ମୁମ୍ବାଇ: ଆଜିକାଲି ପନିବରିବା କେତେ ମହଙ୍ଗା ଅଛି ତାହା ସମସ୍ତେ ଜାଣନ୍ତି। ବିଶେଷ କରି ବିଲାତି ବାଇଗଣ ବା ଟମାଟୋ ଦର ଆକାଶ ଛୁଆଁ ହୋଇଛି । ତେବେ କିଛି ଚାଷୀ ଏହି ଟମାଟୋ ବିକି ନିଜ ଭାଗ୍ୟ ବଦଳାଇଥିବା ପରି ମାମଲା ସାମ୍ନାକୁ ଆସିଛି।

Advertisment

ଆମେ କହୁଛୁ ମହାରାଷ୍ଟ୍ରର ପାଲଘରରେ ରହୁଥିବା କୃଷକ ନିକାରାମ ଗାୟକରଙ୍କ ବିଷୟରେ। ତାଙ୍କ ଟମାଟୋ କ୍ଷେତ ନିକାରାମଙ୍କ ଭାଗ୍ୟ ବଦଳାଇ ଦେଇଛି। ନିକାରାମ ଗାୟକରଙ୍କ ନିକଟରେ ପ୍ରାୟ ୧୮ ଏକର ଜମି ରହିଛି। ଏଥିମଧ୍ୟରୁ ୧୨ ଏକର ଜମି‌ରେ ସେ ତାଙ୍କ ପୁଅ ଈଶ୍ବର ଗାୟକର, ବୋହୂ ସୋନାଲିଙ୍କ ସହାଯ୍ୟରେ ଟମା‌େଟୋ ଚାଷ କରିଥିଲେ।

ସେ ତାଙ୍କ ଟମାଟୋ ‌କ୍ଷେତର ଦେଖାଶୁଣା କରିବାକୁ ସଂପୃକ୍ତ ଅଞ୍ଚଳର ପ୍ରାୟ ୧୦୦ରୁ ଅଧିକ ମହିଳାଙ୍କୁ ଚାକିରି ପ୍ରଦାନ କରିଛନ୍ତି। ଗାୟକର ଗତ ୩୦ ଦିନ ମଧ୍ୟରେ ଟମାଟୋ ବିକ୍ରି କରି ପ୍ରାୟ ୭୫ ଲକ୍ଷ ଟଙ୍କାରୁ ଅଧିକ ରୋଜଗାର କରିଛନ୍ତି।

ଜାଣିବ‌ାକୁ ମିଳିଛି ଯେ ଗାୟକର ଗତ ୧ ମାସ ମଧ୍ୟରେ ପ୍ରାୟ ୧୩ ହଜର ଟମାଟୋ କ୍ରେଟ୍‌ ବିକ୍ରି କରିଛନ୍ତି। ଗାୟକର ପରିବାର ଟମାଟୋ କ୍ରେଟ୍‌ ପିଛା ୨୧୦୦ ଟଙ୍କାରେ ବିକ୍ରି କରିଛନ୍ତି। ସେ ସମୁଦାୟ ୯୦୦ କ୍ରେଟ୍‌ ଟମାଟୋ ବିକ୍ରି କରିଛନ୍ତି।

ଗୋଟାଏ ଦିନ ଭିତରେ ସେ ୧୮ ଲକ୍ଷ ଟଙ୍କାରର ଟମାଟୋ ବିକ୍ରି କରି ମାଲାମାଲ ହୋଇଛନ୍ତି। ଗାୟକରଙ୍କ ପରି ଆହୁରି ୧୦ରୁ ୧୨ ଜଣ ଚାଷୀ ଅଛନ୍ତି; ଯେଉଁମାନେ କି ଟମାଟୋ ବିକ୍ରି କରି କୋଟିପତି ବନି ପାରିଛନ୍ତି।