ସରକାରୀ ହସ୍ପିଟାଲ ଉପରେ ବିଶ୍ୱାସ ଫେରାଇଆଣିବାକୁ ଜିଲ୍ଲାପାଳଙ୍କ ପ୍ରୟାସ

ନିଜ ପତ୍ନୀଙ୍କର ପ୍ରସବ କରାଇଲେ ଜିଲ୍ଲା ସଦର ମହକୁମା ହସ୍ପିଟାଲରେ

ମାଲକାନଗିରି: ନବଜାତ ଶିଶୁଙ୍କୁ ଧରି ଟିକଟକ ଭିଡିଓ ଉଠାଇ ଦିନେ ନିଜ ଦାୟିତ୍ବହୀନତାର ପରିଚୟ ଦେଇଥିଲେ ମାଲକାନଗିରି ମେଡିକାଲର ନର୍ସ | ଯାହାକୁ ନେଇ ସାରା ରାଜ୍ୟରେ ବିଶେଷକରି ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ୱାସ୍ଥ୍ୟବସ୍ଥାର ଏକ ଭିନ୍ନ ଚିତ୍ର ଦେଖିବାକୁ ମିଳିଥିଲା | କିନ୍ତୁ ଜିଲ୍ଲାବାସୀଙ୍କ ଡାକ୍ତରଖାନା ପ୍ରତି ପୁଣି ବିଶ୍ୱାସ ଫେରାଇଆଣିବାକୁ ଏବେ ପ୍ରୟାସ କରିଛନ୍ତି ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱାଲ | ନିଜର ପତ୍ନୀଙ୍କୁ ଏହି ମେଡିକାଲରେ ଭର୍ତ୍ତି କରିଥିବାବେଳେ ଏବେ ସନ୍ତାନଟିଏ ପ୍ରସବ ହୋଇଛି |

ନିରାପଦରେ ସନ୍ତାନ ପ୍ରସବ ହୋଇଥିବାରୁ ଉଭୟ ଜିଲ୍ଲାପାଳ ଓ ତାଙ୍କ ପତ୍ନୀ ଖୁସି ଥିବାବେଳେ ଜିଲ୍ଲାବାସୀ ବି ମେଡିକାଲ ପ୍ରତି ଥିବା ବିଶ୍ୱାସ ଫେରିପାଇଛନ୍ତି | କାରଣ ଜିଲ୍ଲାର ବଡବାବୁ ଯେତେବେଳେ ଏହି ମେଡିକାଲ ଉପରେ ଭରସା କରିପାରୁଛନ୍ତି ତେବେ ଆଉ ଅସୁବିଧା ବା କଣ ହୋଇପାରେ ? ନିଜ ପତ୍ନୀଙ୍କର ଅସ୍ତ୍ରୋପଚାର ହେବାର ଜାଣି ସୁଦ୍ଧା ଏହି ଡାକ୍ତରଖାନା ଓ ଡାକ୍ତରଙ୍କ ଉପରେ ଜିଲ୍ଲାପାଳଙ୍କର ବିଶ୍ୱାସ ଥିଲା |

photo-firstcry parenting

 

ସାଧାରଣତଃ ଅସ୍ତ୍ରୋପଚାର କିମ୍ବା କୌଣସି ଜଟିଳ ଚିକିତ୍ସା ଆବଶ୍ୟକ ଥିଲେ ସାଧାରଣତଃ ସ୍ଵଛଳ ବର୍ଗର ଲୋକେ ଅଧିକ ଯତ୍ନ ମିଳିବ ବୋଲି ଚିନ୍ତା କରି ଘରୋଇ ଡାକ୍ତରଖାନା ଉପରେ ନିର୍ଭର କରିଥାନ୍ତି | ତେବେ ଜିଲ୍ଲାପାଳ ମନୀଷ ଅଗ୍ରୱାଲ କହିଛନ୍ତି ଯେ ମାଲକାନଗିରି ମେଡିକାଲରେ ତାଙ୍କ ପତ୍ନୀଙ୍କର ସୁରକ୍ଷିତ ପ୍ରସବ ହେବାର ତାଙ୍କୁ ଭରସା ଥିଲା | ସେଥିପାଇଁ ସେ ଏହି ମେଡିକାଲରେ ପ୍ରସବ କରାଇବାକୁ ମନସ୍ଥ କରିଥିଲେ |

ସମ୍ବନ୍ଧିତ ଖବର