ନୂଆଦିଲ୍ଲୀ: ବିବାହ ସ୍ଥିର ହୋଇସାରିଥିବା ଏକ ପ୍ରେମୀଯୁଗଳଙ୍କ ମୃତ୍ୟୁ ପରେ ପରିବାରଲୋକ ଉଠାଇଥିବା ପଦକ୍ଷେପ ଚର୍ଚ୍ଚାର ପରିସରରେ ରହିଛି।

Advertisment

ସୂଚନାଯୋଗ୍ୟ, ୩୧ ବର୍ଷିୟ ୟାଙ୍ଗ ଜିଙ୍ଗଶାନ ଏବଂ ୩୨ ବର୍ଷିୟ ଲି ଜୁଇଙ୍ଗଙ୍କ ମଧ୍ୟରେ ବିବାହ ସ୍ଥିର ହୋଇସାରିଥିଲା। ଦୁହେଁ ଖୁବ୍ ଶୀଘ୍ର ବିବାହ କରିଥାଆନ୍ତେ ଏଥିପାଇଁ ପୁରା ପ୍ରସ୍ତୁତି ବି ସାରିଥିଲା। କିନ୍ତୁ ବିଧିର ବିଧାନ ବି ବଡ଼ ବିଚିତ୍ର। ସାଥୀ ହୋଇ ବାଟ ଚାଲିବା ପୂର୍ବରୁ  ୟାଙ୍ଗ ଜିଙ୍ଗଶାନ ଓ ଲି ଜୁଇଙ୍ଗଙ୍କଙ୍କ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଛି।

ଉଭୟ ପ୍ରାୟ ତିନି ବର୍ଷ ଧରି ଲିଭଇନ୍ ସଂପର୍କରେ ଏକାଠି ରହୁଥିଲେ। ୟାଙ୍ଗ ତାଙ୍କ ଜନ୍ମଦିନ ପାଳନ କରିବାକୁ ପ୍ରେମିକା ଲି ଜୁଇଙ୍ଗଙ୍କ ସହିତ ବୁଲିବାକୁ ଯାଇଥିଲେ। ସେଠାରୁ ଘରକୁ ଫେରୁଥିବା ବେଳେ ମଇ ୨୪ ତାରିଖ ଦିନ ୟାଙ୍ଗଙ୍କ କାର ନାର୍ଥ ୱେଷ୍ଟ ମାଲେସିୟା ରାସ୍ତାରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଦୁଃଖର ବିଷୟ ଏହି ଦୁର୍ଘଟଣାରେ ପ୍ରେମୀଯୁଗଳଙ୍କ ମୃତ୍ୟୁ ହୋଇଯାଇଥିଲା।

ଏହି ଘଟଣାପରେ ଉଭୟ ୟାଙ୍ଗ ଜିଙ୍ଗଶାନ ଓ ଲି ଜୁଇଙ୍ଗଙ୍କ ପରିବାର ମଧ୍ୟରେ ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଥିଲା। କିନ୍ତୁ ନିଜନିଜ ମନକୁ ଦୃଢ଼ କରି ଏକ ନିଷ୍ପତ୍ତି ନେଇଥିଲେ। ଉଭୟ କନ୍ୟା ଓ ବରପକ୍ଷ କଥା ହୋଇଥିଲେ କି ପୁଅ ଓ ଝିଅଙ୍କ ସିନା ମୃତ୍ୟୁ ହୋଇଯାଇଛି କିନ୍ତୁ ଦୁହିଁଙ୍କ ବିବାହ ସ୍ବପ୍ନକୁ ପୂରା କରିବା।  ଏହାପରେ ମଣ୍ଡପରେ ୟାଙ୍ଗ ଜିଙ୍ଗଶାନ ଓ ଲି ଜୁଇଙ୍ଗଙ୍କ ଫଟୋ ରଖି ବିବାହର ସମସ୍ତ ରୀତିନୀତି ସମ୍ପର୍ଣ୍ଣ କରାଯିବା ପରେ ବିବାହ ଭୋଜି ପାଇଁ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଥିଲା।

ଏହି ବିବାହକୁ ଆସିଥିବା ଅତିଥିମାନେ ମଞ୍ଚ ଉପରେ ମୃତ  ୟାଙ୍ଗ ଜିଙ୍ଗଶାନ ଓ ଲି ଜୁଇଙ୍ଗଙ୍କ ଫଟୋ ଦେଖି ଭାବବିହ୍ବଳ ହୋଇପଡ଼ିଥିଲେ।