ନୂଆଦିଲ୍ଲୀ : ମହାରାଷ୍ଟ୍ରର ବୁଲଢ଼ାଣାରେ ଏକ ଏଭଳି ମାମଲା ସାମ୍ନାକୁ ଆସିଛି, ଯାହାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା । ଏଠାରେ ଜଣେ ବନ ବିଭାଗ ଅଧିକାରୀ ମାନବିକତାର ବିରଳ ଉଦାହରଣ ସୃଷ୍ଟି କରିଛନ୍ତି । ବନ ବିଭାଗ ଅଧିକାରୀ ସଞ୍ଜୟ ଏନ୍ ମାଲିଙ୍କ ଗାଡ଼ି ଚାଳକ ଜାଫରଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବାରୁ ସଞ୍ଜୟ ତାଙ୍କ ପାଇଁ ରମ୍ଜାନର ରୋଜା ରଖିଥିବା ଜଣା ପଡ଼ିଛି । ଜଣେ ମୁସ୍ଲିମ ନ ହୋଇ ମଧ୍ୟ ଜଣେ ମୁସ୍ଲିମ୍ ପାଇଁ ଏଭଳି କରି ସେ ପ୍ରଶଂସାର ପାତ୍ର ହୋଇ ପାରିଛନ୍ତି ।
oneindia.comସଞ୍ଜୟଙ୍କ କହିବା ଅନୁଯାୟୀ, ‘ମେ’ ୬ରେ ମୁଁ ଜାଫରକୁ ରୋଜା ରଖୁଛ କି ନାହିଁ ବୋଲି ପଚାରିଥିଲି । କିନ୍ତୁ ସ୍ୱାସ୍ଥ୍ୟାବସ୍ଥା ଭଲ ନ ଥିବା ସହ କାମର ଚାପ ରହୁଥିବାରୁ ମୁଁ ରଖୁ ନାହିଁ ବୋଲି କହିଥିଲେ ଜାଫର । ପରେ ଚଳିତ ବର୍ଷ ତାଙ୍କ ବଦଳରେ ମୁଁ ରୋଜା ରଖିବାକୁ ମନସ୍ଥ କରିଥିଲି । ଯାହା ପରେ ମେ’ ୬ଠାରୁ ମୁଁ ରୋଜା ରଖିବା ଆରମ୍ଭ କରିଛି । ଭୋର ୪ଟାରୁ ମୁଁ କିଛି ଖାଇ ରୋଜା ରଖିବା ସହ ସଂନ୍ଧ୍ୟା ୭ଟାରେ ନିଜର ରୋଜା ଖୋଲୁଛି ।’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/xuuu-1559284081.jpg.pagespeed.ic_.Nw1bX2iV8-.jpg)