ଆଜିର ମଣିଷ ପାଇଁ ନିଜ ଫୋନ୍ ସବୁଠାରୁ ପ୍ରିୟ ତଥା ମୂଲ୍ୟବାନ ଜିନିଷ। ତାକୁ କେହି ଚୋରି କରିନେଲେ ସେହି ଚୋର ତତ୍କ୍ଷଣାତ୍ ଘୃଣାର ପାତ୍ର ପାଲଟିଯାଇଥାଏ। ମାତ୍ର ବ୍ରାଜିଲ୍ର ଏକ ବିଚିତ୍ର ଘଟଣାକ୍ରମେ ଜଣେ ଯୁବତୀ ତାଙ୍କ ମୋବାଇଲ୍ ଫୋନ୍ ଚୋରଙ୍କ ପ୍ରେମରେ ପଡ଼ିଯାଇଛନ୍ତି। ସୂଚନାନୁଯାୟୀ, ଇମାନୁଏଲା ନାମ୍ନୀ ଯୁବତୀ ରାସ୍ତାରେ ଚାଲି ଚାଲି ଯାଉଥିବା ବେଳେ ତାଙ୍କ ଫୋନ୍ଟିକୁ କେହି ଜଣେ ଝାମ୍ପି ନେଇଥିଲା। ତେବେ ସେ ଏ ସମ୍ପର୍କରେ ପୁଲିସରେ ଅଭିଯୋଗ ନକରି ସେ ମନକଥା ମନରେ ମାରି ରହିଥିଲେ। ଏଣେ ମୋବାଇଲ ଚୋର ଇମାନୁଏଲାଙ୍କ ଠାରୁ ଫୋନ୍ ଛଡ଼ାଇନେଲା ବେଳେ ତାଙ୍କୁ ଭଲରେ ଦେଖିପାରିନଥିଲେ। ମାତ୍ର ଘରେ ଯାଇ ଫୋନ୍ରେ ଥିବା ଇମାନୁଏଲ୍ଙ୍କ ସୁନ୍ଦର ଫଟୋ ସବୁ ଦେଖି ସେ ଅଭିଭୂତ ହୋଇପଡ଼ିଥିଲା। ସେ ପରେ ଇମାନୁଏଲାଙ୍କୁ ଭେଟି ତାଙ୍କର କୁକର୍ମ ପାଇଁ ଅନୁତପ୍ତ ବୋଲି ଦୁଃଖପ୍ରକାଶ କରି ଫୋନ୍ଟି ଫେରାଇ ଦେଇଥିଲେ। ବାସ୍, ଏହି ଅନୁରକ୍ତି ହିଁ ଇମାନୁଏଲ୍ଙ୍କୁ ତାଙ୍କ ପ୍ରତି ଆକର୍ଷିତ କରିଥିଲା। ପରିଣତି ସ୍ବରୂପ ଫୋନ୍ ଚୋରି କରିଥିବା ସେହି ଯୁବକ ଶେଷରେ ତାଙ୍କ ମନ ଚୋରି କରିନେଲେ ବୋଲି ଇମାନୁଏଲା ସ୍ବୀକାର କରିଛନ୍ତି। ଦୁଇ ବର୍ଷ ହେଲା ସେମାନେ ପ୍ରେମ ସମ୍ପର୍କରେ ଆବଦ୍ଧ ଅଛନ୍ତି।
ଫୋନ୍ ଚୋର ସହ ପ୍ରେମ!
/sambad/media/post_attachments/wp-content/uploads/2023/07/4654s654h65ffsfhf.jpg)