ଏଣିକି ଆପଣ ପିନ୍ଧିଥିବା ହାତଘଣ୍ଟାରୁ କରିପାରିବେ ପେମେଣ୍ଟ

ନୂଆଦିଲ୍ଲୀ: କରୋନା ଭାଇରସ୍ ମହାମାରୀ ମଧ୍ୟରେ ଦେଶରେ ଅଧିକ ଡିଜିଟାଲ୍ କାରବାର ଏବଂ ସୁରକ୍ଷିତ ପେମେଣ୍ଟ ସିଷ୍ଟମକୁ ପ୍ରୋତ୍ସାହିତ କରିବା ପାଇଁ ଟାଇଟନ୍ କମ୍ପାନୀ ଲିମିଟେଡ୍ ଏକ ସ୍ୱତନ୍ତ୍ର ଘଣ୍ଟା ଲଞ୍ଚ କରିଛି | କଣ୍ଟାକଟଲେସ ପେମେଣ୍ଟ ୱାଚ୍ ନାମରେ ନାମିତ ଏହି ଘଣ୍ଟା ପାଇଁ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ସହ ଟାଇଟନ ଚୁକ୍ତିନାମା କରିଛି | ଟାଇଟନ ହେଉଛି ବିଶ୍ୱର ପଞ୍ଚମ ବୃହତ୍ତମ ଘଣ୍ଟା ବ୍ରାଣ୍ଡ | ଏହି ସହଭାଗୀତା ମାଧ୍ୟମରେ, ଟାଇଟନ୍ ଏବଂ ଏସବିଆଇ ଭାରତରେ ପ୍ରଥମ ଥର ପାଇଁ କଣ୍ଟାକ୍ଟଲେସ୍ ପେମେଣ୍ଟ ୱାଚ୍ ଫଙ୍କସନ୍ ସହିତ ଏକ ଷ୍ଟାଇଲିସ୍ ନୂତନ ଘଣ୍ଟା ଲଞ୍ଚ କରିଛି |


ଯେଉଁଥିରେ ପିନ୍ ନ ଦେଇ ଆପଣ ୨୦୦୦ ଟଙ୍କା ପର୍ଯ୍ୟନ୍ତ ଦେୟ ପ୍ରଦାନ କରିପାରିବେ | ଟାପି ଟେକ୍ନୋଲୋଜି ଦ୍ୱାରା ଏହି ଘଣ୍ଟାରେ ଲାଗିଥିବା ଚିପ୍ ଏକ ଯୋଗାଯୋଗହୀନ ଏସବିଆଇ ଡେବିଟ୍ କାର୍ଟ ପରି ସମସ୍ତ କାର୍ଯ୍ୟ କରିବାକୁ ସକ୍ଷମ |

ଏହି ଘଣ୍ଟା ଦ୍ୱାରା ଦେଶରେ ଥିବା ୨୦ ଲକ୍ଷରୁ ଅଧିକ କଣ୍ଟାକ୍ଟଲେସ୍ ମାଷ୍ଟରକାର୍ଡ ପିଓଏସ (POS) ମେସିନରେ ଆପଣ ବିଲ ଦେଇପାରିବେ | ପୁରୁଷମାନଙ୍କ ପାଇଁ ୩ ଟି ଏବଂ ମହିଳାମାନଙ୍କ ପାଇଁ ୨ଟି ଘଣ୍ଟା ପ୍ରସ୍ତୁତ କରାଯାଇଥିବାବେଳେ ଏହାର ମୂଲ୍ୟ ୨୯୯୫ ରୁ ୫୯୯୫ ଟଙ୍କା ମଧ୍ୟରେ ରହିଛି | ଏହା ସମସ୍ତ ଏସବିଆଇ ଏବଂ ଟାଇଟାନ ଗ୍ରାହକଙ୍କ ପାଇଁ ସହଜରେ ଉପଲବ୍ଧ ହେବ |

ସମ୍ବନ୍ଧିତ ଖବର