ଏସ୍ୟୁଭି ସେଗ୍ମେଣ୍ଟରେ ଯୋଡ଼ି ହୋଇଛି ମହିନ୍ଦ୍ରାର ନୂଆ ମଡେଲ୍ ଏକ୍ସୟୁଭି୭୦୦ ଏଏକ୍ସ୫। ଏହାର ମୂଲ୍ୟ ୧୯.୨୯ ଲକ୍ଷ ଟଙ୍କା (ଏକ୍ସ ଶୋ’ରୁମ) ରହିଛି। ଏହି ଡିଜେଲ୍ ଚାଳିତ ଏସ୍ୟୁଭିରେ ୪ଟି ସିଲିଣ୍ଡର୍, ୨୧୯୮ ସିସିର ଇଞ୍ଜିନ୍, ୬-ସ୍ପିଡ୍ର ଗିୟର୍ ବକ୍ସ ରହିଛି। ଏହାର ତେଲ ଟାଙ୍କି ଧାରଣ କ୍ଷମତା ୬୦ ଲିଟର୍ । ଏଏକ୍ସ୫ ଏସ୍ୟୁଭିରେ ୭ ଜଣ ବସିପାରିବେ। ଏହା ନାପୋଲି ବ୍ଲାକ୍, ମିଡ୍ନାଇଟ୍ ବ୍ଲାକ୍, ଏଭରେଷ୍ଟ୍ ହ୍ବାଇଟ୍ ଡିଟି, ଡାଜ୍ଲିଂ ସିଲ୍ଭର୍, ଏଭରେଷ୍ଟ୍ ହ୍ବାଇଟ୍, ଇଲେକ୍ଟିକ୍ ବ୍ଲୁ ଡିଟି, ମିଡ୍ନାଇଟ୍ ବ୍ଲାକ୍ ଡିଟି, ରେଡ୍ ରେଜ୍, ଇଲେକ୍ଟ୍ରିକ୍ ବ୍ଲୁ, ଡାଜ୍ଲିଂ ସିଲ୍ଭର୍ ଡିଟି, ରେଡ୍ ରେଜ୍ ଡିଟି ପରି ୧୧ଟି ରଙ୍ଗରେ ଉପଲବ୍ଧ। ଏହାର ସର୍ବାଧିକ ବେଗ ପ୍ରତିଘଣ୍ଟା ୧୯୧.୫ କିଲୋମିଟର୍ ରହିଛି ବୋଲି କମ୍ପାନି ପକ୍ଷରୁ ସୂଚନା ଦିଆଯାଇଛି।
ମହିନ୍ଦ୍ରାର ନୂଆ ଏସ୍ୟୁଭି ଏକ୍ସୟୁଭି୭୦୦ ଏଏକ୍ସ୫
/sambad/media/post_attachments/wp-content/uploads/2024/06/hgdhhshhf.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)