ନୂଆଦିଲ୍ଲୀ : ଭାରତ-ପାକ୍ ମଧ୍ୟରେ ବର୍ତ୍ତମାନ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି, ତାହାକୁ ଦେଖି ଦୁଇ ଦେଶର ଲୋକମାନେ ‘#ସେନୋଟୁଓ୍ଵାର୍’ ଅଭିଯାନ ଆରମ୍ଭ କରିଛନ୍ତି । ଦୁଇ ଦେଶ ମଧ୍ୟରେ ଶାନ୍ତି ଫେରାଇ ଆଣିବା ପାଇଁ ଲୋକମାନେ ପ୍ରୟାସ ଜାରି ରଖିଥିବା ବେଳେ ସୋସିଆଲ ମିଡିଆରେ ପାକିସ୍ତାନୀ ଯୁବକଙ୍କ ଏକ ଭିଡିଓ ଭାଇରାଲ ହୋଇଛି । ଯେଉଁଥିରେ ସେ ଏକ ବନ୍ଧୁକ ଧରି ଏକା ଭାରତକୁ ଧ୍ୱଂସ କରିଦେବେ ବୋଲି କହୁଥିବା ଦେଖା ଯାଇଛି । ଭାରତ ତରଫରୁ କଡ଼ା ଜବାବ ମିଳିବା ପରେ ପାକିସ୍ତାନୀ ଯୁବକଙ୍କ ଏଭଳି ଭିଡିଓ ସମସ୍ତଙ୍କୁ ହସାଇବାକୁ ବାଧ୍ୟ କରିଛି।
Mere dhol sipaya. Tenu rab diya rakha'n. Kapre te badal lenda!!! pic.twitter.com/FYZC3VRUf8
— Azam Jamil (@AzamJamil53) March 1, 2019
ଭିଡିଓରେ ଯୁବକଙ୍କ ଜଣଙ୍କ ବନ୍ଧୁକ ଧରି, "ପାକିସ୍ତାନ ଦୁର୍ବଳ ନୁହେଁ । ମୁଁ ପାକ୍ ସୀମାକୁ ଯାଉଛି ଏବଂ ସେଠାକୁ ଯାଇ ମୁଁ ସବୁ ଭାରତବାସୀଙ୍କୁ ମାରି ଦେବି । ପାକିସ୍ତାନ ଆମ ମାଟି ଏବଂ ଆମେ ଆମ ମାଟିର ସୁରକ୍ଷା କରିବା ଜାଣିଛୁ" ବୋଲି ଯୁବକ ଜଣଙ୍କ କହୁଥିବା ଦେଖା ଯାଇଛି । ଟୁଇଟ୍ରରେ ଭିଡିଓଟି ପୋଷ୍ଟ କରାଯିବା ପରେ ଏହା ଭାଇରାଲ ହେବା ସହ ଲୋକେ ଭିଡିଓ ଦେଖି ହସିବାରେ ଲାଗିଛନ୍ତି ।