ମା’ ମହାଲକ୍ଷ୍ମୀଙ୍କୁ ଏମିତି ପୂଜାକଲେ ଆପଣଙ୍କ ଭାଗ୍ୟ ଚମକିଯିବ !

ମା’ ମହାଲକ୍ଷ୍ମୀଙ୍କୁ ଓଡ଼ିଆ ଘରେ ଗୁରୁବାର ଦିନ ପୂଜା କରିବାର ବିଶେଷ ପ୍ରଚଳନ ରହିଛି। ଏଥିପାଇଁ କେତେକ ନିୟମ ମାନିଲେ ଭଲ ପରିଣାମ ପାଇବେ। ଏହାଦ୍ୱାରା ଘରେ ଧନଧାନ୍ୟ ଭରି ହୋଇଯିବ। ଆସନ୍ତୁ ଜାଣିବା ସେସବୁ କ’ଣ । ସକାଳୁ ଉଠି ସ୍ନାନ ପରେ ଧଳା ବସ୍ତ୍ର ପରିଧାନ କରି ମା ଲକ୍ଷ୍ମୀ ଙ୍କର ଫଟୋ ସମ୍ମୁଖରେ ଛିଡା ହୋଇ ଶ୍ରୀ ଶୁକ୍ତ ପାଠ କରି ସାରିବା ପରେ ପୁଷ୍ପ ଅର୍ପଣ କରନ୍ତୁ ।

ଧନର ଅଭାବ ଥିବା ବ୍ୟକ୍ତି ଙ୍କୁ ମା ଲକ୍ଷ୍ମୀଙ୍କ ମନ୍ଦିର ସମ୍ମୁଖରେ ବତାଶେ, ପଦ୍ମ, କୌଡି, ଏବଂ ଶଙ୍ଖ ରଖିବା ଦରକାର । ଏହା ମା ଲକ୍ଷ୍ମୀଙ୍କର ଅତ୍ୟନ୍ତ ପ୍ରିୟ । ଯେଉଁ ବ୍ୟକ୍ତିଙ୍କୁ ସନ୍ତାନର ଅଭିଳାଷ ଅଛି, ସେମାନଙ୍କୁ ମାତା ଭଜଲକ୍ଷ୍ମୀଙ୍କର ଉପାସନା କରିବା ଦରକାର । ଏହା ଦ୍ୱାରା ସନ୍ତାନ ଓ ସଂପତ୍ତି ପ୍ରାପ୍ତି ହୋଇଥାଏ ।

ସୌଭାଗ୍ୟ ଓ ସ୍ୱାସ୍ଥ୍ୟ ଚାହୁଁଥିବା ବ୍ୟକ୍ତି ଲକ୍ଷ୍ମୀ ଦେବୀଙ୍କର ଉପାସନା କରିବା ଦରକାର ।ଏଠାରେ ସୂଚନାଯୋଗ୍ୟ ଯେ ଏହାକୁ କେବଳ ନିୟମ ବୋଲି ଧରାଯାଏ। ଏହାକୁ ଆମେ ନିଶ୍ଚିତ ଫଳଦାୟୀ ବୋଲି ଗ୍ରହଣ କରିପାରିବାନି।

ସମ୍ବନ୍ଧିତ ଖବର