ଭାରତ ବଜାରରେ ପ୍ରବେଶ କରିଛି ମହିନ୍ଦ୍ରାର ସବୁଠୁ ଲୋକପ୍ରିୟ ଏକ୍ସୟୁଭି ୭୦୦ର ୨୦୨୪ ସଂସ୍କରଣ। ଆକର୍ଷଣୀୟ ମଡେଲ୍‌ ଓ ପରିପାଟୀ ପାଇଁ ଏହାର ଚାହିଦା ଓ ଗ୍ରାହକଙ୍କ ସଂଖ୍ୟା କିଛି କମ୍‌ ନୁହେଁ। ସୌନ୍ଦର୍ଯ୍ୟ ଦୃଷ୍ଟିରୁ ଏକ୍ସୟୁଭି ୭୦୦ ଏକ ଚମତ୍କାର ନୂଆ ନାପୋଲି ବ୍ଲାକ୍ ରଙ୍ଗରେ ଆସିଛି। ଏଏକ୍ସ୭ ଓ ଏଏକ୍ସ୭ଏଲ୍‌ ମଡେଲ୍‌ ତୁଳନାରେ ଏହାର ଗ୍ରିଲ୍‌ ଓ ଚକା ସଂପୂର୍ଣ୍ଣ କଳା। ୨୦୨୪ ମହିନ୍ଦ୍ରା ଏକ୍ସୟୁଭିର ଏକ୍ସ ଶୋ’ରୁମ୍‌ ମୂଲ୍ୟ ୧୩.୯୯ ଲକ୍ଷ ଟଙ୍କାରୁ ଆରମ୍ଭ। ଏକ୍ସୟୁଭି ୭୦୦ ଭିତର ପରିପାଟୀରେ ଭେଣ୍ଟିଲେଟେଡ୍ ଫ୍ରଣ୍ଟ୍‌ ସିଟ୍ ରହିଛି ଏବଂ ଏଥିରେ ସର୍ବାଧିକ ୬ଜଣ ଯାତ୍ରୀ ବସିପାରିବେ। ଏକ୍ସୟୁଭି ୭୦୦ର ହୁଡ୍ ତଳେ ଏକ ୨.୦ ଲିଟର ପେଟ୍ରୋଲ୍ ଇଞ୍ଜିନ୍ ଏବଂ ୨.୨ ଲିଟର ଡିଜେଲ୍‌ ଇଞ୍ଜିନ୍ ରହିଛି। ବିଭିନ୍ନ ବର୍ଗର ଡ୍ରାଇଭ୍‌ର୍‌ଙ୍କ ସୁବିଧା ପାଇଁ ଏଥିରେ ଏକ ଟପ୍‌-ସ୍ପେକ୍‌ ଭାରିଆଣ୍ଟ୍‌ ଉପଲବ୍ଧ, ଯାହାକି ଆଉଟ୍‌ସାଇଡ୍‌ ରିଅର୍‌ଭିୟୁ ମିରର୍‌ (ଓଆର୍‌ଭିଏମଏସ୍‌) ପାଇଁ ସୁବିଧା ହେବ।

Advertisment

ବର୍ଦ୍ଧିତ ଡ୍ରାଇଭିଂ ଡାଇନାମିକ୍ସ ପାଇଁ ଏକ ଅପ୍‌ସନାଲ୍‌ ଅଲ୍‌-ହ୍ୱିଲ୍ ଡ୍ରାଇଭ୍ (ଏଡବ୍ଲୁଡି) ସିଷ୍ଟମ୍ ସହିତ ଟ୍ରାନ୍ସମିସନ୍ ବିକଳ୍ପଗୁଡ଼ିକରେ ମାନୁଆଲ୍ ୬-ସ୍ପିଡ୍‌ ଓ ଅଟୋମେଟିକ୍ ୬-ସ୍ପିଡ୍‌ ମଧ୍ୟ ରହିଛି। ଏହା ସହିତ ଉନ୍ନତମାନର ବୈଶିଷ୍ଟ୍ୟକୁ ଆଖି ଆଗରେ ରଖି ଏଥିରେ ବିପଦର ପୂର୍ବାନୁମାନ ଆଲର୍ଟ, ଗାଡ଼ିର ସ୍ଥିତି (ଭେଇକଲ୍‌ ଷ୍ଟାଟସ୍‌), ଲୋକେସନ୍‌ ବେସ୍‌ଡ୍‌ ସର୍ଭିସ୍‌, ରିମୋଟ୍‌ ଫଙ୍କ୍‌ସନ୍‌, ଥାର୍ଡପାର୍ଟି ଆପ୍‌ ଇତ୍ୟାଦି ବୈଶିଷ୍ଟ୍ୟଗୁଡ଼ିକ ଉପଲବ୍ଧ ବୋଲି କମ୍ପାନି ଦାବି କରିଛି। ଯାନବାହନର କାର୍ଯ୍ୟକାରିତା, ଏଡିଏସ୍ ସିଷ୍ଟମ୍‌, ଜରୁରୀକାଳୀନ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଏବଂ ତ୍ରୁଟି ସଙ୍କେତକୁ ବୁଝିବା ପାଇଁ ମହିନ୍ଦ୍ରା ପକ୍ଷରୁ ‘ହ୍ବାଇଟ୍‌ ଗ୍ଲୋଭ୍ ଚାଉଫର୍ ଟ୍ରେନିଂ ପ୍ରୋଗ୍ରାମ୍‌’ ଆରମ୍ଭ କରିବାକୁ ଘୋଷଣା କରିଛି। ମହିନ୍ଦ୍ରା ଏକ୍ସୟୁଭି ୭୦୦ ର ବଜାର ଚାହିଦା ଓ ବୈଶିଷ୍ଟ୍ୟ ଅନୁସାରେ ଏହା ଟାଟା ସଫାରି ଫେସ୍‌ଲିଫ୍ଟ, ହୁଣ୍ଡାଇ ଆଲ୍‌କାଜର୍ ଓ ଏମ୍‌ଜି ହେକ୍ଟର ପ୍ଲସ୍ ଭଳି ଗାଡ଼ି ସହିତ ପ୍ରତିଦ୍ୱନ୍ଦ୍ୱିତା କରିବ ବୋଲି କହନ୍ତି ମହିନ୍ଦ୍ରା, ଭୁବନେଶ୍ବରର ରିଜିଓନାଲ୍‌ କି’ ଆକାଉଣ୍ଟ୍‌ ମ୍ୟାନେଜର୍‌
ମନୋଜ କୁମାର ମହାପାତ୍ର।