୧୨ ବର୍ଷରେ ମାତ୍ର ୯ ହଜାର ପର୍ଯ୍ୟଟକ

ଶୈଳବାଳା ସ୍ବୟଂଶାସିତ ମହିଳା କଲେଜ ପରିସରରେ ରହିଛି ମଧୁସୂଦନ ସ˚ଗ୍ରହାଳୟ। ମଧୁସୂଦନଙ୍କ ଘର ଏକ ପାର୍ଶ୍ବକୁ ସ˚ଗ୍ରହାଳୟରେ ପରିଣତ କରାଯାଇଛି। ୨୦୦୭ ମସିହାରେ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଏହି ସଂଗ୍ରହାଳୟ ଲୋକାର୍ପିତ କରାଯାଇଥିଲା। ସ˚ଗ୍ରହାଳୟରେ ମଧୁ ବାବୁଙ୍କ ବ୍ୟବହୃତ ସାରଞ୍ଜାମ ସମେତ ସଂଘର୍ଷ ଜୀବନ ଏବଂ ପରିବାର ସଦସ୍ୟଙ୍କ ଫଟେ ପ୍ରଦର୍ଶିତ ହେଉଛି। କିନ୍ତୁ ଇତିମଧ୍ୟରେ ୧୨ବର୍ଷ ବିତି ଯାଇଥିଲେ ବି ସଂଗ୍ରହାଳୟ ଉପଯୁକ୍ତ ପ୍ରଚାରପ୍ରସାର ଅଭାବରୁ ବର୍ଷତମାମ୍ ପର୍ଯ୍ୟଟକ ମରୁଡ଼ି ଦେଖିବାକୁ ମିଳିଛି। ଉଦ୍‌ବେଗଜନକ କଥା ହେଉଛି, ଗତ ୧୨ବର୍ଷ ମଧୢରେ ମାତ୍ର ୮ହଜାର ୯ଶହ ୯୩ ଜଣ ପର୍ଯ୍ୟଟକ ସଂଗ୍ରହାଳୟ ବୁଲିବାକୁ ଆସିଥିବା ରେକର୍ଡ କହୁଛି। ଚଳିତବର୍ଷ ତ ଚାରି ବର୍ଷ ମଧ୍ୟରେ ମାତ୍ର ୭୭ଜଣ ପର୍ଯ୍ୟଟକ ଆସିଛନ୍ତି। ପର୍ଯ୍ୟଟକଙ୍କ ଏପ୍ରକାର ନୈରାଶ୍ୟଜନକ ଉପସ୍ଥିତିକୁ ନେଇ ପ୍ରଶ୍ନ ଉଠିବା ପରେ ବିଳମ୍ବରେ ହେଲେ ମଧ୍ୟ ପ୍ରଶାସନ ଏହାର ସୌନ୍ଦର୍ଯ୍ୟକରଣ ଦାୟିତ୍ବ ହାତକୁ ନେଇଛି। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ୧୯ ଲକ୍ଷ ଟଙ୍କାରେ ସଂଗ୍ରହାଳୟ ସମ୍ମୁଖ ପାଚେରୀରେ ମଧୁ ବାବୁଙ୍କ ଜୀବନର ବିଭିନ୍ନ ଅବସ୍ଥାକୁ ଚିତ୍ରିତ କରାଯାଇଛି। ସେହିପରି ଆଜବେଷ୍ଟ୍‌ସ ବଦଳା ଯିବା ସହ ନୂଆ ଚଟାଣ, କାନ୍ଥ ଚିତ୍ରଣ କରାଯାଉଛି। ଏହାସହିତ ଖଟ, ଚୌକି ପଲିସ୍‌ ଏବଂ ଶୌଚାଳୟ ମରାମତି କରାଯାଇଛି। କିନ୍ତୁ ଉପଯୁକ୍ତ ରକ୍ଷାଣବେକ୍ଷଣ ଅଭାବ ହେତୁ ‌ସଂଗ୍ରହାଳୟ ଧିରେ ଧିରେ ଚମକ ହରାଉଥିବା ଅଭିଯୋଗ ହେଉଛି। ମାତ୍ର ଜଣେ ତତ୍ତ୍ବାବଧାରକ ସଂଗ୍ରହାଳୟ ଅଛନ୍ତି। ସଫେଇ ପାଇଁ ବି କର୍ମଚାରୀ ନ ଥିବା ଅଭିଯୋଗ ହେଉଛି।

ସମ୍ବନ୍ଧିତ ଖବର