୨୦ ଥର ପାଇଁ ଗର୍ଭବତୀ ହେଲେ ମହିଳା, ଚକିତ ହେଲେ ଡାକ୍ତର

ମୁମ୍ବାଇ: ମହାରାଷ୍ଟ୍ରରେ ଦେଖିବାକୁ ମିଳିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା। ଜଣେ ମହିଳା ୨୦ ଥର ପାଇଁ ଗର୍ଭବତୀ ହୋଇଛନ୍ତି ବୋଲି ଜାଣିବାକୁ ମିଳିଛି। ଏ ସଂପର୍କରେ ସୋମବାର ମହିଳାଙ୍କର ଦେଖାଶୁଣା କରୁଥିବା ଡାକ୍ତର ସୂଚନା ଦେଇ କହିଛନ୍ତି।

ବିଡ୍‌ ଜିଲ୍ଳାରେ ୩୮ ବର୍ଷୀୟା ଏହି ମହିଳାଙ୍କର ୧୬ଟି ପ୍ରସବ ସଫଳ ହୋଇଥିବା ବେଳେ ଆଉ ୩ଟି ପିଲାଙ୍କୁ ସେ ନଷ୍ଟ କରି ଦେଇଛନ୍ତି। ବର୍ତ୍ତମାନ ସେ ୭ ମାସର ଗର୍ଭବତୀ।

News18.com

ତେବେ ଜାଣିବାକୁ ମିଳିଛି ଯେ ମହିଳାଙ୍କ ସଫଳ ୧୬ଟି ପ୍ରସବ ମଧ୍ୟରୁ ୧୧ ଜଣ ପିଲା ବଞ୍ଚିଛନ୍ତି। ଆଉ ବାକି ୫ ଜଣ ଜନ୍ମ ହେବାର କିଛି ଘଣ୍ଟା କିମ୍ବା କିଛି ଦିନ ପରେ ମରି ଯାଇଥିବା ସୂଚନା ରହିଛି।

ଗର୍ଭବତୀ ହେବାର ୩ ମାସ ମଧ୍ୟରେ ସେ ୩ ପିଲାଙ୍କୁ ନଷ୍ଟ କରିଥିବା ଜାଣିବାକୁ ମିଳିଛି। ମହିଳା ୨୦ ଥର ପାଇଁ ଗର୍ଭବତୀ ହେବା କଥା ଶୁଣି ଡାକ୍ତରମାନେ ଭୟରେ ଆସି ତାଙ୍କର ଗୁଡ଼ାଏ ଟେଷ୍ଟ୍‍ କରିବା ପରେ ଉଭୟ ମାଆ ଓ ଛୁଆ ସୁସ୍ଥ ଅଛନ୍ତି ବୋଲି ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର