ଯେବେ ମାଆ ନଜରରେ ରହନ୍ତି ଛୁଆ! ବାଘ ବି ଶିଖିଯାନ୍ତି ଶୃଙ୍ଖଳାବୋଧ, ଭାଇରାଲ୍‌ ହେଲା ଫଟୋ

ନୂଆଦିଲ୍ଲୀ: ପୂର୍ବରୁ ସୋସିଆଲ୍‌ ମିଡିଆରେ ଅନେକ କୌତୂକିଆ ଫଟୋ-ଭିଡିଓ ଦେଖିବାକୁ ମିଳିଛି। ନିକଟରେ ବାଘମାନଙ୍କର ଏକ ଦୃଶ୍ୟ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ବେଶ୍‌ ଚର୍ଚ୍ଚା ପାଲଟିଛି। ଫଟୋଟିରେ ଦେଖିବାକୁ ମିଳିଛି ଯେ ଦଳେ ବାଘ ଏକ ନାଳରୁ ସାଙ୍ଗ ହୋଇ ପାଣି ପିଉଥିବା ବେଳେ ମାଆ ବାଘୁଣୀ ସେମାନଙ୍କୁ ଜଗି ବସିଛି। ସୋସିଆଲ୍‌ ମିଡିଆରେ ମାତୃତ୍ବ ସହ ବାଘମାନଙ୍କ ଶୃଙ୍ଖଳାବୋଧକୁ ନେଇ ଚର୍ଚ୍ଚା ହେଉଛି।

୨୦୧୫ ମସିହା ଫେବ୍ରୁଆରି ୨୮ ତାରିଖରେ କ୍ଲିକ୍‌ ହୋଇଥିବା ଫଟୋଟି ଭାରତୀୟ ବନ ସେବା(ଆଇଏଫ୍‌ଏସ୍‌) ପକ୍ଷରୁ ସେୟାର୍‌ କରାଯାଇଛି। ଫଟୋଟିକୁ ଉଠାଇଛନ୍ତି ଜଣାଶୁଣା ବନ୍ୟଜୀବ ଓ ପ୍ରକୃତି ଫଟୋଗ୍ରାଫର୍‌ ବିନୋଦ ଗୋଏଲ୍‌। ୨୦୧୮ ମସିହାରେ ବିନୋଦ୍‌ ଫେସ୍‌ବୁକ୍‌ରେ ଫଟୋ ସେୟାର୍‌ କରି ଲେଖିଥିଲେ କି ଫଟୋ ଉଠା ଯାଇଥିବା ବେଳେ ବାଘ ଛୁଆମାନଙ୍କର ବୟସ ୪ରୁ ୫ ମାସର ହୋଇଥିଲା।

ବିନୋଦ ଗୋଏଲ୍‌ ଫଟୋଟିକୁ ଟ୍ବିଟର୍‌ରେ ସେୟାର୍‌ କରି ଲେଖିଥିଲେ, ‘ସାଙ୍ଗରେ ପିଉଥିବା ଓ ସାଙ୍ଗରେ ରହୁଥିବା ଲୋକଙ୍କୁ ପରିବାର କୁହାଯାଏ। ଏହା ବାଘମାନଙ୍କ କ୍ଷେତ୍ରରେ ବି ପ୍ରଯୁଜ୍ୟ। ମାଆର ନଜର ଥିଲେ ଏପରି ହୁଏ। ଏହା ସହ ଫଟୋଟି ବନ୍ୟଜୀନ ସଂରକ୍ଷଣ ପ୍ରୟାସକୁ ନେଇ ମଧ୍ୟ ବିଶ୍ବାସ ଦୃଢ଼ୀଭୂତ କରୁଛି।’ ଫଟୋଟିକୁ ଦେଖି ସୋସିଆଲ୍‌ ମିଡିଆ ବ୍ୟବହାରକାରୀମାନେ ବହୁ ମଜାଦାର୍‌ କମେଣ୍ଟ ଦେଇଛନ୍ତି।

 

ସମ୍ବନ୍ଧିତ ଖବର