ମୋହନଦାସ କରମଚାନ୍ଦ ଗାନ୍ଧୀ ଅକ୍ଟୋବର ୨ ତାରିଖ ୧୮୬୯ ତାରିଖରେ ଗୁଜୁରାଟର ପୋର୍ବନ୍ଦରଠାରେ ଜନ୍ମଗ୍ରହଣ କରନ୍ତି। ପିଲାଦିନରେ ସାଙ୍ଗମାନଙ୍କ ସହ ମିଶି ନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ପଥଚ୍ୟୁତ ହୁଅନ୍ତି। ତା’ପରେ ତାଙ୍କ ଭିତରେ ଉଦୟ ହୁଏ ମାନବିକତା। ସତ୍ୟ-ଅସତ୍ୟ, ଧର୍ମ-ଅଧର୍ମ, କର୍ତ୍ତବ୍ୟ ଓ ସ୍ୱାର୍ଥପରତା ଭିତରର ପାର୍ଥକ ଧୀରେ ଧୀରେ ସେ ଜାଣିବାକୁ ଲାଗନ୍ତି। ଚାହୁଁ ଚାହୁଁ ପାଲଟି ଯାଆନ୍ତି ମୋହନଦାସ କରମଚାନ୍ଦ ଗାନ୍ଧୀରୁ ମହାତ୍ମା ଗାନ୍ଧୀ। ଇଂରେଜମାନଙ୍କ ବିରୋଧରେ ସ୍ୱର ଉଠାଇ ସେ ହୋଇ ଯାଆନ୍ତି ଜାତିର ପିତା। ଚାଲନ୍ତୁ ଆଜି ତାଙ୍କରି ପିଲାଦିନର ୨ଟି ଶିକ୍ଷଣୀୟ କାହାଣୀ ଜାଣିବା।
ଥରେ ଗାନ୍ଧିଜୀ ସ୍କୁଲ୍ରେ ଥାଆନ୍ତି। ସ୍କୁଲ୍କୁ ପରିଦର୍ଶନ କରିବା ପାଇଁ ଉଚ୍ଚପଦସ୍ଥ କର୍ମଚାରୀ ବୁଲିବାକୁ ଆସିଲେ। ସେ ଶ୍ରେଣୀ ଭିତରେ ପଶି ପିଲାମାନଙ୍କୁ ପରଖିବା ଉଦେଶ୍ୟରେ ଏକ ଇଂରାଜୀ ଶବ୍ଦ ଡାକିଲେ। ତାହାର ଉଚିତ ବନାନ ଲେଖିବା ପାଇଁ ୫ ମିନିଟ୍ ସମୟ ଦେଲେ। ସ୍କୁଲ୍ର ଶିକ୍ଷକ ଠାରରେ ସବୁ ପିଲାଙ୍କୁ ବନାନ ବତାଉଥାନ୍ତି। ଗାନ୍ଧିଜୀ କିନ୍ତୁ ଭୁଲ୍ ବନାନ ଲେଖିଥିଲେ। ତାଙ୍କ ବ୍ୟତୀତ ଆଉ ସମସ୍ତେ ଠିକ୍ ଲେଖିଥିଲେ। ଗାନ୍ଧିଜୀଙ୍କୁ ଛାଡ଼ି ଆଉ ସମସ୍ତେ କପି କରି ଠିକ୍ ଲେଖିଥିଲେ। ମାତ୍ର ଗାନ୍ଧିଜୀ କପି କରି ନ ଥିଲେ।
ସେହିପରି ଆଉ ଏକ ଗପ ହେଉଛି ଗାନ୍ଧିଜୀ କେବେ କୁର୍ତ୍ତା ପିନ୍ଧୁନଥିଲେ। ଜଣେ ଛୋଟ ପିଲାଟି ତାଙ୍କୁ ଖାଲି ଦେହରେ ଦେଖି ଦୁଃଖ ଅନୁଭବ କଲା। ଏତେ ବଡ଼ ମହାନ ଲୋକ ଖାଲି ଦେହରେ ରହୁଥିବାର ଦେଖି କହିଲା ମୁଁ ମୋ ମାଆକୁ କହି ତୁମ ପାଇଁ କୁର୍ତ୍ତା ସିଲେଇ କରି ଆଣି ଦେବି। ଗାନ୍ଧିଜୀ ତାଙ୍କୁ ଉତ୍ତର ଦେଲେ କି ମୋ ପରିବାର ଖୁବ୍ ବଡ଼। କୋଟି କୋଟି ଭାରତୀୟଙ୍କ ପାଇଁ ତୁମ ମାଆ ପୋଷାକ ବନାଇ ପାରିବେ ନାହିଁ। ସେଥିପାଇଁ ମୋ ଦାରିଦ୍ରତା ପାଇଁ ତୁମେ ଚିନ୍ତା କରନାହିଁ।