ଜାଣନ୍ତୁ ପଖାଳର ସାଥି ପିଆଜ ସଂପର୍କରେ କିଛି ରୋଚକ କଥା…

ଭୁବନେଶ୍ବର: ବିଶ୍ୱର କୋଣ ଅନୁକୋଣରେ ବାସ କରୁଥିବା ପ୍ରତ୍ୟେକ ଓଡ଼ିଆ ପାଇଁ ମାର୍ଚ୍ଚ-୨୦ ବହୁତ ମହତ୍ୱ ରଖେ । କାରଣ ଏହା ହେଉଛି ‘ବିଶ୍ୱ ପଖାଳ ଦିବସ’ ।  ଓଡ଼ିଆ ଲୋକଙ୍କ ପ୍ରିୟ ଖାଦ୍ୟ ହେଉଛି ପଖାଳ । ପଖାଳ ଓଡ଼ିଆଙ୍କ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ତେବେ ପଖାଳ ସାଙ୍ଗରେ ପିଆଜ ଖାଇବା ପରମ୍ପରା କାହିଁ କେଉଁ କାଳରୁ ରହି ଆସିଛି। ପୂର୍ବରୁ ଲୋକେ ସକାଳୁ କଂସାଏ ପଖାଳ ସହିତ କେବଳ ପିଆଜ ଖାଇ କାମ କରିବାକୁ ଯାଇଥାଆନ୍ତି ବୋଲି ଆମେ ଜେଜେବାପା ଓ ଜେଜେମା’ଙ୍କଠାରୁ ଶୁଣି ଆସିଛୁ। ଆଜି ପଖାଳ ଦିବସରେ ଆସନ୍ତୁ ଜାଣିବା ପିଆଜ ବିଷୟରେ କିଛି ଖାସ୍ କଥା।

ବହୁତ କମ ‌ଲୋକ ଜାଣିଥିବେ କି ଫିଲିପିନ୍ସରେ ପିଆଜ ସବୁଠାରୁ ମହଙ୍ଗା ରହିଥାଏ। ସେଠାରେ ପିଆଜକୁ ଏକ ଦାମିକା ଖାଦ୍ୟ ବୋଲି କୁହାଯାଇଥାଏ। ଦେଖିବାକୁ ଗଲେ ଭାରତରେ ଜଣେଲୋକ ବର୍ଷକୁ ୧୬କିଲୋ ପିଆଜ ଖାଉଥିବା ବେଳେ ଲିବିଆରେ ଜଣେ ଲୋକ ୩୪କିଲୋ, ଇରାନରେ ୨୬କିଲୋ, ଚୀନରେ ୧୪କିଲୋ, ବ୍ରିଟେନରେ ୯କିଲୋ, ଆମେରିକାରେ  ୯କିଲୋ, ପାକିସ୍ତାନରେ ୮କିଲୋ, ଫ୍ରାନ୍ସରେ ୫କିଲୋ, ଫିଲିପାଇନ୍ସରେ ୨କିଲୋ ଓ କମ୍ବୋଡିଆରେ ୧୦ଗ୍ରାମ  ପିଆଜ ଖାଇଥାଆନ୍ତି। ଏଣୁ ଆମ ଭାରତୀୟଙ୍କଠାରୁ ଲିବିଆ ଓ ଇରାନରେ ଲୋକେ ଅଧିକ ପିଆଜ ଖାଇଥାଆନ୍ତି।

ଯଦି ବିଶ୍ବ ବଜାରକୁ ଦେଖିବା ତେବେ ୫ଟି ରଙ୍ଗର ପିଆଜ ଦେଖିବାକୁ ପାଇବା । ରଙ୍ଗ ଅନୁଯାୟୀ ପିଆଜରେ ଗୁଣ ମଧ୍ୟ ଭିନ୍ନଭିନ୍ନ ରହିଛି। ୫ଟି ରଙ୍ଗର ପିଆଜଗୁଡ଼ିକ ହେଲା, ଲାଲ ରଙ୍ଗର ପିଆଜ, ହଳଦିଆ ଓ ଖଇରିଆ ରଙ୍ଗର ପିଆଜ, ଧଳା ରଙ୍ଗର ପିଆଜ, ହଳଦିଆ ଓ ସୁନେଲି ରଙ୍ଗର ପିଆଜ ଏବଂ ସବୁଜ ରଙ୍ଗର ପିଆଜ। ଏସବୁ ପିଆଜ କଞ୍ଚା ଖିଆଯିବା ସହ ତରିତରକାରିରେ ମଧ୍ୟ ବ୍ୟବହାର କରାଯାଏ।

ସମ୍ବନ୍ଧିତ ଖବର