ମହାଦେବଙ୍କ ତୃତୀୟ ନୟନର ସମ୍ମୁଖୀନ ହୋଇଥିଲେ କେବଳ ବାଗ୍ଦେବୀ ସରସ୍ୱତୀ
ଆଜି ମାଘ ମାସ ଶୁକ୍ଳ ପକ୍ଷ ପଞ୍ଚମୀ। ଏହା ମାତା ସରସ୍ୱତୀଙ୍କର ଅତ୍ୟନ୍ତ ପ୍ରିୟ। ତେଣୁ, ଏହି ଦିନ ପୂର୍ବାହ୍ଣରେ ତାଙ୍କୁ ସ୍ୱତନ୍ତ୍ର ଭାବେ ଆବାହନ କରାଯାଏ। ଏହି ସମୟରେ ବସନ୍ତ ଋତୁ ଆରମ୍ଭ ହେଉଥିବାରୁ, ଏହାକୁ ବସନ୍ତ ପଞ୍ଚମୀ ମଧ୍ୟ କହାଯାଏ। ମାଆ ସରସ୍ୱତୀ ଜ୍ଞାନ-ବିଦ୍ୟାର ଦେବୀ। ସେ ସମସ୍ତ ଜ୍ଞାନର ଉତ୍ସ। ସେ ବ୍ରହ୍ମାଙ୍କ ପତ୍ନୀ ଏବ˚ ସ୍ୱୟଂ ସୃଷ୍ଟିକର୍ତ୍ତା ତାଙ୍କଠାରୁ ପ୍ରେରଣା ପାଇ ବିଶ୍ବ-ବ୍ରହ୍ମାଣ୍ତ ସୃଷ୍ଟି କରିଥିଲେ। ସରସ୍ୱତୀ ମହାମାୟାଙ୍କ ଅନ୍ୟତମ ଅବତାର।
Sambad is now on WhatsApp
Join and get latest news updates delivered to you via WhatsApp
ପୁରାଣ ଅନୁଯାୟୀ, ଏକଦା ଶୁମ୍ଭ ଓ ନିଶୁମ୍ଭ ରାକ୍ଷସ ଦ୍ବୟଙ୍କ ଉତ୍ପାତରେ ସମଗ୍ର ବିଶ୍ବ-ବ୍ରହ୍ମାଣ୍ତ ଥରହର ହେଉଥିଲା । ଦେବତାମାନେ ସୁଦ୍ଧା ତ୍ରାହି-ତ୍ରାହି ଡାକ ଛାଡ଼ି ମହାମାୟାଙ୍କ ଶରଣାପନ୍ନ ହୁଅନ୍ତେ, ଦେବୀ ରାକ୍ଷସ ଦ୍ବୟଙ୍କ ବିନାଶ ପାଇଁ ନିଜ ଶରୀରରୁ ସରସ୍ବତୀଙ୍କୁ ସୃଷ୍ଟି କରିଥିଲେ। ସରସ୍ବତୀ ସେମାନଙ୍କୁ ପରାଜିତ କରି ଦେବକୁଳକୁ ରକ୍ଷା କରିଥିଲେ। ମହାମାୟା ସରସ୍ବତୀ ସକଳ ପ୍ରଜ୍ଞା, ମେଧା, ବୁଦ୍ଧି, ସାହିତ୍ୟ, ସ˚ଗୀତ, କଳା ଆଦିର ଅଧିଷ୍ଠାତ୍ରୀ ଦେବୀ। ତାଙ୍କ ପୂଜା-ଉପାସନା ଦ୍ବାରା ମନରୁ ସ˚ଶୟଭାବ ଦୂର ହେବା ସହ ସିଦ୍ଧି ପ୍ରାପ୍ତ ହୋଇଥାଏ। ଅଜ୍ଞାନ ରୂପୀ ଅନ୍ଧକାର ହଟି ମଣିଷର ଆତ୍ମା ଆଲୋକିତ ହୁଏ।
କିଂବଦନ୍ତି ଅନୁଯାୟୀ ମହାଦେବଙ୍କ ତୃତୀୟ ନୟନର ସମ୍ମୁଖୀନ ହୋଇଥିଲେ କେବଳ ସରସ୍ୱତୀ। ସେଠାରୁ ନିର୍ଗତ ତେଜ ତାଙ୍କର କୌଣସି କ୍ଷତି କରିପାରି ନ ଥିଲା। ଏହାର ଅର୍ଥ: କେବଳ ଅଶୁଦ୍ଧତା-ଅଜ୍ଞାନତାକୁ ହିଁ ଧ୍ବ˚ସ କରିପାରେ, ଶିବଙ୍କ ତୃତୀୟ ନୟନ ନିର୍ଗତ ଅଗ୍ନି। ସରସ୍ବତୀ, ନଦୀ ରୂପ ଧାରଣ କରି, ସେହି ଦାବାନଳକୁ ସମୁଦ୍ର-ଗର୍ଭକୁ ଭସାଇ ନେଇଥିଲେ ଏବ˚ ତାହାକୁ ଅଗ୍ନି ନିର୍ଗତକାରୀ ଏକ ଭୟଙ୍କର ଦାନବରେ ପରିଣତ କରିଥିଲେ। ମଣିଷ ଯେ ପର୍ଯ୍ୟନ୍ତ ଜ୍ଞାନ ଅନ୍ବେଷଣରେ ବ୍ରତୀ ଥିବ, ସେହି ଦାନବ ଭୂ-ପୃଷ୍ଠକୁ ଫେରିବନାହିଁ। ତେବେ ମଣିଷ ଜ୍ଞାନ-ଅନ୍ବେଷଣ ମାର୍ଗରୁ ବିଚ୍ୟୁତ ହେଲେ, ତାହା ଉପରକୁ ଉଠିଆସି ବିଶ୍ବ-ବ୍ରହ୍ମାଣ୍ତକୁ ଧ୍ବ˚ସ କରିଦେବ।
ଋଗ୍ବେଦରେ ଅଛି: ସରସ୍ବତୀ ମହାଶକ୍ତିଙ୍କର ଉତ୍ସ। ସେ ନିରାକାର, ନିର୍ଗୁଣ, ନିର୍ମାୟା, ଆଦ୍ୟାଶକ୍ତି। ସେ ମାତା ଓ ନଦୀ। ତେଣୁ, ସ୍ତୁତି କରାଯାଏ: ‘ଅମ୍ବି ତମେ ନଦୀ ତମେ; ଦେବୀ ତମେ ସରସ୍ବତୀ, ଅପ୍ରଶସ୍ତ ଇବ ସ୍ବାମୀ, ପ୍ରଶସ୍ତି ମମ ନିଷ୍କୃତି।’ ଅର୍ଥାତ୍, ‘ହେ ଶ୍ରେଷ୍ଠା ମାତା, ହେ ଶ୍ରେଷ୍ଠା ନଦୀ, ହେ ଶ୍ରେଷ୍ଠା ଦେବୀ- ଆମେ ସବୁ ଅପ୍ରଶସ୍ତ ପ୍ରାଣୀ, ଆମକୁ ପ୍ରଶସ୍ତ ତଥା ବିସ୍ତାରିତ କରାଅ।’ ଭାରତରେ ଥିବା ସମସ୍ତ ଶୈବ-ପୀଠରେ ସରସ୍ୱତୀ ପୂଜା ପାଆନ୍ତି। ତଂଜୌରରେ ଅଛି ମାଆ ସରସ୍ୱତୀଙ୍କୁ ସମର୍ପିତ ଏକ ପ୍ରାଚୀନ ଭବ୍ୟ ମନ୍ଦିର।