ନୂଆଦିଲ୍ଲୀ: ଶିଶୁମାନଙ୍କ ପ୍ରତ୍ୟେକଟି କାର୍ଯ୍ୟକଳାପ ଦେଖିବାକୁ ସୁନ୍ଦର ଲାଗିଥାଏ। ସମୟସମୟରେ ଶିଶୁମାନେ ବି ଅଦ୍ଭୁତ କାର୍ଯ୍ୟକଳାପ ଦେଖାଇ ଥାଆନ୍ତି। ଯାହାକୁ ଦେଖିଲେ ଆପଣାଛାଏଁ ମୁଖରେ ହସ ଖେଳି ଯାଇଥାଏ। ନିକଟରେ ଏମିତି ଜଣେ ଶିଶୁ ଚର୍ଚ୍ଚାରେ ରହିଛି। ଏହି ଶିଶୁର ହସିବା ଓ କାନ୍ଦିବା ପ୍ରତିଭାକୁ ଯିଏ ଦେଖୁଛନ୍ତି ସିଏ ହସିହସି ବେଦମ ହୋଇ ଯାଉଛନ୍ତି।
ଭିଡିଓରେ ଦେଖିବାକୁ ମିଳୁଥିବା ଶିଶୁ ଘାନାରେ ବସବାସ କରନ୍ତି। ଯାହାଙ୍କ ନାମ ଅଲବର୍ଟ ଓଫୋସୁ ନେକେଟିଆ ଥିବା ଜଣାପଡ଼ିଛି। ୭ବର୍ଷ ଅଲବର୍ଟର ହସ ଓ କାନ୍ଦ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଛି।
ଭାଇରାଲରେ ଦେଖିବାକୁ ମିଳୁଛି, ଶିଶୁ ଅଲବର୍ଟ ତାର ମା’ଙ୍କୁ କିଛି ମାଗୁଥିବା ବେଳେ କାନ୍ଦୁଥିବାର ଦେଖିବାକୁ ମିଳୁଛି। ଏହାପରେ ଶିଶୁ ସଙ୍ଗେସଙ୍ଗେ କାନ୍ଦ ବନ୍ଦ କରି ଜୋରଜୋରରେ ଦାନ୍ତ ଦେଖାଇ ହସିବାକୁ ଲାଗୁଛି।
Ghana's 7-year-old Albert Ofosu Nketia has become an internet sensation following a viral video of him crying then laughing.
He asked his mum for yam, but she gave him plantain instead, and he started crying.
His grandmother sang to him to cheer him up, and he started laughing. pic.twitter.com/Gx8cHx5JwR
— Africa Facts Zone (@AfricaFactsZone) March 21, 2023
ଏହି ଭିଡିଓ ପଛରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ବି ଯୋଡ଼ି ହୋଇ ରହିଛି। ଶିଶୁର ମାମୁଁ କହିଛନ୍ତି, ‘ଅଲବର୍ଟଙ୍କ ଏଭଳି କାର୍ଯ୍ୟକଳାପର ଦୃଶ୍ୟକୁ ମୁଁ କ୍ୟାମେରାରେ କୈଦ କରି ରଖିଥାଏ। କାରଣ ତାର କାର୍ଯ୍ୟକଳାପ ମୋତେ ଦେଖିବାକୁ ବଶେ ଖୁସି ଲାଗିଥାଏ। ନିକଟରେ ମୋ ଫୋନ ଖରାପ ହୋଇଯିବାରୁ ମୁଁ ମୋ ଫୋନକୁ ଜଣେ ଦୋକାନୀକୁ ବିକ୍ରି କରି ଦେଇଥିଲି।
ସେହି ସମୟରେ ଏହି ଭିଡିଓ ବି ସେଥିରେ ରହି ଯାଇଥିଲା। ସେ ଏହି ଭିଡିଓକୁ କୌଣସି କାରଣବଶତଃ ପାଇବା ପରେ ସୋସିଆଲ ମିଡିଆରେ ପୋଷ୍ଟ କରି ଦେଇଥିଲେ। ଯାହା ଭାଇରାଲ ହୋଇଯାଇଛି। ଏକଥା ମୁଁ ବି ଜାଣି ନଥିଲି। ଯେତେବେଳେ ଏହି ଭିଡିଓ ଘୁରିଘୁରି ମୋ ପାଖକୁ ଆସିଥିଲା ମୁଁ ଆଶ୍ଚର୍ଯ୍ୟ ହୋଇଯାଇଥିଲି। କାରଣ ଉକ୍ତ ଭିଡିଓକୁ ତ ମୁଁ ରେକର୍ଡ କରିଥିଲି।’