ଝିଅ ହେବା ଖୁସିରେ ଗୁପ୍‌ଚୁପ୍‌ ବାଲା ନେଲେନି ଟଙ୍କା: ଧାଡ଼ିରେ ରହି ୪ ହଜାର ଗୁପ୍‌ଚୁପ୍‌ ଖାଇଗଲେ ଗ୍ରାହକ

ଭୋପାଳ: ନିଜ ସନ୍ତାନ ସମସ୍ତଙ୍କ ପାଇଁ ସ୍ବତନ୍ତ୍ର ହୋଇଥାନ୍ତି। ଧନୀ, ଗରିବ ସମସ୍ତଙ୍କ ମନ‌ରେ ନିଜ ପିଲାଙ୍କ ପ୍ରତି ସମାନ ମମତା ଥାଏ। ଅବଶ୍ୟ ତାହା ଭିନ୍ନ କଥା ଯେ ନିଜର ସାମର୍ଥ୍ୟ ଅନୁସାାରେ ସ୍ନେହ ଦେଖାଇବାର ତରିକା ଅଲଗା ହୋଇଥା‌ଏ। ଧନୀ ଲୋକମାନେ ନିଜ ପିଲାଙ୍କ ଜନ୍ମ ହେବା ଖୁସିରେ ଆଖି ଝଲସିବା ପରି ଭୋଜି ଦେଇଥାନ୍ତି। ଗରିବ ଲୋକ ବି ମନାନ୍ତି ନିଜ ପିଲା ଜନ୍ମ ହେବାର ଖୁସି, ଧନରେ ନପାରିଲେ ବି ମନର ସହ। ହେ‌ଲେ କହିବାକୁ ଆଜି ଅଧିକାଂଶ ଲୋକ ପୁଅ ଜନ୍ମ ହେ‌ଲେ ହିଁ ଖୁସି ମନାନ୍ତି।

ମାତ୍ର ନିକଟରେ ଜଣେ ଗୁପ୍‌ଚୁପ୍‌ ବିକାଳି ନିଜ ଝିଅ ଜନ୍ମ ହେବା ଖୁସିରେ ମାଗଣାରେ ଗୁପ୍‌ଚୁପ୍‌ ଦେଇ ଚର୍ଚ୍ଚାର ପରିସର ଭିତରକୁ ଆସିଛନ୍ତି। ଘଟଣାଟି ହେଉଛି ମଧ୍ୟପ୍ରଦେଶର। ଆଜିsକାଲି ସମାଜରେ କନ୍ୟା ଭ୍ରୁଣକୁ ହତ୍ୟା କରିବାରୁ ନେଇ ବାଟରେ ଚାଲୁଥିବା ଝିଅଙ୍କୁ ଦୁଷ୍କର୍ମ ହେଉଥିବା ଖବର ମଧ୍ୟରେ ନିଜ ଝିଅ ଜନ୍ମରେ ଗୁପ୍‌ଚୁପ୍‌ ବିକାଳିଙ୍କ ଆନନ୍ଦ ନିଶ୍ଚିତ ଭାବେ ସମସ୍ତଙ୍କ ପାଇଁ ଏକ ପ୍ରେରଣାଦାୟକ କାହାଣୀ।

 

ମଧ୍ୟପ୍ରଦେଶର ଚିନ୍ଦାୱାରାର ଏହି ଗୁପ୍‌ଚୁପ୍‌ ବିକାଳି ଜଣକ ଏବେ ହିରୋ ପାଲଟି ଯାଇଛନ୍ତି। ଏହି ବ୍ୟକ୍ତିଙ୍କ ନାମ ସଞ୍ଜିତ ଚନ୍ଦ୍ରବଂଶୀ। ସେ ପ୍ରତିଦିନ ପୋଲା ଗ୍ରାଉଣ୍ଡ୍‌ ନିକଟରେ ନିଜ ଷ୍ଟଲ୍‌ ପକାଇଥାନ୍ତି। ମାତ୍ର ନିଜ ଝିଅ ଜନ୍ମ ହେବା ଖୁସିରେ ସେ ୪ ହଜାର ଗୁପ୍‌ଚୁପ୍‌ ମାଗଣାରେ ଖୁଆଇଛନ୍ତି।

ଜାଣିବାକୁ ମିଳିଛି ଯେ ସଞ୍ଜିତ ୩ ଭାଇ ହୋଇଥିବା ବେଳେ ଗତ ୧୦ ବର୍ଷ ଭିତରେ ତାଙ୍କ କୌଣସି ବି ଭାଇଙ୍କର ଝିଅ ହୋଇନଥିଲା। ସଞ୍ଜିତଙ୍କର ଝିଅ ହେବାକୁ ଖୁସି ମନାଇବା ପାଇଁ ସେ ଏପରି କରିଛନ୍ତି।

 

ସମ୍ବନ୍ଧିତ ଖବର