ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ପ୍ରୟାଗରାଜ ଠାରେ ମହାକୁମ୍ଭ ମେଳା ଆରମ୍ଭ ହେବା ଦିନ ଠାରୁ ବିଭିନ୍ନ ପ୍ରକାର ଫଟୋ ଓ ଭିଡିଓ ସାମ୍ନାକୁ ଆସିବାରେ ଲାଗିଛି।
ଅଧିକପଢ଼ନ୍ତୁ:ସୈଫ୍ ଶୀଘ୍ର ସୁସ୍ଥ ହେବା ଦେଖି ପ୍ରଶ୍ନ କରୁଥିବା ଲୋକଙ୍କୁ ଭଉଣୀ ସବାଙ୍କ ଜବାବ
ନିକଟରେ ମହାକୁମ୍ଭମେଳାରେ ସୁନ୍ଦର ଆଖି ସହିତ ମାଳା ବିକ୍ରୟ କରିବାକୁ ଆସିଥିବା ମୋନାଲିସାଙ୍କ ପରେ, ହ୍ୟାରି ପଟର ପରି ଦେଖାଯାଉଥିବା ଜଣେ ବାଳକଙ୍କ ଫଟୋ ଓ ଭିଡିଓ ଖୁବ ଭାଇରାଲ ହୋଇଛି। ଏହି କ୍ରମରେ କୁମ୍ଭମେଳାରେ ଜଣେ ଯୁବକ ତାଙ୍କର ଦୁଇଜଣ ମୁସଲମାନ ପତ୍ନୀଙ୍କୁ ଧରି ପହଞ୍ଚିଥିବା ଘଟଣା ଖୁବ ଚର୍ଚ୍ଚା ହେଉଛି।ବ୍ୟକ୍ତି ଜଣକ ଚର୍ଚ୍ଚାକୁ ଆସିଥିବାର କାରଣ ହେଉଛି ସେ ହିନ୍ଦୁ ଥିବା ବେଳେ ତାଙ୍କର ଦୁଇଜଣ ସ୍ତ୍ରୀ ହେଉଛନ୍ତି ମୁସଲମାନ ।
ଫେସବୁକରେ ଭାଇରାଲ ହୋଇଥିବା ଭିଡିଓ ଅନୁସାରେ, ଯୁବକଙ୍କ ନାମ ତରୁଣ ଗୁପ୍ତା। ତାଙ୍କର ଦୁଇଜଣ ସ୍ତ୍ରୀଙ୍କ ନାମ ସାନା ଏବଂ ଫିଜା। ତରୁଣ ଉଭୟଙ୍କୁ ଭଲ ପାଆନ୍ତି ଏବଂ ସେ ନିକାହ ମାଧ୍ୟମରେ ନୁହେଁ ବରଂ ହିନ୍ଦୁ ରୀତିନୀତି ଅନୁସାରେ ସାନା ଓ ଫିଜାଙ୍କୁ ବିବାହ କରିଥିଲେ।
ତରୁଣ ତାଙ୍କ ପିଠିରେ ଉଭୟ ସ୍ତ୍ରୀଙ୍କ ନାମରେ ଟାଟୁ ଆଙ୍କିଛନ୍ତି। ଲକ୍ଷ୍ନୌରେ ଗୋଟିଏ ଘରେ ତିନିଜଣ ଖୁସିରେ ଏକାଠି ରହୁଛନ୍ତି। ତିନିଜଣ ପରସ୍ପରର ବନ୍ଧୁ ଏବଂ ତରୁଣଙ୍କ ଉଭୟ ସ୍ତ୍ରୀ ଭଉଣୀ ପରି ଏକାଠି ରୁହନ୍ତି। ଦୁହେଁ ନମାଜ ପାଠ କରନ୍ତି ଏବଂ ହିନ୍ଦୁ ଧର୍ମରେ ମଧ୍ୟ ବିଶ୍ୱାସ କରନ୍ତି।
କେବଳ ଏତିକି ନୁହେଁ ସାନା ଓ ଫିଜା ହିନ୍ଦୁ ମନ୍ତ୍ର ଏବଂ ଭଜନ ଗାନ କରନ୍ତି। ହିନ୍ଦୁ ବିବାହିତ ନାରୀ ଭଳି ଦୁହେଁ ମଥାରେ ସିନ୍ଦୁର ମଧ୍ୟ ଲଗାନ୍ତି। ଦୁହେଁ ହନୁମାନ ଚାଳିଶା ପାଠ କରନ୍ତି ଏବଂ ତିନିଜଣ ନିକଟରେ ଅଯୋଧ୍ୟା ରାମ ମନ୍ଦିର ପରିଦର୍ଶନ କରିଥିଲେ।
ଭାଇରାଲ୍ ଭିଡିଓରେ ତରୁଣ କହିଛନ୍ତି ଯେ,‘ ମୁଁ ୨୦୧୬ ମସିହାରେ ଏକ କମ୍ପ୍ୟୁଟର ସେଣ୍ଟରରେ କାମ କରୁଥିବା ସମୟରେ ସାନାଙ୍କୁ ଭେଟିଥିଲି। ଗୋଟିଏ ବର୍ଷର ବନ୍ଧୁତା ପରେ ତରୁଣ ସାନାଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ, ଯାହାକୁ ଯୁବତୀ ଗ୍ରହଣ କରିଥିଲେ।
୨୦୨୨ ମସିହାରେ ଉଭୟ କୋର୍ଟରେ ବିବାହ କରିଥିଲେ। ୨୦୨୩ ମସିହାରେ ତରୁଣ ଫିଜାଙ୍କୁ ଭେଟିଥିଲେ, ଯିଏ କି ଆଇଏଏସ ପାଇଁ ପ୍ରସ୍ତୁତି କରୁଥିଲେ। ତରୁଣ ଫିଜାକୁ ପସନ୍ଦ କରିବା କଥା ସାନାକୁ କହିଥିଲେ ।ଏହି ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ହୋଇଥିଲା। ଅନେକ ବୁଝାସୁଝା ପରେ ସାନା ତରୁଣଙ୍କ ଦ୍ବିତୀୟ ବିବାହ ପାଇଁ ରାଜି ହେବା ପରେ ତରୁଣ ଫିଜାଙ୍କୁ ବିବାହ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/01/28/rcgPOW18H8waI45RSoxJ.jpg)