ନୂଆଦିଲ୍ଲୀ: ଇଣ୍ଟରନେଟ୍ ଆମ ଦୁନିଆକୁ ବହୁତ ଶୀଘ୍ର ବଦଳାଇ ଦେଇଛି। ପୂର୍ବରୁ କିଛି କାମ କରିବା ପାଇଁ ଆମକୁ ଅନେକ ସମୟ ଲାଗିଥାଏ। କିନ୍ତୁ ଆଜିକାଲି ଅନେକ କାମ ଫୋନ ଦ୍ବାରା କିଛି ମିନିଟ ଭିତରେ ହୋଇଯାଉଛି। ତେବେ ଏହି ଡିଜିଟାଲ ଯୁଗରେ ଡିଜିଟାଲ ଭିକାରିଙ୍କୁ ନେଇ ଅନେକ ଘଟଣା ସାମ୍ନାକୁ ଆସିଛି।
ତେବେ ରାସ୍ତପାର୍ଶ୍ବରେ ହେଉ କିମ୍ବା ବସଷ୍ଟାଣ୍ଡ କି ରେଳଷ୍ଟେସନରେ ଭିକାରିଙ୍କୁ ଭିକ ମାଗୁଥିବା ଦେଖିବାକୁ ମିଳିଛି। ତେବେ ଅନେକ ଲୋକ ଖୁଚୁରା ନଥିବା କହି ଭିକାରିଙ୍କୁ ଭିକ ନଦେଇ ଚାଲି ଯାଇଥାଆନ୍ତି। କିନ୍ତୁ ଏଣିକି ଡିଜିଟାଲ ଭିକାରିଙ୍କ କ୍ଷେତ୍ରରେ ଆଉ ଏହି ବାହାନା ଚଳିବ ନାହିଁ।
छिंदवाड़ा में हेमंत सूर्यवंशी नगरपालिका में काम करते थे, नौकरी गई, सालों से भीख मांगते हैं छुट्टे ना हों तो फिक्र नहीं इनके पास गूगल पे की सुविधा भी है :) @ndtvindia@ndtvpic.twitter.com/1YabI0A4ax
— Anurag Dwary (@Anurag_Dwary) February 20, 2022
ଛିନ୍ଦୱାଡା ସହରର ରାସ୍ତାରେ ହେମନ୍ତ ସୂର୍ଯ୍ୟବଂଶୀ ନାମକ ଜଣେ ବ୍ୟକ୍ତି ତାଙ୍କ ହାତରେ ଡିଜିଟାଲ୍ ନେଣଦେଣର ବାର୍ କୋଡ୍ ନେଇ ଭିକ୍ଷା ମାଗୁଥିବା ଦେଖିବାକୁ ମିଳୁଛି। ସେ ଭିକ ମାଗୁଥିବା ବେଳେ ଯଦି ତାଙ୍କୁ କେହି କହନ୍ତି ଖୁଚୁରା ନାହିଁ। ସେ ସଙ୍ଗେସଙ୍ଗେ ଉକ୍ତ ବ୍ୟକ୍ତିଙ୍କୁ କହି ଥାଆନ୍ତି ଖୁଚୁରା ନଥିଲେ କ’ଣ ହେଲା ଯାହା ଦେବାକୁ ଚାହୁଁଛ ଏହି ବାରକୋଡ ସ୍କାନ କରି କରିଦିଅ।
ତେବେ ହେମନ୍ତ ସୂର୍ଯ୍ୟବଂଶୀ ଚାକିରି ହରାଇବା ପରେ ଅର୍ଥ ଅଭାବରୁ ଏହି ଡିଜିଟାଲ ଟେକନୋଲୋଜିି ଜରିଆରେ ଭିକ ମାଗୁଥିବା କୁହାଯାଉଛି।