍କ ପନିପର୍ସରେ ତାଙ୍କର ଡ୍ରାଇଭିଂ ଲାଇସେନ୍ସ ଥିଲା। ତେବେ ଏଥିରୁ ସ୍ପଷ୍ଟ ହେଉଛି କି ଓ୍ଵାରେନ୍‌ ରୋଟ୍‌ସଙ୍କ ବିଷୟରେ ସମ୍ପୂର୍ଣ୍ଣ ସୂଚନା ମିଳି ସାରିିଥିଲା। ସେ ଚାହିଁଥିଲେ ଲାଇସେନ୍ସରେ ଲେଖାଥିବା ନାମ ଓ ଠିକଣାରେ ତାହାକୁ ପହଞ୍ଚାଇ ପାରି ଥାଆନ୍ତେ କିନ୍ତୁ ସେ ସେପରି କିଛି କରି ନଥିଲେ। ଓ୍ଵାରେନ୍‌ ଯତ୍ନର ସହ ପର୍ସକୁ ରଖିଥିଲେ। ସେ ଏହି ମନିପର୍ସ ତାଙ୍କ ପୁଅକୁ ଦେଇଥିଲେ ପରେ ପୁଅ ତାଙ୍କ ଝିଅକୁ ଦେଇଥିଲେ। ଦୁଇପୀଢ଼ି ପର୍ଯ୍ୟନ୍ତ ମନିପର୍ସ ସେଭଳି ସୁରକ୍ଷିତ ରଖାଯାଇଥିଲା। ଏବେ ଏତେ ବର୍ଷ ପରେ ରୋଟ୍‌ସଙ୍କୁ ତାଙ୍କ ହଜି ଥିବା ମନିପର୍ସ ମିଳି ଯାଇଛି। ତେବେ ଓ୍ଵାରେନ୍‌ ଏଭଳି କାହିଁକି ଓ କେଉଁ ଉଦ୍ଦେଶ୍ୟରେ କରିଥିଲେ ତାହା ସ୍ପଷ୍ଟ ହୋଇପାରି ନାହିଁ।

ସମ୍ବନ୍ଧିତ ଖବର