ସଡ଼କ ଉପରେ ଜମିଲା ଭିଡ଼; କୁନି ଭାଇର ଶବକୁ କୋଳରେ ଧରି ବସି ରହିଥିଲା ୮ ବର୍ଷର ବାଳକ

ଭୋପାଳ: ମଧ୍ୟପ୍ରଦେଶରେ ଦେଖିବାକୁ ମିଳିିଛି ଏକ ଅଭାବନୀୟ ଘଟଣା। ମଧ୍ୟପ୍ରଦେଶର ମୁରେନାରେ ଶନିବାର ଜଣେ ୮ ବର୍ଷୀୟ ବାଳକ ଏକ କୁନି ପିଲାର ମୃତଦେହକୁ ନିଜ ‌କୋଳରେ ଧରି ବସିଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ମୃତ ଶିଶୁଟିର ବାପା ପୂଜାରାମ ନିଜର ୨ ବର୍ଷର ଶିଶୁର ମୃତଦେହକୁ ନେବା ପାଇଁ ଆମ୍ବୁଲାନ୍ସ ଖୋଜିବାକୁ ଯାଇଥିବା ବେଳେ କୁନି ଭାଇର ଶବକୁ ନିଜ କୋଳରେ ଧରି ବସିଥିଲା ୮ ବର୍ଷର ବାଳକ।

ଏକ ରାସ୍ତା କଡ଼ରେ ଏପରି ଏକ ଛୋଟ ପିଲା କୋଳରେ ଅନ୍ୟ ଜ‌ଣେ କୁନି ଛୁଆର ମୃତଦେହକୁ ଦେଖି ସେଠାରେ ଲୋକ ଭିଡ଼ ଜମି ଯାଇଥିଲା। ଅଧିକାରୀଙ୍କୁ ଏନେଇ ସୂଚନା ଦିଆଯାଇଛି। ଘଟଣାଟି ମୁରେନା ଜିଲ୍ଲାର ଅବାଁହର ବଡ଼ଫରା ଗାଁର ବୋଲି ଜାଣିବାକୁ ମିଳିଛି।

ପୂଜାରାମଙ୍କ ୨ ବର୍ଷର ପୁଅ ରାଜାର ଦେହ ଅଚାନକ ଖରାପ ହୋଇଗଲା। ଆରମ୍ଭରୁ ପୂଜାରାମ ନିଜ ପୁଅକୁ ଘରେ ଠିକ୍‌ କରିବାକୁ ଚେଷ୍ଟା କଲେ। ମାତ୍ର ଯେତେବେଳେ ପିଲାଟିର ପେଟ ଯନ୍ତ୍ରଣା ଅଚାନକ ଅସହ୍ୟ ହୋଇପଡ଼ିଲା ତ ସେ ପିଲାଟିକୁ ନେଇ ମୁରେନା ଜିଲ୍ଲା ହସ୍ପିଟାଲ୍‌ରେ ଭର୍ତ୍ତି କଲେ। ପୂଜାରାମ ତାଙ୍କ ସାଥିରେ ହସ୍ପିଟାଲ୍‌କୁ ତାଙ୍କ ବଡ଼ ପୁଅ ଗୁଲ୍‌ସନ୍‌କୁ ବି ନେଇଥିଲେ।

ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ରାଜାଙ୍କର ମୃତ୍ୟୁ ଘଟିଥିଲା। ପୂଜାରାମ ନିଜ ପୁଅର ମୃତଦେହକୁ ତାଙ୍କ ଗାଁକୁ ନେବା ପାଇଁ ହସ୍ପିଟାଲ୍‌ କର୍ତ୍ତୃପକ୍ଷଙ୍କୁ ଏକ ଆମ୍ବୁଲାନ୍ସର ବନ୍ଦୋବସ୍ତ କରିବାକୁ କହିବା ସତ୍ତ୍ବେ ବି ଆମ୍ବୁଲାନ୍ସର ବନ୍ଦୋବସ୍ତ ହୋଇ ପାରିନଥିଲା। ଶେଷରେ ବ୍ୟକ୍ତି ଜଣକ ନିଜର ୨ ପୁଅଙ୍କୁ ଧରି ହସ୍ପିଟାଲ୍‌ ବାହାର ରାସ୍ତାକଡ଼କୁ ଚାଲି ଆସିଥିଲେ।

 

ସମ୍ବନ୍ଧିତ ଖବର