ଅଦ୍ଭୁତ ନିଶା : ୬୪ ବର୍ଷ ବୟସରେ ୩୦ ହଜାର ବର୍ଗର ଖାଇ ରଚିଲେ ବିଶ୍ୱରେକର୍ଡ଼

ଓ୍ଵାଶିଙ୍ଗଟନ୍‌ : ବର୍ତ୍ତମାନ ପ୍ରାୟତଃ ଯୁବପିଢ଼ିକୁ ଫାଷ୍ଟଫୁଡ଼ ଖାଇବା ବହୁତ ପସନ୍ଦ । ଫାଷ୍ଟଫୁଡ଼ ମଧ୍ୟରେ ବର୍ଗର ପ୍ରାୟ ସମସ୍ତଙ୍କର ପସନ୍ଦ । ତେବେ ଅପଣଙ୍କୁ ଯଦି କୁହାଯାଏ ବର୍ଗର ଖାଇ ଆପଣ ରେକର୍ଡ଼ ସୃଷ୍ଟି କରିପାରିବେ, ତେବେ ଆପଣ ଖୁସୀ ହୋଇଯିବେ ନିଶ୍ଚୟ । କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଆମେରିକାର ଓ୍ଵାସିଂଟନ୍‌ରେ ରହୁଥିବା ଡନ୍‌ ଗ୍ରାସିକ୍‌ ଅଜାଣତରେ ୩୦ ହଜାର ବର୍ଗର ଖାଇ ଗିନିଜ୍‌ ବୁକ୍‌ରେ ନିଜ ନାମ ସାମିଲ କରିଛନ୍ତି । ଅଜାଣତରେ କହିବାର କାରଣ ହେଲା ଡନ୍‌ ନିଜେ ମଧ୍ୟ ଜାଣି ନ ଥିଲେ ଯେ ତାଙ୍କର ବର୍ଗର ଖାଇବା ଅଭ୍ୟାସ ତାଙ୍କପାଇଁ ଏହି ରେକର୍ଡ ଆଣିଦେବ । ଆସନ୍ତୁ ଜାଣିବା କିପରି ଡନ୍‌ ହେଲେ ଗିନିଜ୍‌ ବୁକ୍‌ ରେକର୍ଡଧାରୀ।

oneindia

ସୂଚନା ଅନୁଯାୟୀ, ଡନ୍‌ ଗ୍ରାସିକ୍‌ ବିଗତ ୪୬ ବର୍ଷ ହେବ ଦୈନିକ ବର୍ଗର ଖାଇ ଆସୁଛନ୍ତି । ପ୍ରତିଦିନ ଦୁଇଟି ବର୍ଗର ଖାଇବା ତାଙ୍କର ଅଭ୍ୟାସ । ବର୍ତ୍ତମାନ ତାଙ୍କ ବୟସ ୬୪ ରହିଥିବା ବେଳେ ଏବେ ପର୍ଯ୍ୟନ୍ତ ସେ ଜୀବନକାଳରେ ସମୁଦାୟ ୩୦ ହଜାର ବର୍ଗର ଖାଇସାରିଲେଣି । ଏତେ ପରିମାଣର ବର୍ଗର ଖାଇ ସେ ବର୍ତ୍ତମାନ ନିଜର ନାମ ଗିନିଜ୍‌ ବୁକ୍‌ରେ ସାମିଲ୍‌ କରିଛନ୍ତି । ଏହା ସହ ତାଙ୍କୁ ବର୍ଗର ଖାଇବା ଦ୍ୱାରା ଶକ୍ତି ମିଳିଥାଏ ବୋଲି ସେ କହିଛନ୍ତି । ଏତେ ବର୍ଷ ପର୍ଯ୍ୟନ୍ତ ଫାଷ୍ଟଫୁଡ଼ ଖାଇଥିଲେ ମଧ୍ୟ ତାଙ୍କ ନିକଟରେ ରକ୍ତଚାପ କିମ୍ବା କୋଲେଷ୍ଟ୍ରଲ ଭଳି କିଛି ରୋଗ ଦେଖାାଯାଇନାହିଁ । ଏହା ସହ ସେ ତାଙ୍କ ନାମରେ ୪୦ ହଜାର ବର୍ଗର ଖାଇବା ତାଲିକାରେ ସାମିଲ କରିବେ ବୋଲି ବର୍ତ୍ତମାନ ନିଷ୍ପତ୍ତିି ନେଇଛନ୍ତି । ଏଥିପାଇଁ ତାଙ୍କୁ ଆହୁରି ୧୪ ବର୍ଷ ଲାଗିବ ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର