ନୂଆଦିଲ୍ଲୀ: ଶୀର୍ଷକ ପଢ଼ି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏଭଳି ଏକ ଘଟଣା ବାସ୍ତବରେ ଘଟିଛି। କର୍ଣ୍ଣାଟକରେ ଜଣେ ୨୭ବର୍ଷର ଯୁବକଙ୍କୁ ଏକ ଘରୋଇ ହସ୍ପିଟାଲର ଡାକ୍ତର ମୃତ ଘୋଷଣା କରିଥିଲେ। ଏହି ଘୋଷଣା ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ନିଆ ଯାଇଥିଲା। ବ୍ୟବଚ୍ଛେଦ ଆରମ୍ଭ ହେଉହେଉ ବ୍ରେନ ଡେଡ ଯୁବକଙ୍କ ହାତର ଲୋମ ଟାଙ୍କୁରି ଉଠିଥିଲା। ଡାକ୍ତର ଏହି ଘଟଣା ଦେଖି ଆଶ୍ଚର୍ଯ୍ୟ ହେବା ସହିତ ଅନ୍ୟ କର୍ମଚାରୀଙ୍କୁ ଡାକି ଯୁବକଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ। ଦୁଇଦିନ ହେବ ଉକ୍ତ ଯୁବକଙ୍କ ଚିକିତ୍ସା ଜାରି ରହିଛି।
କର୍ଣ୍ଣାଟକର ମହାଲିଙ୍ଗାପୁରରେ ଫେବ୍ରୁଆରି ୨୭ ତାରିଖରେ ୨୭ବର୍ଷୀୟ ଶଙ୍କର ଗୌବି ଏକ ଦୁର୍ଘଟଣାର ଶିକାର ହୋଇଥିଲେ। ଏହାପରେ ତାଙ୍କୁ ସଙ୍ଗେସଙ୍ଗେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଘରୋଇ ହସ୍ପିଟାଲ ଉକ୍ତ ଯୁବକଙ୍କୁ ୨ଦିନ ନୀରିକ୍ଷଣରେ ରଖିବା ପରେ ବ୍ରେନ ଡେଡ ଘୋଷଣା କରିଥିଲେ।
/sambad/media/post_attachments/2eb11c0201a029c2e0ebcc6f92d9e37bc095d48ecf922af51df38adc819b493c.jpg)
ଏହାପରେ ଘରୋଇ ହସ୍ପିଟାଲରୁ ଶଙ୍କରଙ୍କ ମୃତଦେହ ବଗଲକୋଟସ୍ଥିତ ମହାଲିଙ୍ଗପୁର ସରକାରୀ ହସ୍ପିଟାଲକୁ ପଠାଯାଇଥିଲା। ଶଙ୍କରଙ୍କ ମୃତ୍ୟୁ ଖବର ଶୁଣି ପରିବାରରେ ଶୋକରଛାୟା ଖେଳି ଯାଇଥିଲା। କିଛିଲୋକ ଶଙ୍କରଙ୍କ ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତିରେ ଲାଗି ପଡ଼ିଥିଲେ।
ସେପଟରେ ହସ୍ପିଟାଲ ଡାକ୍ତର ଏସଏମ ଗାଲଗାଲିଙ୍କୁ ବ୍ୟବଚ୍ଛେଦ ପାଇଁ କହିଥିଲେ। ଯେମିତି ହିଁ ଡାକ୍ତର ଶଙ୍କର ପାଖକୁ ବ୍ୟବଚ୍ଛେଦ ପାଇଁ ଯାଇଥିଲେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଶଙ୍କରଙ୍କ ହାତର ଲୋମମୂଳ ଟାଙ୍କୁରି ଉଠିବା ସହିତ ହଲଚଲ ହୋଇଥିଲା। ସେ ତୁରନ୍ତ ଶଙ୍କରଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତର କରି ଚିକିତ୍ସା ଜାରି ରଖିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/Untitled-4-1.jpg)