ଲାତୁର(ମହାରାଷ୍ଟ୍ର): ପାରମ୍ପାରିକ ଚାଷ ପରିବର୍ତ୍ତେ ଆଧୁନିକ ଚାଷ କରିବାକୁ କୃଷକମାନେ ବର୍ତ୍ତମାନ ଚେଷ୍ଟା କରୁଛନ୍ତି। ଅନେକ ଲୋକ ବଡ଼ ବଡ଼ ଚାକିରି ଛାଡ଼ି ଚାଷକୁ ଆପଣାଇଥିବା ବେଳେ ଏହା ସେମାନଙ୍କୁ କୋଟିପତି କରିଥିବାର ଖବର ଆମେ ଆପଣଙ୍କୁ ଦେଇଛୁ। ମହାରାଷ୍ଟ୍ରର ଲାତୁର ଜିଲ୍ଲାର ବାସିନ୍ଦା ରମେଶ ବିଠ୍ଠଲରାଓ ମଧ୍ୟ ଏହି କୃଷକମାନଙ୍କ ମଧ୍ୟରୁ ଜଣେ। ଗତ ଚାରି ବର୍ଷ ଧରି ସେ ନିଜର ୫ଏକର ଜମିରେ ପାରମ୍ପାରିକ ଚାଷ ଛାଡି ଆଧୁନିକ ଢ଼ଙ୍ଗରେ ଧନିଆ ଚାଷ କରିଆସୁଛନ୍ତି। ଏଥିରୁ ସେ ଏପର୍ଯ୍ୟନ୍ତ ୧କୋଟି ଟଙ୍କା ରୋଜଗାର କରିଛନ୍ତି।
ଲାତୁର ଜିଲ୍ଲା ମହାରାଷ୍ଟ୍ରର ମରୁଡ଼ି ପ୍ରଭାବିତ ଅଞ୍ଚଳରେ ଗଣାଯାଏ। ଏଠାରେ ଥିବା କୃଷକମାନେ ପାରମ୍ପାରିକ ଚାଷରୁ ଆବଶ୍ୟକୀୟ ଆୟ ପାଆନ୍ତି ନାହିଁ। ଅନେକ ଥର ଚାଷୀଙ୍କ ପାଇଁ ସେମାନଙ୍କ ଫସଲର ମୂଲ୍ୟ ବାହାର କରିବା କଷ୍ଟକର ହୋଇଯାଏ। ଏହି କାରଣରୁ, ରମେଶ ଧନିଆ ଚାଷ କରିବାକୁ ନିଷ୍ପତ୍ତି ନେଇଥିଲେ। ୨୦୧୯ରୁ ରମେଶ ଧନିଆ ଚାଷ ଆରମ୍ଭ କରିଥିଲେ। ସେହିବର୍ଷ ତାଙ୍କର ୨୫ଲକ୍ଷ ଟଙ୍କାର ଲାଭ ହୋଇଥିଲା। ୧ଲକ୍ଷ ଟଙ୍କା ଖର୍ଚ୍ଚ କରି ସେ ୨୫ଲକ୍ଷ ପାଇଥିଲେ। ୨୦୨୦ମସିହାରେ ୧୬ଲକ୍ଷ, ୨୦୨୧ରେ ୧୪ଲକ୍ଷ, ୨୦୨୨ରେ ୧୩ ଲକ୍ଷ ଟଙ୍କା ରୋଜଗାର କରିଥିବା ବେଳେ ଏହି ବର୍ଷ ସେ ଏଥିରୁ ୧୬ଲକ୍ଷ ୩୦ହଜାର ଟଙ୍କା ରୋଜଗାର କରିଛନ୍ତି।
ରମେଶ କହିଛନ୍ତି ଯେ ଗତ ୫ବର୍ଷ ମଧ୍ୟରେ ମୁଁ ଏହି ଧନିଆ ଚାଷରୁ ପ୍ରାୟ ୧କୋଟି ଟଙ୍କାର ଲାଭ ପାଇଛି। ପାଇଥିବା ଟଙ୍କାରେ ମୁଁ ଏକ ଏସୟୁଭି କାର ଏବଂ ଏକ ଘର କିଣିଛି। କୃଷକମାନଙ୍କୁ ଆହ୍ବାନ ଦେଉଛି ଯେ ପାରମ୍ପାରିକ ଚାଷ ପରିବର୍ତ୍ତେ କୃଷକମାନେ ଏପରି ନୂତନ ଚାଷ ପ୍ରଣାଳୀ ଆପଣାଇବାକୁ ଚେଷ୍ଟା କରିବା ଉଚିତ ଯାହା ସେମାନଙ୍କୁ ଭଲ ଲାଭ ଦେବ।