‘ଲକ୍ଡାଉନ୍ ସମୟରେ ସମୟରେ ରାମାୟଣ, ମହାଭାରତ ଓ ଉପନିଷଦ ଗଙ୍ଗା ଭଳି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ପୁନଃପ୍ରସାରଣ ଦ୍ବାରା ପୁଣି ଥରେ ଆମ ଭାରତୀୟ ସଂସ୍କୃତି, ଆଧ୍ୟାତ୍ମିକତା ଯୁବପିଢିଙ୍କ ପାଖରେ ପହଞ୍ଚି ପାରିଛି। ଏବେ ଲକ୍ଡାଉନ୍ରେ ମୁଁ ସ୍ଥିରତା ମନରେ ଆଣି ପାରୁନି। କାରଣ ମୁଁ ଅପେକ୍ଷା କରୁଛି ମହାଭାରତ, ରାମୟଣ, ଉପନିଷଦ ଗଙ୍ଗା, କନୋରା ସଂପର୍କିତ ଖବର ଦେଖିବାକୁ। କିନ୍ତୁ ମୋର ପ୍ରତିଟି ଦିନର ଆତ୍ମ ଚିନ୍ତନ ଓ ଅନ୍ତଃସ୍ବରକୁ ମୁଁ ମୋ କଲମରେ ଲିପିବଦ୍ଧ କରୁଛି। ଯାହା ଘଟଣା ଦେଖୁଛୁ ତାକୁ ଆତ୍ମଚିନ୍ତନ କରୁଛି କିନ୍ତୁ ସେଭଳି କିଛି କ୍ରିଏଟିଭ୍ ରାଇଟିଂ କରିପାରୁନି। ଅଧିକାଂଶ ସମୟ ଧ୍ୟାନ, ପ୍ରାର୍ଥନା, ଟିଭି ଦେଖିବା ଓ ପଢାପଢିରେ ସମୟ ଯାଉଛି', ବୋଲି କହିଛନ୍ତି ଅବସରପ୍ରାପ୍ତ ପ୍ରାଧ୍ୟାପିକା, ସାହାତ୍ୟିକା ଡ.ମାଳବିକା ରାୟ।
ଡ. ରାୟ ଆହୁରି କହିଛନ୍ତି ଯେ, ' ଘରକୁ ଯେଉଁମାନେ କାମ କରିଆସୁଥିଲେ ସେମାନଙ୍କୁ କାମ ବନ୍ଦ କରିନି। ସେମାନେ ସଫା ସୁତୁରା ହୋଇ ଘରେ ପଶିବା ସହ କାମ କରୁଛନ୍ତି। ଅତିଜରୁରୀ ନପଡିଲେ ଘରୁ ବାହାରକୁ ବାହାରୁନି। ଯଦି ଅତି ଆବଶ୍ୟକତା ପଡେ ଘର ପାଖରେ ଥିବା ପରିବା ଦୋକାନ, ଔଷଧ ଦୋକନକୁ ଯାଉଛି।'
ମାଳବିକା ରାୟ, ଅବସରପ୍ରାପ୍ତ ପ୍ରାଧ୍ୟାପିକା
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/malabika.jpg)