ମହାଦେବ ହିଁ ଶକ୍ତି , ଜାଣନ୍ତୁ କିପରି

ଶିବ ମହାପୁରାଣର ମତ ଅନୁସାରେ ସୃଷ୍ଟିର ଅସ୍ତିତ୍ୱରେ ମହାଦେବ ହିଁ ସେହି ଶକ୍ତି ଥିଲେ, ଯାହାଙ୍କର କୌଣସି ଆଦି ବା ଅନ୍ତ ନଥିଲା। ମହାଦେବଙ୍କ ଭକ୍ତିରେ ଜୀବ ସମସ୍ତ ପ୍ରକାରର ସୁଖ, ଧନ, ମାନ ସମ୍ମାନ ଆଦି ମନୋବାଞ୍ଛିତ ଫଳ ପ୍ରାପ୍ତ କରିପାରିବ। ମହାଦେବଙ୍କୁ ପ୍ରସନ୍ନ କରିବାର କେତେକ ଉପାୟ ଶାସ୍ତ୍ରମାନଙ୍କରେ ବର୍ଣ୍ଣିତ ରହିଛି। ସେଥିମଧ୍ୟରୁ କେତେକ ହେଲା
ପ୍ରତିଦିନ ମହାଦେବଙ୍କ ପୂଜା ଅର୍ଚ୍ଚନା, ଆରତୀ କରିବା ଶ୍ରେଷ୍ଠ ମାର୍ଗ ଅଟେ। ଏହାଦ୍ୱାରା ଅକ୍ଷୟ ପୁଣ୍ୟର ପ୍ରାପ୍ତି ହୋଇଥାଏ। ଯଦି ପ୍ରତିଦିନ ଏହା କରି ନପାରନ୍ତି, ତେବେ ସୋମବାର ଦିନ ନିଶ୍ଚିତ ଭାବେ ଏହା କରନ୍ତୁ, କାରଣ ସୋମବାର ମହାଦେବଙ୍କର ପିୟ ବାର।
-ସମସ୍ତ ମନୋକାମନା ପୂର୍ଣ୍ଣ କରିବା ପାଇଁ ଶିବ ଲିଙ୍ଗ ଉପରେ ପ୍ରତିଦିନ ଗାଈର କଞ୍ଚାକ୍ଷୀର ଅର୍ପିତ କାରନ୍ତୁ। ତାଜା ଦୁଧର ପ୍ରୟୋଗ କରନ୍ତୁ। ଡବା ବନ୍ଦ କ୍ଷୀର କିମ୍ବା ପ୍ୟାକେଟ୍‌ କ୍ଷୀର ଅର୍ପଣ କରନ୍ତୁ ନାହିଁ।
-ସୋମବାର ଦିନ ଶ୍ରଦ୍ଧାପୂର୍ବକ ବ୍ରତ ଧାରଣ କରନ୍ତୁ। ଯଦି ପୁରା ଦିନ ବ୍ରତ ରଖିବା କଷ୍ଟକର ହୁଏ, ତେବେ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ବ୍ରତ ରଖିପାରନ୍ତି।
-ବେଲ ପତ୍ର,ଦୁଧ,ଗଙ୍ଗାଜଳ,ଅତର,ଦେଶି ଘିଅ,ରୋଲି,ମହୁ ଓ ଚନ୍ଦନରେ ଶିବଲିଙ୍ଗର ଅଭିଷେକ କରନ୍ତୁ।


-କୌଣସି ଅଶୁଭରୁ ରକ୍ଷା ପାଇବା ପାଇଁ ନବ ବିବାହିତ ଦମ୍ପତ୍ତିଙ୍କୁ ମଙ୍ଗଳ ଗୌରୀ ବ୍ରତ କରିବା ଉଚିତ।
-ଓଁ ନମଃ ଶିବାୟର ଜପ ଚାଲୁଥିବା ବେଳେ ଓ ଉଠିବା-ବସିବା ଭଳି ଯେକୌଣସି ସମୟରେ କରନ୍ତୁ।

ସମ୍ବନ୍ଧିତ ଖବର