ଶିରିଡି ସାଇବାବାଙ୍କ ମନ୍ଦିର ପରିସରରେ ଥିବା ଏହି ସାଇନ୍‌ ବୋର୍ଡ ହଟିଲା , ଜାଣନ୍ତୁ କାହିଁକି ବିବାଦ ହୋଇଥିଲା

ଶିରିଡି : ମହାରାଷ୍ଟ୍ରର ଶିରିଡି ସାଇବାବାଙ୍କ ମନ୍ଦିରରେ ହିନ୍ଦୁ ରୀତିନୀତିରେ ପୂଜାହୋଇଥାଏ। ଏହି ମନ୍ଦିର ପରିସରରେ ଥିବା ଦ୍ୱାରକାମାଇ ମସଜିଦ୍‌ ପାଖରେ ଲାଗିଥିବା ଦୁଇଟି ସାଇନ ବୋର୍ଡକୁ ନେଇ ଖୁବ୍‌ ବିବାଦ ଉଠିଥିଲା। ସ୍ଥାନୀୟ ଓ ମୁସଲମାନ ସଂପ୍ରଦାୟର କେତେକ ଲୋକ ଏହାକୁ ବିରୋଧ କରିବା ପରେ ଉକ୍ତ ସାଇନ୍‌ବୋର୍ଡକୁ ସେହି ସ୍ଥାନରୁ ହଟାଇ ଦିଆଯାଇଥିବା ଜଣାଯାଇଛି।
ବିରୋଧ କରୁଥିବା ଲୋକମାନେ ଅଭିଯୋଗ ଆଣିଥିଲେ ଯେ ମନ୍ଦିରର ଗୈରିକୀକରଣ କରାଯାଉଛି। ଶିରିଡି ସାଇବାବା ଟ୍ରଷ୍ଟରେ କେତେକ ନୂଆ ସଦସ୍ୟ ଓ ନୂତନ କମିଟି ଏହି ପବିତ୍ର ଧାର୍ମିକ ସ୍ଥଳ ଦାୟିତ୍ୱ ଗ୍ରହଣ କରିବା ପରେ ମନ୍ଦିର ପରିସରରେ ଥିବା ସମସ୍ତ ସାଇନ୍‌ବୋର୍ଡର ରଙ୍ଗ ବଦଳାଯାଉଛି। ଗତ ଅକ୍ଟୋବର ୧୭ରୁ ୧୯ ତାରିଖ ଯାଏଁ ଶିରିଡି ସାଇବାବା ସମାଧିର ଶତାବ୍ଦୀ ସମାରୋହର ଆୟୋଜନ ସମୟରେ ଏଭଳି ପ୍ରସଙ୍ଗ ଉଠିଥିଲା। ଏହି ତିନି ଦିବସୀୟ କାର୍ଯ୍ୟକ୍ରମରେ ଦେଶରୁ ପ୍ରାୟ ତିନି ଲକ୍ଷ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ।

ଏହି ପ୍ରବିତ୍ର ସ୍ଥାନରେ ସାଇବାବା ୧୯୧୮ ମସିହା ଅକ୍ଟୋବର ୧୫ ତାରିଖରେ ସମାଧି ନେଇଥିଲେ। ଅଭିଯୋଗ ଆସିବା ପରେ ମନ୍ଦିରକୁ କେବଳ ଗୋଟିଏ ଧର୍ମ ସହ ନ ଯୋଡ଼ିବାକୁ ଏଭଳି ପଦକ୍ଷେପ ନିଆଯାଇଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର