ହ୍ଵାଟ୍‌ସଆପ୍‌ ଆଣିଲା ପୁଣି ୬ଟି ନୂଆ ଫିଚର୍‌, ଏବେ ଆହୁରି ସହଜ ହୋଇଯିବ ଗ୍ରୁପ୍‌ ଆଡ୍‌ମିନ୍‌ ଓ ୟୁଜର୍‌ଙ୍କ କାର୍ଯ୍ୟ

ଇତି ମଧ୍ୟରେ ହ୍ଵାଟ୍‌ସଆପ୍‌ ଆଣିଛି ଆପଲ୍‌ ଆଇଫୋନ୍‌ ଓ ଆଣ୍ଡ୍ରଏଡ୍‌ ବ୍ୟବହାରକାରୀଙ୍କ ପାଇଁ କିଛି ନୂଆ ଫିଚର୍‌। ଏହି ଫିଚର୍‌ ଦ୍ୱାରା ହ୍ଵାଟ୍‌ସଆପ୍‌ ଗ୍ରୁପ୍‌ ଆଡ୍‌ମିନ୍‌ଙ୍କୁ ଅଧିକ କଣ୍ଟ୍ରୋଲ୍‌ କ୍ଷମତା ମିଳିବ ଯାହା ଫଳରେ ୟୁଜର୍ସ୍‌ମାନେ ସ୍ପାମ୍‌ସ୍‌ରୁ ଆହୁରି ସୁରକ୍ଷା ପାଇପାରିବେ। ଏହା ସହ ଗ୍ରୁପ୍‌ ମେସେଜ୍‌ ପାଇଁ ନୂଆ କେଚ୍‌ ଅପ୍‌ ବଟନ୍‌ ମଧ୍ୟ ଆସିଛି। ଜାଣନ୍ତୁ କ’ଣ ନୂଆ ୬ଟି ଫିଚର୍‌ ଆଣିଛି ହ୍ଵାଟ୍‌ସଆପ୍‌…

ଗ୍ରୁପ୍‌ ଡିସ୍‌କସନ୍‌ ବା ଗ୍ରୁପ୍‌ରେ କଥାବାର୍ତ୍ତା ଆହୁରି ସୂଚନାତ୍ମକ ହେବ: ହ୍ଵାଟ୍‌ସଆପ୍‌ ଗ୍ରୁପ୍‌ ଆହୁରି ସହଜ ହୋଇଯିବ। ଏଥିରେ ଏକ ଛୋଟ ବ୍ଲର୍ବ୍‌ ଦିଆଯାଇଛି ଯାହା ମାଧ୍ୟମରେ ଆପଣ କୌଣସି ବିଷୟ, ପର୍‌ପୋଜ୍‌ କିମ୍ବା ଗାଇଡ୍‌ଲାଇନ୍‌ ଗ୍ରୁପ୍‌ ଲୋକଙ୍କୁ ସୂଚିତ କରିବା ପାଇଁ ଆଲାଉ କରିପାରିବେ। ଯେତେବେଳେ ନୂଆ ଜଣେ ଗ୍ରୁପ୍‌ରେ ସାମିଲ୍‌ ହେଲେ ହ୍ଵାଟ୍‌ସଆପ୍‌ ଚାର୍ଟ୍‌ର ସବୁଠୁ ଉପରେ ସୂଚିତ ହୋଇଯିବ।

ଆଡ୍‌ମିନ୍‌ଙ୍କୁ ଆହୁରି ଅଧିକ ଆକ୍‌ସେସ୍‌ ଓ ପାଓ୍ଵର୍‌ ମିଳିବ: ହ୍ଵାଟ୍‌ପଆପ୍‌ ଆଡ୍‌ମିନ୍‌ଙ୍କୁ ଆହୁରି ଅଧିକ ଆକ୍‌ସେସ୍‌ ଓ ପାଓ୍ଵର୍‌ ମିଳିବ। ଯଦି କେହି ଗ୍ରୁପ୍‌ର ନାମ, ଆଇକନ୍‌ ବା ଅନ୍ୟ ଜିନିଷ ପରିବର୍ତ୍ତନ କରିବା ପାଇଁ ଚାହିଁଲେ, ଗ୍ରୁପ୍‌ ଆଡ୍‌ମିନ୍‌ ଏହା ଉପରେ ରୋକ୍‌ ଲଗାଇ ପାରିବେ।

ଗ୍ରୁପ୍‌ ମେସେଜ୍‌ ପାଇଁ ନୂଆ ‘@’ ବଟନ୍‌: ହ୍ଵାଟ୍‌ସଆପ୍‌ ଗ୍ରୁପ୍‌ ଚାର୍ଟ୍‌ ପାଇଁ ଏକ ନୂଆ ‘@’ ବଟନ୍‌ ଦିଆଯାଇଛି। ଏହା ଦ୍ୱାରା ଯଦି ଆପଣ ଗ୍ରୁପ୍‌ ଚାର୍ଟିଂ ଚାଲୁଥିବା ସମୟରେ ନ ଥିବେ ତା’ହେଲେ ସଙ୍ଗେ ସଙ୍ଗେ କାହାକୁ ରିପ୍ଲାଏ କରିବା ପାଇଁ ତଳ ପାର୍ଶ୍ୱର ଡାହାଣ ପଟେ ଦିଆଯାଇଥିବା ‘@’ ଏହି ବଟନ୍‌ର ସାହାଯ୍ୟରେ କରିପାରିବେ।

ଗ୍ରୁପ୍‌ରେ ଥିବା ସହଭାଗୀଙ୍କୁ ଖୋଯିବା ସହଜ: ବର୍ତ୍ତମାନ ହ୍ଵାଟ୍‌ସଆପ୍‌ ବ୍ୟବହାରକାରୀ ଗ୍ରୁପ୍‌ରେ ଥିବା ଯେକୌଣସି ଲୋକଙ୍କୁ ଗ୍ରୁପ୍‌ ଇନ୍‌ଫୋ ପେଜ୍‌ ଭିତରେ ଖୋଜି ପାରିବେ।

ଆଡ୍‌ମିନ୍‌ ନିଜ ଅନୁମତିକୁ ବାଦ୍‌ ଦେଇ ପାରିବ: ବର୍ତ୍ତମାନ ଗ୍ରୁପ୍‌ ଆଡ୍‌ମିନ୍‌ ନିଜକୁ ଆଡ୍‌ମିନ୍‌ ଅନୁମତିରୁ କାଢ଼ି ପାରିବେ ଓ ଗ୍ରୁପ୍‌ ଆପଣାଛାଏଁ ବନ୍ଦ ହୋଇଯିବ ନାହିଁ। ଏବଂ ଗ୍ରୁପ୍‌ ବନେଇଥିବା ଅନ୍ୟ ୟୁଜର୍‌ସ୍‌ ଗ୍ରୁପ୍‌ରୁ ବାହାରିବେ ନାହିଁ।

ୟୁଜର୍ସ୍‌ ନିଜେ ଛାଡ଼ିଥିବା ଗ୍ରୁପ୍‌ରେ ବାରମ୍ବାର ସାମିଲ୍‌ ହୋଇପାରିବେ ନାହିଁ: ହ୍ଵାଟ୍‌ସଆପ୍‌ ଏଭଳି ଏକ ନୂଆ ଫିଚର୍ସ୍‌ ମଧ୍ୟ ଆରମ୍ଭ କରିଛି, ଯେଉଁଥିରେ ୟୁଜର୍ସ୍‌ ନିଜେ ଛାଡ଼ିଥିବା ଗ୍ରୁପ୍‌କୁ ଚାହିଁଲେ ଆସିପାରିବେ ନାହିଁ।

ସମ୍ବନ୍ଧିତ ଖବର