ମହାବିଷୁବ ସଂକ୍ରାନ୍ତି ଦେଶର ବିଭିନ୍ନ ସ୍ଥାନରେ ଅନ୍ୟ ଭିନ୍ନ ଭିନ୍ନ ନାମରେ ମଧ୍ୟ ପାଳିତ ହୋଇଥାଏ । ଏହାକୁ ନବ ବର୍ଷଭାବେ ବୌଦ୍ଧ ଧର୍ମାବଲମ୍ବୀମାନେ ପାଳନ କରିଥାଆନ୍ତି । ମଧ୍ୟଭାରତ ଓ ଉତ୍ତର ଭାରତରେ ହିନ୍ଦୁ ଓ ଶିଖ୍ମାନେ ଏହାକୁ ‘ବୈଶାଖୀ’ ନାଆଁରେ ପାଳନ କରିଥାନ୍ତି। ଦକ୍ଷିଣ-ପୂର୍ବ ଏସିଆର କେତେକ ରାଷ୍ଟ୍ରରେ ଏହାକୁ ବି ନବ ବର୍ଷ ଭାବେ ଗ୍ରହଣ କରାଯାଇଛି। ଏହି ଦେଶମାନଙ୍କ ମଧ୍ୟରେ ମିଆଁମାର୍ , ଶ୍ରୀଲଙ୍କା ଓ କାମ୍ବୋଡିଆ ଆଦି ସାମିଲ୍ ହୋଇଛି।
ଭାରତର ଦକ୍ଷିଣ ରାଜ୍ୟ କେରଳରେ ମହାବିଷୁବ ସଂକ୍ରାନ୍ତି ‘ବିଷୁ’ ନାଆଁରେ ଅଧିିକ ଲୋକପ୍ରିୟ। ପୂର୍ବ ଭାରତର ପଶ୍ଚିମବଙ୍ଗ ଓ ତ୍ରିପୁରା ରାଜ୍ୟରେ ଏହା ‘ପୋହେଲା ବୋଇଶାଖ୍’ ଭାବେ ପାଳିତ ହୋଇଥାଏ । ଠିକ୍ ସେହିପରି ବାଂଲାଦେଶରେ ବି ସେଇ ନାମରେ ଏହା ପରିଚିତ। ଆସାମରେ ଏହା ରୋଙ୍ଗାଲୀ ବିହୁ ଭାବେ ଅଧିକ ଲୋକପ୍ରିୟ। ଭାରତର ପଡୋଶୀ ରାଜ୍ୟ ନେପାଳରେ ମହାବିଷୁବ ସଂକ୍ରାନ୍ତି ବିକ୍ରମ ଓ ସମ୍ବତ୍ ଓ ବୈଶାଖ୍ ଏକ୍ ନାଆଁରେ ଅଧିକ ପାଳିତ ହୋଇଥାଏ । ଅପରପକ୍ଷରେ ତାମିଲନାଡୁରେ ଏହା ତାମିଲ ପୁଠଣ୍ଡୁ ନାମରେ ପାଳିତ ହୋଇଥାଏ।
ଶ୍ରୀଲଙ୍କାରେ ପଣା ସଂକ୍ରାନ୍ତି ଆଲୁଥ୍ ଆ ଭୁ ରୁ ଥୁ ନାଆଁରେ ଅଧିକ ପରିଚିତ। ଥାଇଲାଣ୍ଡ୍ରେ ଏହାକୁ ସାଙ୍ଗକ୍ରାନ୍ ବୋଲି କୁହାଯାଏ । ଠିକ୍ ସେହିପରି କାମ୍ବୋଡିଆରେ ଚୋଲ୍ ଚନମ୍ ଥ୍ମେ ଭାବେ ପାଳିତ ହୋଇଥାଏ । ବର୍ମାରେ ମହାବିଷୁବ ସଂକ୍ରାନ୍ତି ଥିଙ୍ଗୟାନ୍ ନାମରେ ଅଧିକ ଲୋକପ୍ରିୟ।