ଲକ୍ଷ୍ନୌ: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜଣେ ଯୁବକ ଶକ୍ତିମାନ ବନିବା ଚକ୍କରରେ ତଳେ ପଡ଼ି ଖଣ୍ଡିଆ ହୋଇଥିବାର ନଜର ଆସିଛନ୍ତି। ସେହି ସମୟର ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଛି ଯେ ଯୁବକ ଜଣକ ଏକ ଅଳିଆ ଗାଡ଼ିରେ ପୁସ୍ଅପ୍ ମାରୁଛନ୍ତି।
କିଛି ସମୟ ପୁସ୍ଅପ୍ ମାରିବା ପରେ ଗାଡ଼ି ଉପରେ ଛିଡ଼ା ହୋଇ ଶକ୍ତିମାନ ପରି ଘୂରିବାକୁ ଚେଷ୍ଟା କରୁଛନ୍ତି। ସେହି ସମୟରେ ସେ ଗାଡ଼ିରୁ ତଳେ ଖସି ପଡୁଛନ୍ତି। ଯୁବକ ଜଣକ ତଳେ ଖସିପଡ଼ିବା ପରେ ତାଙ୍କ ଶରୀରରେ ଖଣ୍ଡିଆ ହୋଇଥିବା ଦେଖିବାକୁ ମିଳିଛି।
ପ୍ରଥମେ ଭିଡିଓଟିର ଅଧା ଅଂଶ ଭାଇରାଲ୍ ହୋଇଥିଲା। ଭିଡିଓରେ କେବଳ ଯୁବକ ଜଣକ ପୁସ୍ଅପ୍ କରୁଥିବାର ଦେଖିବାକୁ ମିଳିଥିଲା। ଲୋକେ ତାହାକୁ ଖୁବ୍ ପ୍ରଶଂସା କରୁଥିଲେ। ମାତ୍ର ଏବେ ସଂପୂର୍ଣ୍ଣ ଭିଡିଓଟି ସାମ୍ନାକୁ ଆସିଛି।
गोमतीनगर, लखनऊ का कल रात का दृश्य-
बन रहे थे शक्तिमान, कुछ दिनों तक नहीं हो पाएंगे विराजमान!
चेतावनी: कृपया ऐसे जानलेवा स्टन्ट न करें! pic.twitter.com/vuc2961ClQ
— Shweta Srivastava (@CopShweta) July 17, 2022
ଗୋମତି ନଗରର ଏଡିସିପି ଶ୍ବେତା ଶ୍ରୀବାସ୍ତବ ତାଙ୍କ ଟ୍ବିଟ୍ର ଆକାଉଣ୍ଟ୍ରେ ଭିଡିଓଟିକୁ ସେୟାର୍ କରିଛନ୍ତି। ସେ ଭିଡିଓଟିକୁ ସେୟାର୍ କରି ଲେଖିଛନ୍ତି, ‘ବନୁଥିଲେ ଶକ୍ତିମାନ, କିଛି ଦିନ ପାଇଁ ଏବେ ହେବେ ନାହିଁ ବିରାଜମାନ। ଏପରି ମାରଣାନ୍ତକ ଷ୍ଟଣ୍ଟ୍ କରନାହିଁ।’
ଭାଇରାଲ୍ ଭିଡିଓଟି ଶନିବାର ରାତିର ବୋଲି କୁହାଯାଉଛି। ମାତ୍ର ୨୪ ସେକେଣ୍ଡ୍ର ଏହି ଭିଡିଓଟିକୁ ଏବେ ସୁଦ୍ଧା ଅନେକ ଲୋକ ଦେଖି ସାରିଲେଣି। ଆପଣ ବି ଯଦି କୌଣସି ଟେଲିଭିଜନ କିମ୍ବା ସିନେମାର ଚରିତ୍ରରେ ପ୍ରଭାବିତ ହୋଇ ଏପରି କରିବାକୁ ଭାବୁଛନ୍ତ ତ ସୁଧୁରି ଯାଆନ୍ତୁ। ନିଜ ଜୀବନଠାରୁ ମୂଲ୍ୟବାନ କିଛି ହୋଇନପାରେ।