ନିଆଳି: 'ତୋର ସୁନ୍ଦର ଜୀବନଟିଏ ଅଛି, ସିଏ ପରା ଗୋଡ଼ ଖଣ୍ଡେ ହରାଇଛି, କାହିଁକି ବାହା ହେବୁ' ବାପା ଘର ଲୋକଙ୍କ ବାରମ୍ବାର ଏହି କଥା ସାଗରିକାଙ୍କ ନିଷ୍ପତ୍ତିକୁ ବଦଳାଇପାରିନଥିଲା | ପ୍ରେମିକ ଦିବ୍ୟାଙ୍ଗ ହୋଇଯାଇଛନ୍ତି ସତ କିନ୍ତୁ ଭଲ ପାଇବା ତ ଏବେ ବି ବଞ୍ଚିଛି, କେମିତି ଛାଡ଼ିବେ କିଛି ଏହି କଥା ଭାବି ବାପ ଘରର ଅନିଚ୍ଛା ସତ୍ୱେ ସରୋଜଙ୍କ ହାତ ଧରିଥିଲେ ସାଗରିକା |
କଟକ ଜିଲ୍ଲା ନିଆଳି ଥାନା ତାମ୍ପଦା ଗାଁର ଗୋଟିଏ ସ୍କୁଲରେ ପାଠ ପଢୁଥିଲେ ସରୋଜ-ସାଗରିକା | ପାଠ ବହିର ଜ୍ଞାନ ସହ ବଢିଥିଲା ଦୁହିଁଙ୍କର ସମ୍ପର୍କ | ମିଳାମିଶାରୁ ବନ୍ଧୁତା ଓ ତାହା ପରେ ପ୍ରେମ | ଆଖିର ଚାହାଣୀ ଲେଖିଥିଲା ଦୁହିଁଙ୍କ ହୃଦୟରେ ଏକ ସୁନ୍ଦର ପ୍ରେମ କାହାଣୀ | ପରବର୍ତ୍ତୀ ସମୟରେ ସରୋଜ ନିଜ ଗୋଡରେ ନିଜେ ଠିଆ ହେବା ପାଇଁ ରାଜ୍ୟ ବାହାରକୁ ଯାଇ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ ।
/sambad/media/post_attachments/wp-content/uploads/2020/02/Screen-Shot-2020-02-11-at-6.00.32-PM-1024x636.png)
ବେଶ ଦୁଇପଇସା ରୋଜଗାର କରି ନିଜ ବାପା ମା ସହିତ ପରିବାରର ଭରଣପୋଷଣ କରିବା ସହ ନିଜ ପ୍ରେମିକାର ମନ ଜିଣିପାରିଥିଲେ । କିନ୍ତୁ ଦିନେ ଏକ ଦୁର୍ଘଟଣାରେ ସରୋଜ ତାଙ୍କର ଡାହାଣ ଗୋଡଟି ହରେଇଥିଲେ । ଗୋଡ ହରେଇବା ପରେ ସାଗରିକାଙ୍କ ଘରଲୋକ ବିବାହ ପାଇଁ ପ୍ରତିବନ୍ଧକ ସାଜିଥିଲେ । ସରୋଜଙ୍କୁ ବିବାହ ନ କରି ଅନ୍ୟ କେଉଁଠି ବିବାହ କରିବାକୁ ବାରମ୍ବାର କହିଥିଲେ | କିନ୍ତୁ ବୁଝିନଥିଲା ସାଗରିକାଙ୍କ ମନ | ପରିବାର ଲୋକଙ୍କର ପ୍ରତିବନ୍ଧକ ପରେ ବି ସାଗରିକା ଦୁଇପାଦ ଆଗକୁ ଯାଇ ସରୋଜଙ୍କ ହାତ ଧରିଥିଲେ । ଏବେ ସାଗରିକାଙ୍କୁ ନେଇ ସରୋଜଙ୍କ ପରିବାର ବେଶ ଖୁସି ଅଛନ୍ତି । ସେପଟେ ସରୋଜ ମଧ୍ୟ ନିଜ ପିଲାଦିନର ସାଥୀଙ୍କୁ ଜୀବନ ସାଥି ଭାବରେ ପାଇ ବେଶ ଖୁସି ଅଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/Screen-Shot-2020-02-11-at-6.12.21-PM.png)