ପୁରୁଣା ଯୁଗର କଥା। ସେତେବେଳେ ଚାରିଆଡେ କେବଳ ଜଳ ଥିଲା। ଭଗବାନ ବିଷ୍ଣୁ ସେତେବେଳେ ଶେଷନାଗଙ୍କ ଶଯ୍ୟାରେ ଅନନ୍ତ ଶୟନ କରୁଥିଲେ। ତାଙ୍କ କାନର ମଇଳା ରୁ ମଧୁ ଓ କୈଟଭ ନାମକ ଦୁଇଟି ମହାପରାକ୍ରମୀ ଦାନବ ଉତ୍ପନ୍ନ ହେଲେ। ସେ ଦୁହେଁ ଚିନ୍ତା କଲେ ଯେ ସେମାନଙ୍କ ଉତ୍ପତ୍ତିର କାରଣ କ’ଣ?

Advertisment

କୈଟଭ କହିଲା-‘‘ମଧୁ ଭାଇ! ଏହି ଜଳରେ କେବଳ ଭଗବତୀ ମହାଶକ୍ତି ହିଁ ଆମକୁ ବଞ୍ଚାଇ ରଖିଛନ୍ତି। ତାଙ୍କଠାରେ ଅପାର ଶକ୍ତି ରହିଛି। ସେ ହିଁ ଏହି ଜଳତତ୍ତ୍ୱର ସଂରଚନା କରିଛନ୍ତି। ସେ ହିଁ ପରମ ଶକ୍ତି ଏବଂ ସେ ହିଁ ଆମ ଉତ୍ପତ୍ତି ର କାରଣ।’’ ଏହି ସମୟରେ ଆକାଶରୁ ଏକ ସୁନ୍ଦର ମନ୍ତ୍ର ଶୁଣାଗଲା। ମଧୁ ଓ କୈଟଭ ଭାବିଲେ ବୋଧହୁଏ ଏହା ହିଁ ହେଉଛି ଭଗବତୀଙ୍କ ମହାମନ୍ତ୍ର। ଏହାପରେ ସେ ଦୁହେଁ ଏକ ହଜାର ବର୍ଷ ଯାଏଁ ଅତ୍ୟନ୍ତ କଠିନତା ତପଶ୍ଚାରଣ କରିବାରେ ଲାଗିଲେ। ପରିଶେଷରେ ଆକାଶବାଣୀ ହେଲା -‘‘ହେ ଦୈତ୍ୟ ମଧୁ ଓ କୈଟଭ! ମୁଁ ତୁମ ଦୁହିଁଙ୍କ ତପସ୍ୟାରେ ପ୍ରସନ୍ନ। ତୁମେ ଦୁହେଁ ଇଚ୍ଛାନୁଯାୟୀ ବର ମାଗ।’’

publive-image
ଆକାଶବାଣୀ ଶୁଣିବାମାତ୍ରେ ମଧୁଓ କୈଟଭ କହିଲେ,‘‘ମାତା ତୁମେ ଆମକୁ ସ୍ୱେଚ୍ଛା ମୃତ୍ୟୁର ବର ଦିଅ।’ ଦେବୀ କହିଲେ,‘‘ଦୈତ୍ୟ! ମୁଁ ତୁମ ଦୁହିଁଙ୍କୁ ବରଦାନ ଦେଉଛି ଯେ କେବଳ ତୁମେ ଦୁହେଁ ଇଚ୍ଛା କଲେ ମରିବ। ଦେବତା କିମ୍ବା ଦାନବ କେହି କହିଲେ ତୁମ ଦୁଇ ଭାଇଙ୍କୁ ପରାଜିତ କରିପାରିବ ନାହିଁ।’’ଦେବୀଙ୍କ ବରଦାନ ପ୍ରାପ୍ତ କରିବା ପରେ ଏ ଦୁଇ ଦୈତ୍ୟ ଅହଙ୍କାରୀ ହୋଇଉଠିଲେ।