ପିତାମାତାଙ୍କ ମୋହକୁ କିପରି ନିର୍ମୂଳ କରିଥିଲେ ଏହି ବ୍ୟକ୍ତି ?

ଶ୍ରୀ ମଧ୍ୱାଚାର୍ଯ୍ୟଙ୍କ ଜନ୍ମ ୧୨୧୫ ମସିହାର ମାଘ ଶୁକ୍ଳ ସପ୍ତମୀ ତିଥିରେ ତାମିଲନାଡୁର ମଙ୍ଗଲୁର ଜିଲ୍ଲାର ବେଲଲି ଗ୍ରାମରେ ହୋଇଥିିଲା । ତାଙ୍କ ପିତାଙ୍କ ନାମ ହେଲା ଶ୍ରୀ ନାରାୟଣ ଭଟ୍ଟ ଓ ମାତାଙ୍କ ନାମ ଥିଲା ଶ୍ରୀମତୀ ବେଦବତୀ ।

ଏଭଳି ବିଶ୍ୱାସ ରହିଛି ଯେ ଭଗବାନ ନାରାୟଣଙ୍କ ଆଜ୍ଞାରେ ଭକ୍ତି ସିଦ୍ଧାନ୍ତର ରକ୍ଷା ଓ ପ୍ରଚାର ପାଇଁ ସ୍ୱୟଂ ଶ୍ରୀ ବାୟୁଦେବ ହିଁ ଶ୍ରୀ ମଧ୍ୱାଚାର୍ଯ୍ୟଙ୍କ ରୂପେ ଅବତାର ଗ୍ରହଣ କରିଥିଲେ । ବାଲ୍ୟାବସ୍ଥାରେ ସେ ନିଜର ଅଲୌକିକ ପ୍ରତିଭା ଦ୍ୱାରା ସମସ୍ତଙ୍କୁ ବିସ୍ମିତ କରିଥିଲେ । ସେ ସ୍ୱଳ୍ପ କାଳରେ ହିଁ ସମସ୍ତ ବିଦ୍ୟା ପ୍ରାପ୍ତ କରିଥିଲେ । ଯେତେବେଳେ ତାଙ୍କର ଜ୍ଞାନ ପରିପୂର୍ଣ୍ଣ ହୋଇଗଲା ଏବଂ ସଂସାର ପ୍ରତି ବୈରାଗ୍ୟ ଜାତ ହେଲା ,ସେତେବେଳେ ମଧ୍ୱାଚାର୍ଯ୍ୟ ସନ୍ନ୍ୟାସ ଗ୍ରହଣ କରିବାକୁ ନିଷ୍ପତ୍ତି ନେଲେ । ପିତାମାତା କିନ୍ତୁ ଏହାର ବିରୋଧ କରିଲେ । କାରଣ ସେ ଦୁହେଁ ମୋହଗ୍ରସ୍ତ ଥିିିିିିିିିିିଲେ । ତେବେ ମଧ୍ୱାଚାର୍ଯ୍ୟ ନିଜର ଅଲୌକିକ ଜ୍ଞାନ ଦ୍ୱାରା ପିତାମାତାଙ୍କ ତତ୍‌କାଳିକ ମୋହକୁ ନିର୍ମୂଳ କରିବାରେ ସଫଳ ହେଲେ ।

photo-wikipedia

ଏହାପରେ ଶ୍ରୀ ମଧ୍ୱାଚାର୍ଯ୍ୟ ମାତ୍ର ଏଗାର ବର୍ଷ ବୟସରେ ଅଦ୍ୱୈତ ମତର ବିଦ୍ୱାନ୍‌ ସନ୍ନ୍ୟାସୀ ଶ୍ରୀ ଅଚ୍ୟୁତ ଆଚାର୍ଯ୍ୟଙ୍କ ଠାରୁ ସନ୍ନ୍ୟାସ ଦୀକ୍ଷା ଗ୍ରହଣ କରିଲେ । ତାଙ୍କ ସନ୍ନ୍ୟାସର ନାମ ପୂର୍ଣ୍ଣପ୍ରଜ୍ଞ ରଖାଗଲା । ସନ୍ନ୍ୟାସ ଗ୍ରହଣ କରିବା ପରେ ସେ ବେଦାନ୍ତର ଗମ୍ଭୀର ଅଧ୍ୟୟନ କରିଲେ । ତାଙ୍କର ବୁଦ୍ଧି ଏତେ ବିଲକ୍ଷଣ ଥିଲା ଯେ ତାଙ୍କ ଗୁରୁ ମଧ୍ୟ ତାଙ୍କର ଅଲୌକିକ ପ୍ରତିଭାରେ ଆଶ୍ଚର୍ଯ୍ୟଚକିତ ରହି ଯାଉଥିଲେ । ଅଳ୍ପ ସମୟ ମଧ୍ୟରେ ସମଗ୍ର ଦକ୍ଷିଣ ଭାରତରେ ଜଣେ ବିଦ୍ୱାନ୍‌ ଭାବେ ତାଙ୍କର ଖ୍ୟାତି ବୃଦ୍ଧିପାଇଲା ।

ସମ୍ବନ୍ଧିତ ଖବର