ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ବୃଦ୍ଧ ପ୍ରେମୀଯୁଗଳଙ୍କ ପ୍ରେମକାହାଣୀ ଚର୍ଚ୍ଚାରେ ରହିଛି। ପାଖାପାଖି ୬୩ବର୍ଷ ପରେ ଏହି ପ୍ରେମୀଯୁଗଳ ପୁଣି ଏକାଠି ହୋଇଛନ୍ତି। ପ୍ରଥମଥର ଦୁହେଁ ହାଇସ୍କୁଲ ସମୟରେ ଭେଟାଭେଟି ହୋଇଥିଲେ। ହାଇସ୍କୁଲ ପାଠପଢ଼ା ସମୟରେ ଦୁହେଁ ପରସ୍ପରକୁ ଭଲ ପାଇ ବସିଥିଲେ। କିନ୍ତୁ କିଛି ବ୍ୟକ୍ତିଗତ ସମସ୍ୟା ପାଇଁ ଏଦୁହିଁଙ୍କୁ ଅଲଗା ହେବାକୁ ପଡ଼ିଥିଲା।
ଏବେ ଶୁଣିବାକୁ ମିଳିଛି କି ଉକ୍ତ ପ୍ରେମୀଯୁଗଳ ଦୀର୍ଘ ୬୩ବର୍ଷ ପରେ ପୁଣି ଭେଟାଭେଟି ହୋଇଛନ୍ତି। ଖୁସିର ବିଷୟ କି ଦୁହେଁ ଖୁବଶୀଘ୍ର ବିବାହ କରିବାକୁ ଯାଉଛନ୍ତି।
ଏହି କାହାଣୀ ଆମେରିକାରେ ବସବାସ କରୁଥିବା ୭୮ବର୍ଷର ବୃଦ୍ଧ ଥାମସ ମେକମିକିନ ଓ ନେନସି ଗେମ୍ବେଲଙ୍କୁ ନେଇ ରହିଛି। ଏଦୁହେଁ ହାଇସ୍କୁଲ ସମୟରେ ପରସ୍ପରକୁ ଭଲ ପାଇ ବସିଥିବା ବେଳେ ବ୍ୟକ୍ତିଗତ ସମସ୍ୟା ପାଇଁ ଥାମସ ଓ ନେନସି ଅଲଗା ହୋଇ ଅନ୍ୟତ୍ର ବିବାହ କରିଥିଲେ।
ଦୀର୍ଘ ୬୩ବର୍ଷ ପରେ ୨୦୧୨ରେ ୫୦ତମ ହାଇସ୍କୁଲ ରିୟୁନିଅନରେ ପୁଣିଥିରେ ଥାମସ ଓ ନେନସି ଭେଟାଭେଟି ହୋଇଥିଲେ। ୨୦୨୨ରେ ଏହି ପ୍ରେମୀଯୁଗଳଙ୍କ ପାଇଁ ଖୁସିର ମୁହୂର୍ତ୍ତ ଥିଲା। କାରଣ ଦୁହେଁ ପରସ୍ପର ସହିତ କଥା ହେବାକୁ ସୁଯୋଗ ପାଇଥିଲେ। ଆଉ ନିଜ ଜୀବନକୁ ନେଇ ଖୋଲାଖୋଲି ଆଲୋଚନା କରିଥିଲେ।
ଏହାରି ଭିତରେ ଥାମସଙ୍କ ସ୍ତ୍ରୀ ଓ ନେନସିଙ୍କ ସ୍ବାମୀଙ୍କ ମୃତ୍ୟୁ ହୋଇଯାଇଥିଲା। ତେଣୁ ଦୁହେଁ ବାକିଥିବା ଜୀବନକୁ ସାଥୀ ହୋଇ କାଟିବା ପାଇଁ ନିଷ୍ପତ୍ତି ନେଇଥିଲେ। ଏ ପ୍ରସ୍ତାବ ପରିବାରକୁ ଦେଇଥିଲେ। ପରିବାରଲୋକ ବି ଦୁହିଁଙ୍କ ପ୍ରସ୍ତାବରେ ରାଜି ହୋଇ ବିବାହ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି।