କାହିଁକି ଶ୍ରୀକୃଷ୍ଣ ମୂର୍ତ୍ତି ଉଦ୍ଧାର କରିଥିଲେ ମଧ୍ୱାଚାର୍ଯ୍ୟ ?

ଥରେ ଜଣେ ବ୍ୟବସାୟୀଙ୍କର ଜାହାଜ ଦ୍ୱାରକାରୁ ମାଲବାର୍‌ ଯାଉଥିଲା । ଢୁଲୁବ ନିକଟରେ ଏହା ଡୁବିଗଲା । ସେଥିରେ ଗୋପୀ ଚନ୍ଦନରେ ଢଙ୍କା ଯାଇଥିବା ଭଗବାନ ଶ୍ରୀକୃଷ୍ଣଙ୍କ ଏକ ମୂର୍ତ୍ତି ମଧ୍ୟ ଥିଲା । ମଧ୍ୱାଚାର୍ଯ୍ୟଙ୍କୁ ଭଗବାନଙ୍କ ନିର୍ଦ୍ଦେଶ ମିଳିଲା ଯେ ସେହି ମୂର୍ତ୍ତିକୁ ଜଳରୁ ଉଦ୍ଧାର କରି ଉଡ୍ଡୁପିରେ ସ୍ଥାପନ କର । ସେ ମଧ୍ୟ ନିର୍ଦ୍ଦେଶ ପାଇବା ମାତ୍ରେ ଉକ୍ତ ଶ୍ରୀକୃଷ୍ଣ ମୂର୍ତ୍ତି ଉଦ୍ଧାର କରିଲେ । ସେ ଉଡ୍ଡୁପିରେ ଏହାର ସ୍ଥାପନା କରିଲେ । ସେହି ଦିନରୁ ସେହି ସ୍ଥାନ ମଧ୍ୱମତାନୁବଲମ୍ବୀ ମାନଙ୍କ ପାଇଁ ଶ୍ରେଷ୍ଠ ତୀର୍ଥ ହୋଇଗଲା ।

photo-seaandsay

ମଧ୍ୱଚାର୍ଯ୍ୟ ଉଡ୍ଡୁପୀ ଠାରେ ଆହୁରି ଆଠଟି ମନ୍ଦିରର ସ୍ଥାପନା କରିଲେ । ଆଜି ମଧ୍ୟ ଲୋକେ ତାଙ୍କର ଦର୍ଶନ କରି ଜୀବନର ବାସ୍ତବିକ ଲାଭ ପ୍ରାପ୍ତ କରୁଛନ୍ତି ।
ମଧ୍ୱାଚାର୍ଯ୍ୟ ତାଙ୍କ ଜୀବନର ଅନ୍ତିମ ସମୟରେ ସରିଦନ୍ତର ନାମକ ସ୍ଥାନରେ ରହୁଥିଲେ । ସେଠାରେ ସେ ନିଜ ପଞ୍ଚ ଭୌତିକ ଶରୀରକୁ ତ୍ୟାଗ କରିଥିଲେ । ଦେହ ତ୍ୟାଗ ଅବସରରେ ସେ ନିଜର ଶିଷ୍ୟ ପଦ୍ମତୀର୍ଥଙ୍କୁ ଶ୍ରୀରାମଜୀ ମୂର୍ତ୍ତି ଓ ବ୍ୟାସଜୀଙ୍କ ପ୍ରଦତ୍ତ ଶାଳଗ୍ରାମ ଶିଳା ଦେଇ ନିଜର ମତର ପ୍ରଚାର ପାଇଁ ଆଦେଶ ଦେଇଥିଲେ । ପରବର୍ତ୍ତୀ ସମୟରେ ତାଙ୍କ ଶିଷ୍ୟମାନେ ଦେଶର ବିଭିନ୍ନ ସ୍ଥାନରେ ଅନେକ ମଠ ନିର୍ମାଣ କରିଲେ । ଶ୍ରୀ ମଧ୍ୱାଚାର୍ଯ୍ୟ ଅନେକ ଗ୍ରନ୍ଥର ସଂରଚନା କରିଥିଲେ । ପାଖଣ୍ଡବାଦର ଖଣ୍ଡନ ଓ ଭଗବାନଙ୍କ ଭକ୍ତିର ପ୍ରଚାର କରି ସେ ଲକ୍ଷ ଲକ୍ଷ ଲୋକଙ୍କୁ କଲ୍ୟାଣ ମାର୍ଗର ଅନୁଗାମୀ କରିଥିଲେ

ସମ୍ବନ୍ଧିତ ଖବର