ନୂଆଦିଲ୍ଲୀ: ଜଣେ କଏଦୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଓ ଜିଲ୍ଲାପାଳଙ୍କୁ ଚିଠି ଲେଖି ନିଜର ମନ କଥା କହିଛି। ଲୁକସର ଜେଲରେ ବନ୍ଦୀ ଥିବା ଜଣେ କଏଦୀ ନିଜର କିଡନି ବିକିବା ପାଇଁ ଚିଠି ଜରିଆରେ ଅନୁମତି ମାଗିଛି।

Advertisment

ଏହି କଏଦୀଙ୍କ କହିବାନୁସାରେ, ତାକୁ ବ୍ରେନ୍‌ ଟିୟୁମର ହୋଇଛି। ଚିକିତ୍ସା ପାଇଁ କି ନିଜ ମକଦମା ଲଢ଼ିବା ପାଇଁ ତା’ପାଖରେ ଅର୍ଥ ନାହିଁ। ତେଣୁ ଅର୍ଥ ବାଧା ସୃଷ୍ଟି କରୁଥିବା ହେତୁ ସେ ନିଜ କୀଡନି ବିକିବାକୁ ଚାହୁଁଛି। ଆତ୍ମହତ୍ୟା କରିବା ଠାରୁ ନିଜ କିଡନି ବିକି ମକଦ୍ଦମା ଲଢ଼ି ନିଜକୁ ନିର୍ଦ୍ଦୋଷ ସାବ୍ୟସ୍ତ କରିବ ବୋଲି ସେ ଚିଠିରେ ଲେଖିଛି। ଏହି କଏଦୀଙ୍କ ନାମ ମଦନ। ସେ ତିନିବର୍ଷ ହେବ ଜେଲରେ ବନ୍ଦୀ ଅଛନ୍ତି।

କଏଦୀ ମଦନର ଅଭିଯୋଗ ହେଉଛି, ତାକୁ ନୋଏଡା ପୁଲିସ-୩୯ ପୁଲିସ ମିଛ ଅପରାଧିକ ମାମଲାରେ ଗିରଫ କରି ଜେଲ ପଠାଇ ଦେଇଛି। କିନ୍ତୁ ସେ ସମ୍ପୂର୍ଣ୍ଣ ଭାବେ ନିର୍ଦ୍ଦୋଷ ।