ଅରୁଣାଚଳର ପ୍ରେମ-ଫୁଲ

ଚାଇନିଜ୍‌ମାନେ ‘ପ୍ରେମ ଫୁଲ’ ପାଇଁ ଅରୁଣାଚଳ ପ୍ରଦେଶରେ ଅନୁପ୍ରବେଶ କରୁଥିବା କେହି କେହି ବିଶ୍ବାସ କରନ୍ତି। ଏହା କ’ଣ ଏବଂ କେଉଁ କାମରେ ଲାଗେ? ଏହା ପ୍ରକୃତରେ ଫୁଲ ନୁହେଁ; ଏକ ପ୍ରକାରର ଶିଉଳି ବା କବକ ଜାତୀୟ ଉଦ୍ଭିଦ। ଉଦ୍ଭିଦ ବିଜ୍ଞାନ ପରିଭାଷାରେ ଏହାର ନାମ- ‘କର୍ଡିସେପ୍‌ସ ସାଇନେନ୍‌ସିସ୍‌’। ଏହି ଉଦ୍ଭିଦ ସମୁଦ୍ରପତ୍ତନଠାରୁ ଅନ୍ୟୂନ ଦଶ ହଜାର ଫୁଟ୍‌ ଉଚ୍ଚତାରେ ବଢ଼ୁଥିବା ବଣୁଆ ଶମ୍ବାଳୁଆ ଦେହରେ ସୃଷ୍ଟି ହୁଏ। ଏଣୁ ଏହା ଅଧା କୀଟ ଏବ˚ ଅଧା ଉଦ୍ଭିଦ। ଏହାକୁ ସ୍ଥାନୀୟ ଲୋକେ କହନ୍ତି ‘ୟାର୍ଟ‌୍‌ ସି ଗମ୍ପୋ’ ବା ‘କୀଡ଼ା ଜଡ଼ି’।

Розетка

ଅନ୍ତର୍ଜାତୀୟ ବଜାରରେ ଏହାର ମୂଲ୍ୟ କିଲୋ ପ୍ରତି ଦୁଇ ଲକ୍ଷ ଟଙ୍କା। ଏହା ପୁରୁଷଙ୍କଠାରେ ଯୌନ-ଶକ୍ତି ବୃଦ୍ଧି ସହ କ୍ଳାନ୍ତି ଦୂର କରୁଥିବା ବିଶ୍ବାସ କରାଯାଏ। ଏହା ପୁଷ୍ଟିଦାୟକ। ଏକଦା ଏହାର ଦର କିଲୋ ପ୍ରତି ଦୁଇ ହଜାର ମାତ୍ର ଥିଲା। ଚାଇନିଜ୍‌ମାନେ ଏହାକୁ ବିଭିନ୍ନ ତୁଟୁକା ଚିକିତ୍ସାରେ ବ୍ୟାପକ ଭାବେ ବ୍ୟବହାର କରିବା ସହ ବିଶ୍ବ-ବଜାରରେ ପରିଚିତ କରାଇବାରୁ ଦର ବଢ଼ୁଛି।

ସମ୍ବନ୍ଧିତ ଖବର