ପୃଥିବୀ ପରିକ୍ରମା କରିବ ବିଳାସପୂର୍ଣ୍ଣ ସ୍ପେସ୍‌ ହୋଟେଲ୍‌

ନୂଆଦିଲ୍ଲୀ: ମହାକାଶରେ ବିଳସପୂର୍ଣ୍ଣ ହୋଟେଲ୍‌ ସ୍ଥାପନ କରିବାକୁ ହଷ୍ଟନ୍‌ର ଏକ କମ୍ପାନି ଘୋଷଣା କରିଛି। କିନ୍ତୁ ମହାଶୂନ୍ୟରେ ହେଲେ ମଧ୍ୟ ଅତିଥିମାନଙ୍କୁ ସେ ହୋଟେଲ୍‌ର କୋଠରି ସବୁ କ୍ଷୁଦ୍ର ଘରୋଇ ଜେଟ୍‌ କ୍ୟାବିନ୍‌ ଆକାରର ହେବ।

ଏଠାରେ ୧୨ ଦିନ ରହଣି ପାଇଁ ଖର୍ଚ୍ଚ କରିବାକୁ ପଡ଼ିବ ଭାରତୀୟ ମୁଦ୍ରାରେ ପ୍ରାୟ ୪ କୋଟି ୭୪ ଲକ୍ଷ୍ୟ ଟଙ୍କା। ‘ଔରୋରା ଷ୍ଟେସନ୍‌’ ନାମକ ଏହି ହୋଟେଲ୍‌ ୨୦୨୧ରେ ଆରମ୍ଭ ହେବ। କିନ୍ତୁ ଏହି ହୋଟେଲରେ ଅତିଥି ହେବାକୁ ଚାହୁଁଥିବା ବ୍ୟକ୍ତି ବିଶେଷଙ୍କୁ ତିନି ମାସ ପାଇଁ ମହାକାଶଚାରୀଙ୍କ ନିମନ୍ତେ ଥିବା ତାଲିମ ଗ୍ରହଣ କରି ପ୍ରମାଣ ପତ୍ର ପାଇବାକୁ ପଡ଼ିବ।

ଔରୋରାରେ ରହିବାକୁ ଇଚ୍ଛୁକ ଅତିଥିମାନେ ପୃଥିବୀର ଉତ୍ତର ଓ ଦକ୍ଷିଣ ପ୍ରଭା ଦେଖିବାବେଳେ ଅତିଥିମାନେ ମାଧ୍ୟକର୍ଷଣ ଶକ୍ତି ଉଭେଇ ଯିବା ଅନୁଭବ କରିବେ।

ପୃଥିବୀ ପୃଷ୍ଠରେ ଥିବା ସେମାନଙ୍କ ଆତ୍ମୀୟଙ୍କ ସହ ଯୋଗାଯୋଗ ରକ୍ଷା କରିବାକୁ ସେ ହୋଟେଲ୍‌ରେ ଅତିଥିମାନଙ୍କ ପାଇଁ ଓ୍ଵାଇ-ଫାଇ ବ୍ୟବସ୍ଥା କରାଯିବ।

ପୃଥିବୀ ପୃଷ୍ଠରୁ ୨୨୦ କିଲୋମିଟର ଉଚ୍ଚରେ ପ୍ରଦକ୍ଷିଣ କରି ଔରୋରା ଅତିଥିମାନଙ୍କୁ ପୃଥିବୀରେ ଥିବା ସହର ବଜାରର ଦୃଶ୍ୟ ଦେଖିବାର ସୁଯୋଗ ଦେବ।

ପ୍ରତି ୯୦ ମିନିଟ୍‌ରେ ଥରେ ଔରୋରା ପୃଥିବୀ ପ୍ରଦକ୍ଷିଣ କରିବ। ତେଣୁ ପ୍ରତି ୨୪ ଘଣ୍ଟାରେ ଥରେ ଅତିଥିମାନେ ଦେଖିବେ ୧୬ଟି ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ।

ସମ୍ବନ୍ଧିତ ଖବର