ମହାଦାନୀ କର୍ଣ୍ଣ ପ୍ରଥମ ଦାନ ନିଜ ମାଆଙ୍କଠାରୁ ଆରମ୍ଭ କରିଥିଲେ, ଜାଣନ୍ତୁ ମାଆ କୁନ୍ତୀଙ୍କୁ କେଉଁ ଦାନ ଦେଇଥିଲେ ଦାନବୀର

ମହାଭାରତରେ ବର୍ଣ୍ଣନା କରାଯାଇଛି ଯେ ମହାଯୋଦ୍ଧା ଦାନବୀର କର୍ଣ୍ଣ ହେଉଛନ୍ତି ମାଆ କୁନ୍ତୀଙ୍କର ପ୍ରଥମ ତଥା କୁଆଁରୀ ବେଳର ସନ୍ତାନ। କୁନ୍ତୀ ଜଣେ ଋଷିଙ୍କଠାରୁ ଏକ ମନ୍ତ୍ର ପାଇଥିଲେ। ସେହି ମନ୍ତ୍ର ପ୍ରୟୋଗରେ ସ୍ୱର୍ଗଲୋକର ଯେକୌଣସି ଦେବତାଙ୍କୁ କୁନ୍ତୀ ନିଜର ପୁତ୍ରଭାବେ ପାଇପାରିବେ ବୋଲି ଆଶୀର୍ବାଦ ରହିଥିଲା। ଏହି ମନ୍ତ୍ର ପାଇବା ସମୟରେ କୁନ୍ତୀ ଅବିବାହିତା ଥିଲେ। ମନ୍ତ୍ରର ଶକ୍ତି ପରଖିବା ଉଦେଶ୍ୟରେ ସେ ମନ୍ତ୍ର ପଢ଼ି ସୂର୍ଯ୍ୟେଙ୍କୁ ସ୍ମରଣ କଲେ। ସଙ୍ଗେ ସଙ୍ଗେ ସୂର୍ଯ୍ୟେଦେବ କୁନ୍ତୀଙ୍କୁ ସାକ୍ଷାତ ଦେଇ ତାଙ୍କୁ ଏକ ସନ୍ତାନ ପ୍ରଦାନ କଲେ। ସେ ହେଉଛନ୍ତି କର୍ଣ୍ଣ।

ଅବିବାହିତା ଝିଅଟିଏ ଜଣେ ସନ୍ତାନର ମାଆ ହେବା କଥାକୁ ଦୁନିଆ କିପରି ଗ୍ରହଣ କରିବ ବୋଲି ଚିନ୍ତା କରି ବିବ୍ରତ ହୋଇ ଉଠିଲେ କୁନ୍ତୀ। ସେ କର୍ଣ୍ଣଙ୍କୁ ଏକ ଟୋକେଇରେ ପୂରାଇ ନଦୀରେ ଭସାଇ ଦେଲେ। ସେଇଛି କୁନ୍ତୀ କର୍ଣ୍ଣଙ୍କୁ ମାଗିଥିଲେ ପ୍ରଥମ ଭିକ୍ଷା। ମାଆ କୁନ୍ତୀ ବିବଶ ହୋଇ ନିଜ ପୁତ୍ରକୁ ନିଜଠାରୁ ଅଲଗା କରୁଥିବାରୁ କର୍ଣ୍ଣକୁ କ୍ଷମା ଭିକ୍ଷା ମାଗିଥିଲେ। କର୍ଣ୍ଣ ବି ମାଆଙ୍କୁ କ୍ଷମା ଦାନ ଦେଇ ତାଙ୍କର ଦାନ ଆରମ୍ଭ କରିଥିଲେ। ସେଥିପାଇଁ ହିଁ କର୍ଣ୍ଣ ଜାଣିଥିଲେ ମଧ୍ୟ କେବେ ବି ମୁହଁ ଖୋଲି ନଥଲେ କି ସେ କୁନ୍ତୀଙ୍କ ପୁତ୍ର। ତା’ପରେ ସେ ଦାନ ପରେ ଦାନ କରି ଚାଲିଥିଲେ। ସେବେଠାରୁ କଥା ରହିଛି ଯେ ମାଆର ଆବଶ୍ୟକତା ପୂରା ନକରି ଦାନ କରୁଥିବା ପୁତ୍ରର ଦାନ ବ୍ୟର୍ଥ ହୋଇଥାଏ। କର୍ଣ୍ଣ କିନ୍ତୁ ଦାନବୀର ଭାବେ ପରିଚିତ।

ସମ୍ବନ୍ଧିତ ଖବର