ଗ୍ରିସ୍: ଏପ୍ରିଲ ମାସରେ ଏକ ଦୃଦୟବିଦାରକ ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିଲା। ଯେଉଁଥିରେ ଏକ ପୋଷାକୁକୁର ମୃତ ମାଲିକଙ୍କ ଅପେକ୍ଷା କରି ରହିଥିବା ଦେଖିବାକୁ ମିଳିଥିଲା। ଯେଉଁସ୍ଥାନରେ ଟ୍ରେନ୍ ଧକ୍କାରେ ଉକ୍ତ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା ସେହି ସ୍ଥାନରେ କୁକୁରଟି ଅନେକ ସମୟ ଧରି ବସି ରହିଥିଲା।
/sambad/media/post_attachments/wp-content/uploads/2019/07/16076736-7249421-image-a-93_1563205689397-1.jpg)
ନିକଟରେ ଏମିତି ଏକ ଘଟଣା ଗ୍ରିସ୍ରେ ଦେଖିବାକୁ ମିଳିଛି। ଗତ ୧୮ ମାସ ହେବ ଏକ କୁକୁର ତାର ମୃତ ମାଲିକର ଫେରିବା ବାଟକୁ ଅପେକ୍ଷା କରି ରହିଛି। କୁକୁର ମାଲିକର ମୃତ୍ୟୁ ଏକ କାର ଦୁର୍ଘଟଣାରେ ହୋଇଥିଲା। କିଛି ଲୋକ ଏହି କୁକୁରକୁ ପାଳିବା ଚେଷ୍ଟା କରିଥିଲେ। କିନ୍ତୁ କୁକୁରଟି ସେହି ସ୍ଥାନରୁ ହଲି ନଥିଲା। ଲୋକମାନେ କୁକୁରର ମାଲିକ ପ୍ରତି ଭଲ ପାଇବା ଦେଖି ଯେଉଁ ସ୍ଥାନରେ ତାର ମାଲିକର ମୃତ୍ୟୁ ହୋଇଥିଲା, ସେହି ସ୍ଥାନରେ ହିଁ କୁକୁର ପାଇଁ ଖାଇବା, ପିଇବା ଓ ରହିବାର ବନ୍ଦୋବସ୍ତ କରି ଦେଇଥିଲେ। କାରଣ ଏହି କୁକୁରଟି ଖରା, ବର୍ଷା ଓ ଶୀତ କାକରରୁ ରକ୍ଷା ପାଇ ପାରିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/07/download-2-8.jpg)